ଏବେ ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌, ବର୍ଷକୁ ୬ ହଜାର ଟଙ୍କା

ନୂଆଦିଲ୍ଲୀ:ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ସମସ୍ତ ଚାଷୀଙ୍କ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପିଏମ୍‌-କିଷାନ୍‌ ଯୋଜନାରେ ଆଉ ଜମି ପରିମାଣକୁ ନେଇ ରହିଥିବା କଟକଣା ରହିବ ନାହିଁ। ଏଥିରେ ପ୍ରାୟ ୧୫ କୋଟି ଚାଷୀ ପରିବାରକୁ ସିଧାସଳଖ ସହାୟତା ପହଞ୍ଚିବ ବୋଲି ଆକଳନ କରାଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୩୫୦ ଆସନରେ ବିଜୟ […]

farmers

farmers

Subrat Kumar Nayak
  • Published: Friday, 31 May 2019
  • Updated: 31 May 2019, 08:37 PM IST

Sports

Latest News

ନୂଆଦିଲ୍ଲୀ:ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ସମସ୍ତ ଚାଷୀଙ୍କ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପିଏମ୍‌-କିଷାନ୍‌ ଯୋଜନାରେ ଆଉ ଜମି ପରିମାଣକୁ ନେଇ ରହିଥିବା କଟକଣା ରହିବ ନାହିଁ। ଏଥିରେ ପ୍ରାୟ ୧୫ କୋଟି ଚାଷୀ ପରିବାରକୁ ସିଧାସଳଖ ସହାୟତା ପହଞ୍ଚିବ ବୋଲି ଆକଳନ କରାଯାଉଛି।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୩୫୦ ଆସନରେ ବିଜୟ ସହ ଗତକାଲି ଶପଥ ନେବାପରେ ଆଜି ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ତା'ର ଇସ୍ତାହାରରେ କହିଥିଲା ଯେ ଏହି ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ। ବିଶେଷ ସୂତ୍ରରୁ ଜଣାଯାଇଛି, ଏହି ପ୍ରସ୍ତାବ ଆଜି ପାରିତ ହୋଇଛି।

ଅନ୍ତରୀଣ କାଳୀନ ବଜେଟ୍‌ରେ ହିଁ ୭୫ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ସିଦ୍ଧି ବାବଦରେ ଘୋଷଣା କରାଯାଇଥିଲା। ଏଥିରେ ସରକାର ନିଷ୍ପତ୍ତି ନେଇଥିଲେ ୨ ହେକ୍ଟର ଯାଏ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ଦିଆଯିବ। ତା ସହ ଏଥିରେ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରାଯିବ ବୋଲି କୁହାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ୩.୧୧ କୋଟି କ୍ଷୁଦ୍ର ଚାଷୀ ୨,୦୦୦ ଟଙ୍କା ଲେଖାଏ ପାଇସାରିଛନ୍ତି। ୨.୭୫ କୋଟି ଲୋକ ଦ୍ୱିତୀୟ କିସ୍ତି ପାଇସାରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos