ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଭୋପାଲ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ମଧ୍ୟପ୍ରଦେଶରୁ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଖାରଗୋନରେ ଥିବା ମରୁଗ୍ରହ ଗାଁରେ ଜଣେ ୧୬ ବର୍ଷୀୟ ଝିଅଙ୍କୁ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି। ପୁଲିସ୍‌ର ସୂଚନା ଅନୁଯାୟୀ, ପୀଡ଼ିତା ଜଣଙ୍କ ତାଙ୍କ ଭାଇଙ୍କ ସହ ଚାଷ ଜମିରେ ନିର୍ମାଣ ହୋଇଥିବା କୁଡ଼ିଆରେ ଶୋଇଥିଲେ। ତେବେ ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି […]

d

Hemant Lenka
  • Published: Thursday, 01 October 2020
  • , Updated: 01 October 2020, 05:35 PM IST

ଭୋପାଲ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ମଧ୍ୟପ୍ରଦେଶରୁ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଖାରଗୋନରେ ଥିବା ମରୁଗ୍ରହ ଗାଁରେ ଜଣେ ୧୬ ବର୍ଷୀୟ ଝିଅଙ୍କୁ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ପୀଡ଼ିତା ଜଣଙ୍କ ତାଙ୍କ ଭାଇଙ୍କ ସହ ଚାଷ ଜମିରେ ନିର୍ମାଣ ହୋଇଥିବା କୁଡ଼ିଆରେ ଶୋଇଥିଲେ। ତେବେ ଏହି ସମୟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ନାବାଳିକା ଜଣଙ୍କୁ ଘୋଷାଡ଼ି ନେଇ ଯାଇଥିଲେ। ମଙ୍ଗଳବାର ଓ ବୁଧବାର ରାତିରେ ଚେନ୍‌ପୁର ପୁଲିସ୍‌ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି।

ଦୁର୍ବୃତ୍ତମାନେ ନାବାଳିକାଟିକୁ ନେଉଥିବା ବେଳେ ଏହାକୁ ତାଙ୍କ ଭାଇ ବିରୋଧ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ଗୋଟିଏ କାଠ ଫାଳିଆରେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ନାବାଳିକାଟିକୁ ଆଉ ଗୋଟିଏ କ୍ଷେତକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଭାଇ ତୁରନ୍ତ ଗାଁକୁ ଯାଇ ସମସ୍ତଙ୍କୁ ଖବର ଦେଇଥିଲେ। ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଦୁର୍ବୃତ୍ତମାନେ ସେମାନଙ୍କ ବାଇକ ଛାଡ଼ି ତୁରନ୍ତ ଚମ୍ପଟ ମାରିଥିଲେ। ପୁଲିସ୍‌ ବାଇକକୁ ଜବତ କରିଥିଲେ ମଧ୍ୟ ଏହା ଚୋରାରେ ଆସିଥିବା ଜଣାପଡ଼ିଛି।

Related story