ମୋ ପତ୍ନୀ ଓ ଛୁଆଙ୍କ ନାମ ‘ଭାରତ ମାତା କି ଜୟ’ ରଖିବି: କହ୍ନେୟା କୁମାର

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିବାହ ପରେ ତାଙ୍କ ପତ୍ନୀ ଓ ସନ୍ତାନର ନାମ ‘ଭାରତ ମାତା କି ଜୟ’ ରଖିବେ ବୋଲି କହି ସେ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଶୁକ୍ରବାର ଏକ କାର୍ଯ୍ୟକ୍ରମରେ କହ୍ନେୟା କହିଥିଲେ,“ସେମାନେ କହୁଛନ୍ତି ଦେଶ ହିଁ ସବୁ କିଛି, ଆପଣମାନଙ୍କୁ ‘ଭାରତ ମାତା କି ଜୟ’ କହିବାକୁ ପଡ଼ିବ।  ସେଥିପାଇଁ ମୁଁ ଭାବୁଛି ମୋ ବିବାହ ପରେ […]

Kanhaiya_Kumar_

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 08:55 AM IST

ନୂଆଦିଲ୍ଲୀ: ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିବାହ ପରେ ତାଙ୍କ ପତ୍ନୀ ଓ ସନ୍ତାନର ନାମ ‘ଭାରତ ମାତା କି ଜୟ’ ରଖିବେ ବୋଲି କହି ସେ ନୂଆ ବିବାଦ ସୃଷ୍ଟି କରିଛନ୍ତି।

ଶୁକ୍ରବାର ଏକ କାର୍ଯ୍ୟକ୍ରମରେ କହ୍ନେୟା କହିଥିଲେ,“ସେମାନେ କହୁଛନ୍ତି ଦେଶ ହିଁ ସବୁ କିଛି, ଆପଣମାନଙ୍କୁ ‘ଭାରତ ମାତା କି ଜୟ’ କହିବାକୁ ପଡ଼ିବ।  ସେଥିପାଇଁ ମୁଁ ଭାବୁଛି ମୋ ବିବାହ ପରେ ମୋ ପତ୍ନୀ ଓ ସନ୍ତାନଙ୍କ ନାମ ‘ଭାରତ ମାତା କି ଜୟ’ ରଖିବି।”

ସେ ଆହୁରି ମଧ୍ୟ କହିଥିଲେ,“ମୋ ପିଲାମାନେ ଯେତେବେଳେ ସ୍କୁଲ ଯିବେ ଓ ସ୍କୁଲରେ ଶିକ୍ଷକମାନେ ତାକୁ ପିତା-ମାତାଙ୍କ ନାଁ ପଚାରିବେ  ସେ ‘ଭାରତ ମାତା କି ଜୟ’ ବୋଲି କହିବ।  ସେଥିପାଇଁ ତାକୁ ସ୍କୁଲରେ ସ୍କୁଲ ଫି’ ଦେବାକୁ ପଡ଼ିବନି।  ସେ ମାଗଣାରେ ସ୍କୁଲରେ ପଢ଼ିପାରିବ।”

ଫେବ୍ରୁଆରୀ ୯ ତାରିଖ ଅଫଜଲ୍ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମର ଦେଶ ବିରୋଧୀ ସ୍ଲୋଗାନ୍ ଦେଇ  ଜେଲ ଯାଇଥିଲେ। ସେ ଏବେ ବେଲ୍‌ରେ ଅଛନ୍ତି।

Related story