ବିରୋଧୀଙ୍କ ଅସନ୍ତୋଷ ଭିତରେ ସରକାର ବଢ଼ାଇଲେ ଏମଏସପି

ନୂଆଦିଲ୍ଲୀ: ସଂସଦରେ କୃଷି ବିଲ୍ ୨୦୨୦କୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ୨୦୨୧-୨୨ ରବି ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ ଏହିସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। डाळींच्या एमएसपी यूपीएच्या (2013-14 मधे) काळात आणि आता ⬇️ [ तुलनात्मक तक्ता ] pic.twitter.com/mHFGDIjB66 — Prakash Javadekar (@PrakashJavdekar) September 21, […]

farmer

Subhransu Sekhar
  • Published: Monday, 21 September 2020
  • , Updated: 21 September 2020, 08:07 PM IST

ନୂଆଦିଲ୍ଲୀ: ସଂସଦରେ କୃଷି ବିଲ୍ ୨୦୨୦କୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ୨୦୨୧-୨୨ ରବି ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ ଏହିସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।

https://twitter.com/PrakashJavdekar/status/1308040802485121024

ଏମଏସପି ବୃଦ୍ଧି ୫୦ ରୁ ୩୦୦ ଟଙ୍କା ମଧ୍ୟରେ ରହିଛି ବୋଲି ତୋମାର ଲୋକସଭାରେ କହିଛନ୍ତି। ଗହମ ପାଇଁ ଏମଏସପି ୫୦ ଟଙ୍କା ବୃଦ୍ଧି ପାଇଥିବାବେଳେ ଚଣା ପାଇଁ ୨୫୦ ଟଙ୍କା ଏବଂ ମସୁର ଡାଲି ପାଇଁ ୩୦୦ ଟଙ୍କା, ସୋରିଷ ପାଇଁ ୨୨୫ ଟଙ୍କା ବଢ଼ାଇଛନ୍ତି। ସଂଶୋଧିତ ଏମସପି ମୂଲ୍ୟ ପରେ ମସୁର ଡାଲି କ୍ୱିଣ୍ଟାଲ ପିଛା ୫,୧୦୦ ଟଙ୍କା, କୋଳଥ (URAD) କ୍ୱିଣ୍ଟାଲ ପିଛା ୬୦୦୦ ଟଙ୍କା, ମୁଗ କ୍ୱିଣ୍ଟାଲ ପିଛା ୭୧୯୬ ଟଙ୍କା, ବୁଟ ଡାଲି କ୍ୱିଣ୍ଟାଲ ପିଛା ୫୧୦୦ ଟଙ୍କା, ହରଡ ଡାଲି କ୍ୱିଣ୍ଟାଲ ପିଛା ୬୦୦୦ ଟଙ୍କା, ସୋରିଷ କ୍ୱିଣ୍ଟାଲ ପିଛା ୪,୬୫୦ ଟଙ୍କା, ସୂର୍ଯ୍ୟମୂଖୀ କ୍ୱିଣ୍ଟାଲ ପିଛା ୫,୩୨୭ ଟଙ୍କା, ଗହମ କ୍ୱିଣ୍ଟାଲ ପିଛା ୧୯୭୫ ଟଙ୍କା ଏବଂ ବାର୍ଲି କ୍ୱିଣ୍ଟାଲ ପାଇଁ ୧,୬୦୦ ଟଙ୍କା ହୋଇଛି।

https://twitter.com/PIBBhubaneswar/status/1308049715347378176

ଗୁରୁବାର ଏବଂ ଶୁକ୍ରବାର ଲୋକସଭାରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟାପାର ଓ ବାଣିଜ୍ୟ (ପ୍ରସାର ଓ ସୁଗମତା) ବିଲ୍, ୨୦୨୦ ଓ ମୂଲ୍ୟ ପ୍ରତିଶ୍ରୁତି ଉପରେ କୃଷକଙ୍କ (ସଶକ୍ତୀକରଣ ଓ ସୁରକ୍ଷା) ଚୁକ୍ତି ଓ କୃଷି ସେବା ବିଲ୍‌, ୨୦୨୦  ପାରିତ ହୋଇଛି। ଏହାପରେ ରବିବାର ରାଜ୍ୟସଭାରେ ହଟ୍ଟଗୋଳ ଭିଚରେ ବାଚନିକ ଭୋଟ୍ ମାଧ୍ୟମରେ ଦୁଇଟି କୃଷି ବିଧେୟକ ପାରିତ ହୋଇଛି।

ଏହି ଚାଷୀ ବିଲକୁ ବିରୋଧ କରି ପଞ୍ଜାବ ଏବଂ ହରିଆଣାର ଶତାଧିକ ଚାଷୀ ସଂଗଠନ ଆସନ୍ତା ସେପ୍ଟେମ୍ବର ୨୫ରେ ସଟଡାଉନ୍ ଡାକରା ଦେଇଛନ୍ତି।

ସରକାର କହିଛନ୍ତି ଯେ ଏହି ବିଲ ଚାଷୀଙ୍କ ଉତ୍ପାଦକୁ ସିଧାସଳଖ ବଡ଼ ବ୍ୟବସାୟୀଙ୍କୁ ବିକ୍ରି କରିବାରେ ସହଜ ହେବ। ଏହାଦ୍ୱାରା କୃଷି କ୍ଷେତ୍ରରେ ସଂସ୍କାର ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଅନ୍ୟପଟେ ଏନଡିଏରେ ଥିବା ସହଯୋଗ ଶିରୋମଣୀ ଅକାଳୀ ଦଳ ବିଲକୁ ବିରୋଧ କରିଛି। ଏମିତିକି ସାଂସଦ ହରସିମକ କୌର ବାଦଲ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି।

Related story