ଚୋରି ସନ୍ଦେହରେ ପୁଣି ଜଣଙ୍କୁ ପିଟିପିଟି ହତ୍ୟା

ମୁଜାଫରନଗର: ଉତ୍ତର ପ୍ରଦେଶରେ ପୁଣି ଜଣଙ୍କୁ ଚୋର ସନ୍ଦେହରେ ପଟିପିଟି ହତ୍ୟା କରାଯାଇଛି। ବିଜପୁରଠାରେ ଗାଁ ଲୋକମାନେ ଏଭଳି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍‌ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି। ଲୋକଙ୍କ ମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି କପିଲ ତ୍ୟାଗୀ। ସେ ନିକଟସ୍ଥ ଏକ ଅଞ୍ଚଳକୁ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଚୋରି କରିବାକୁ […]

protest-new-delhi-india_53c20170-9d2d-11e8-8838-278d266b5e3b

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 06:50 PM IST

ମୁଜାଫରନଗର: ଉତ୍ତର ପ୍ରଦେଶରେ ପୁଣି ଜଣଙ୍କୁ ଚୋର ସନ୍ଦେହରେ ପଟିପିଟି ହତ୍ୟା କରାଯାଇଛି। ବିଜପୁରଠାରେ ଗାଁ ଲୋକମାନେ ଏଭଳି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍‌ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି।

ଲୋକଙ୍କ ମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି କପିଲ ତ୍ୟାଗୀ। ସେ ନିକଟସ୍ଥ ଏକ ଅଞ୍ଚଳକୁ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଚୋରି କରିବାକୁ ଆସିଥିବା ସନ୍ଦେହ କରିଥିଲେ। ପରେ ଗାଁ ଲୋକେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Related story