ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ସୁପରଷ୍ଟାର ଶାହରୁଖଙ୍କୁ ଦେଖିବାକୁ ଓ ତାଙ୍କ ଟିକିଏ ଝଲକ ପାଇବାକୁ ଫ୍ୟାନ୍‌ମାନେ ପାଗଳ। କିନ୍ତୁ ରାଜନେତାଙ୍କର ଏଥିରେ କିଛି ମତଲବ ନଥାଏ। ନିଜର ସ୍ୱାର୍ଥ ହାନି ହେଲେ ସେମାନେ ଷ୍ଟାର୍ ଫାର୍ କିଛି ମାନନ୍ତି ନାହିଁ। ଏମିତି ଏକ ଅଘଟଣ ନିକଟରେ ଘଟିଛି ସୁପରଷ୍ଟାର ଶାହରୁଖଙ୍କ ‍କ୍ଷେତ୍ରରେ।

ଘଟଣାଟି ଘଟିଥିଲା ମୁମ୍ବାଇର ଏକ ସମୁଦ୍ର କୂଳରେ। ଶାହରୁଖ ନିଜ ଜନ୍ମଦିନ ପାଳନ କରିବା ସାରିବା ପରେ ଏକ ସ୍ୱତନ୍ତ୍ର ମୋଟର ବୋଟ୍‌ରେ ଅଲିବାଗ୍‌ରୁ ମୁମ୍ବାଇ ଫେରିବାର ଥିଲା। ତାଙ୍କ ବୋଟ୍ ମଧ୍ୟ ଲାଗି ସାରିଥିଲା ଘାଟରେ। ଏ ସଂପର୍କରେ ଫ୍ୟାନ୍‌ମାନେ ଜାଣିବା ପରେ ସେଠି ଭିଡ଼ ଜମାଇଲେ ଶାହରୁଖଙ୍କୁ ଦେଖିବା ପାଇଁ। ତେବେ ଏହି ସମୟରେ ସେଠିକୁ ଆସିବାର ଥିଲା ମହାରାଷ୍ଟ୍ର ବିଧାନ ପରିଷଦର ବିଧାୟକ ସଂଜୟ ପାଟିଲ। ତାଙ୍କ ବୋଟ୍‌ ମଧ୍ୟ ସେହି ଘାଟରେ ଲାଗିଥିଲା। କାରଣ ସେ ସେଠାରୁ ନିଜ ଘରକୁ ଫେରିବାର ଥିଲା। କିନ୍ତୁ ଶାହରୁଖଙ୍କ ବୋଟ୍ ଲାଗିଥିବାରୁ ସେଠି ସିକୁରିଟି ସମସ୍ୟା ସୃଷ୍ଟି ହୋଇଥିଲା।

(image) ଏହି ଆଶଙ୍କାରେ ବିଧାୟକଙ୍କ ବୋଟ୍‌କୁ ମଧ୍ୟ ଘାଟରେ ଲାଗିବାକୁ ଦିଆଗଲା ନାହିଁ। ଫ୍ୟାନ୍‌ଙ୍କ ଭିଡ଼ ଯୋଗୁ ବିଧାୟକ ମଧ୍ୟ ନିଜ ବୋଟ୍‌ ପାଖରେ ପହଞ୍ଚି ପାରୁ ନଥିଲେ। ବିଳମ୍ବ ହେବାରୁ ବିଧାୟକ ମହାଶୟ ରାଗିକି ନିଆଁବାଣ ହୋଇଗଲେ। ସ୍ଥିତି ଏମିତି ହେଲା ଯେ ଶାହରୁଖଙ୍କର କିଛି ଫ୍ୟାନ୍ ବିଧାୟକଙ୍କ ସହ ଧସ୍ତାଧସ୍ତି ବି କରିଦେଲେ। ତେଣୁ ବିଧାୟକ ସଂଜୟ ପାଟିଲ ଆହୁରି ଲାଗିଗଲେ। ସେ ଯାହା ହେଉ ବହୁ କଷ୍ଟରେ ସେ ଡଙ୍ଗା ଘାଟରେ ପହଞ୍ଚିଲେ ସିନା, କିନ୍ତୁ ଦେଖିବାକୁ ପାଇଲେ ଯେ, ଶାହରୁଖଙ୍କ ବୋଟ୍ ସେଠି ଲାଗିଥିବାରୁ ତାଙ୍କୁ ବୋଟ୍‌କୁ ସେଠି ଲାଗିବାକୁ ବି ଦିଆଯାଉ ନାହିଁ। ପୁଣି ସେଠି ପହଞ୍ଚିଲା ପରେ ସେ ଦେଖିଲେ ଯେ, ଶାହରୁଖ ନିଜ ବୋଟ୍‌ ଭିତରେ ହିଁ ଅଛନ୍ତି। ତ ବିଧାୟକଙ୍କୁ ଆଉ କିଏ ସମ୍ଭାଳେ। ସେ ଆରମ୍ଭ କରିଦେଲେ ଗାଳି ଗୁଲଜ। କହିଲେ- ଇଏ କି ସୁପରଷ୍ଟାର। ସିଏ କୋଉଠିକାର ସୁପରଷ୍ଟାର୍ ହେଇଥିଲେ ହେଇଥିବେ। କିନ୍ତୁ ଏଠିକାର ନୁହେଁ। ତାଙ୍କ ଗାଳି ଶୁଣି ଫ୍ୟାନ୍‌ମାନେ ବି ଚିଲ୍ଲେଇବା ଆରମ୍ଭ କହିଦେଲେ। କିନ୍ତୁ ଶାହରୁଖ ଧୈର୍ଯ୍ୟ ରଖି ବିଧାୟକଙ୍କ ପୂରା ଗାଳି ଶୁଣିଲେ। ଉଁ କୁ ଚୁଁ ପାଟି ମଧ୍ୟ ଫିଟାଇଲେ ନାହିଁ। ଚୁପ୍‌ଚାପ୍ ସେ ବୋଟ୍‌ ଭିତରେ ବସି ରହିଲେ ଓ କିଛି ସମୟ ପରେ ବୋଟ୍‌ରୁ ବାହାରି ଚାଲିଗଲେ। ଏହି ସମୟର ପୂରା ଘଟଣାକୁ ଜଣେ ଫ୍ୟାନ୍ ନିଜ ମୋବାଇଲ୍‌ରେ ସୁଟିଂ କରି ସୋସିଆଲ୍ ମିଡିଆରେ ଅପ୍‌ଲୋଡ଼୍ କରିବା ପରେ ଏହା ଜଣାପଡ଼ିଥିଲା। ଦେଖନ୍ତୁ ଭିଡିଓ। (ଭିଡିଓ ସୌଜନ୍ୟ: ଦୈନିକ ଭାସ୍କର)

https://videodelivery-bhaskar.akamaized.net/delivery/nat/2017/11/10/31_hl_pune_fighting_ag_1510317362/mp4/v360.mp4

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।