ମିଆଁମାରରେ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ସୁ-କି

ଥାନଲୀନ୍: ମିଆଁମାର ବିରୋଧୀ ଦଳ ନେତ୍ରୀ ଅଙ୍ଗ ସାନ୍ ସୁ-କି ବୁଧବାର ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ବାଜି ମାରିବ ବୋଲି ସେ ଆଶା ରଖିଛନ୍ତି। ଏହି ଭେଟେରାନ ନେତ୍ରୀ ଜଣକ ନ୍ୟାସନାଲ ଲିଗ୍ ଅଫ୍ ଡେମୋକ୍ରାସୀ (ଏନଏଲଡି) ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଶତାଧିକ ସମର୍ଥକଙ୍କ ସହ ଥାନଲୀନ୍ ସହର ପରିକ୍ରମା ପରେ ଆସିଥିଲେ। ଅନ୍ୟପକ୍ଷରେ ମିଆଁମାରରେ ସରକାରୀ ଭାବେ ନିର୍ବାଚନୀ କ୍ୟାମ୍ପେନିଂ ପାଇଁ […]

add add Suu Kyi registers for Myanmar polls

Rakesh Mallick
  • Published: Wednesday, 29 July 2015
  • , Updated: 04 May 2017, 03:45 PM IST

ଥାନଲୀନ୍: ମିଆଁମାର ବିରୋଧୀ ଦଳ ନେତ୍ରୀ ଅଙ୍ଗ ସାନ୍ ସୁ-କି ବୁଧବାର ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ବାଜି ମାରିବ ବୋଲି ସେ ଆଶା ରଖିଛନ୍ତି। ଏହି ଭେଟେରାନ ନେତ୍ରୀ ଜଣକ ନ୍ୟାସନାଲ ଲିଗ୍ ଅଫ୍ ଡେମୋକ୍ରାସୀ (ଏନଏଲଡି) ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଶତାଧିକ ସମର୍ଥକଙ୍କ ସହ ଥାନଲୀନ୍ ସହର ପରିକ୍ରମା ପରେ ଆସିଥିଲେ। ଅନ୍ୟପକ୍ଷରେ ମିଆଁମାରରେ ସରକାରୀ ଭାବେ ନିର୍ବାଚନୀ କ୍ୟାମ୍ପେନିଂ ପାଇଁ ଅନୁମତି ମିଳିନାହିଁ ‍ବୋଲି ଏନଏଲଡି ମୁଖପାତ୍ର ନିୟାନ୍ ୱିନ୍ ସୂଚନା ଦେଇଛନ୍ତି। ଏଦି ଦିନକୁ ମିଆଁମାର ବାସୀ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି। କ୍ୟାମ୍ପେନିଂ ପାଇଁ ତାରିଖ ନିର୍ଦ୍ଧାରିତ ହୋଇ ନ ଥିଲେ ବି କର୍ମୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

Related story