ଜାରି ହେଲା ଅନଲକ-୨ ଗାଇଡଲାଇନ୍‌, କିନ୍ତୁ ୩୧ ଯାଏ ବନ୍ଦ ରହିବ ଏହି ସବୁ ସେବା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଆଜି ଭାରତର ସରକାର ଅନଲକ-୨ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଜୁଲାଇ ୧ରୁ ସମଗ୍ର ଦେଶରେ ଅନଲକନ-୨ କାର୍ଯ୍ୟକାରୀ ହେବ। ତେବେ ଜୁଲାଇ ୩୧ ଯାଏ ଦେଶର ସମସ୍ତ କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଡ଼ାକଡ଼ି ଭାବେ ଲକଡାଉନ ପାଳନ କରାଯିବ। ଏହାର ଅର୍ଥ କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ ସେବା ବ୍ୟବତୀତ ଆଉ ସବୁ କିଛି ବନ୍ଦ ରହିବ। ଅନ୍ୟପକ୍ଷରେ ଅନଲକ-୨ ଗାଇଡଲାଇନ ଜାରି ହୋଇଥିଲେ ହେଁ ଆସନ୍ତା ଜୁଲାଇ […]

durf

Hemant Lenka
  • Published: Monday, 29 June 2020
  • , Updated: 29 June 2020, 10:41 PM IST

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ଆଜି ଭାରତର ସରକାର ଅନଲକ-୨ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଜୁଲାଇ ୧ରୁ ସମଗ୍ର ଦେଶରେ ଅନଲକନ-୨ କାର୍ଯ୍ୟକାରୀ ହେବ।

ତେବେ ଜୁଲାଇ ୩୧ ଯାଏ ଦେଶର ସମସ୍ତ କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଡ଼ାକଡ଼ି ଭାବେ ଲକଡାଉନ ପାଳନ କରାଯିବ। ଏହାର ଅର୍ଥ କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ ସେବା ବ୍ୟବତୀତ ଆଉ ସବୁ କିଛି ବନ୍ଦ ରହିବ।

ଅନ୍ୟପକ୍ଷରେ ଅନଲକ-୨ ଗାଇଡଲାଇନ ଜାରି ହୋଇଥିଲେ ହେଁ ଆସନ୍ତା ଜୁଲାଇ ୩୧ ଯାଏ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବିମାନ, ମେଟ୍ରୋ, ସିନେମା ହଲ, କ୍ରୀଡ଼ା କାର୍ଯ୍ୟକ୍ରମ, ସାମାଜିକ, ରାଜନୀତିକ, ମନୋରଞ୍ଜନ, ସାଂସ୍କୃତି ଓ ଧାର୍ମିକ କାର୍ଯ୍ୟକଳାପ ମଧ୍ୟ ୩୧ ତାରିଖ ଯାଏ ବନ୍ଦ ରହିବ। ସିନେମା, ହଲ, ଜିମ, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ ପାର୍କ, ବାର, ଅଡିଟୋରିୟମ ମଧ୍ୟ ୩୧ ତାରିଖ ଯାଏ ଖୋଲିବ ନାହିଁ।

ସେହିଭଳି ରାତ୍ରକାଳୀନ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ଭୋର ୫ଟାଏ ଯାଏ ବଳବତ୍ତର ରହିବ। କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ଗାଡ଼ିଗୁଡ଼ିକୁ ଏହି ସମୟରେ ଯିବା ଆସିବାର ସୁବିଧା ମିଳିବ।

ଅନଲକ-୨ରେ ସରକାର କିଛି ନିୟମ କୋହଳ କରିଛନ୍ତି। ଆସନ୍ତା ୧୫ ତାରିଖରୁ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ରେନିଂ ଅନୁଷ୍ଠାନଗୁଡ଼ିକ ଖୋଲିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ହେଲେ ଏଠାରେ ସମସ୍ତ ପ୍ରକାରର କରୋନା କଟକଣା ନିୟମ ପାଳନ କରିବାକୁ ପଡ଼ିବ।

ସେହିପରି ଦୋକାନ ଗୁଡ଼ିକରେ ୫ରୁ ଅଧିକ ଲୋକ ଏକା ସମୟରେ ପ୍ରବେଶ କରିପାରିବେ। କିନ୍ତୁ ସେମାନଙ୍କ ମଧ୍ୟରେ ଉପଯୁକ୍ତ ସାମାଜିକ ଦୂରତା ରହିବ। ଅନଲକ-୨ରେ ଟ୍ରେନ ଓ ଘରୋଇ ବିମାନ ଚଳାଚଳ ସେବା ପୂର୍ବଭଳି ଜାରି ରହିବ। ସରକାର ପର୍ଯ୍ୟାକ୍ରମେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟବସ୍ଥା କରିବେ।

Related story