କ୍ଷମତା ପାଇବା ପରେ ବଦଳି ଯାଇଛନ୍ତି ମୋଦି: ରାଜ୍

ମୁମ୍ବାଇ: ନିର୍ବାଚନ ଜିତି କ୍ଷମତାକୁ ଆସିବା ପରେ ବଦଳି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ୧୦୦ ଦିନରେ ଚମତ୍କାର କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେ କେଉଁଠି ବୋଲି କହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକ୍‌ରେ। ଶୁକ୍ରବାର ରାତିରେ ଶିବାଜୀ ପାର୍କରେ ନିଜ ଦଳର ଏକ ରାଲିରେ ଯୋଗ ଦେଇ ସେ ଏହା କହିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସଘାତକ ଭାବେ ବର୍ଣ୍ଣନା କରି ରାଜ୍ କହିଥିଲେ,“ମୋଦିଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀ […]

raj thakre

Rakesh Mallick
  • Published: Saturday, 09 April 2016
  • , Updated: 09 April 2016, 06:54 AM IST

ମୁମ୍ବାଇ: ନିର୍ବାଚନ ଜିତି କ୍ଷମତାକୁ ଆସିବା ପରେ ବଦଳି ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ୧୦୦ ଦିନରେ ଚମତ୍କାର କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେ କେଉଁଠି ବୋଲି କହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକ୍‌ରେ। ଶୁକ୍ରବାର ରାତିରେ ଶିବାଜୀ ପାର୍କରେ ନିଜ ଦଳର ଏକ ରାଲିରେ ଯୋଗ ଦେଇ ସେ ଏହା କହିଥିଲେ।

ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସଘାତକ ଭାବେ ବର୍ଣ୍ଣନା କରି ରାଜ୍ କହିଥିଲେ,“ମୋଦିଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀ ଏତେ ଥର ବିଦେଶ ଗସ୍ତରେ ଯାଇଛନ୍ତି କି? କୁଆଡ଼େ ଗଲା ତାଙ୍କର ଅଚ୍ଛେ ଦିନ୍‌ର ପ୍ରତିଶ୍ରୁତି? ପ୍ରଧାନମନ୍ତ୍ରୀ ବିଦେଶରେ ଗଚ୍ଛିତ କଳାଧନ ଫେରାଇ ଆଣିବେ ବୋଲି କହିଥିଲେ। କ’ଣ ହେଲା ସେ କଥା? ଓଲଟି ବିଜୟ ମାଲ୍ୟା ଦେଶରୁ କୋଟି କୋଟି ଟଙ୍କା ଧରି ଫେରାର ହୋଇଯାଇଛନ୍ତି।”

ରାଷ୍ଟ୍ରବାଦ ପ୍ରସଙ୍ଗରେ ମଧ୍ୟ ମୋଦିଙ୍କୁ ସମାଲୋଚନା କରିଥିଲେ ରାଜ୍। ମୋଦିଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ,“ଆପଣ ରାଷ୍ଟ୍ରବାଦ ଭଳି ପ୍ରସଙ୍ଗରେ ଆରଏସ୍‌ଏସ୍‌ର ସାହାଯ୍ୟ ନେଉଛନ୍ତି। କ’ଣ ଆର୍‌ଏସ୍‌ଏସ୍‌ ରାଷ୍ଟ୍ରବାଦ ପ୍ରସଙ୍ଗରେ ପ୍ରମାଣପତ୍ର ବାଣ୍ଟିବ?”

ଶିବସେନା ପ୍ରସଙ୍ଗରେ ସେ କହିଥିଲେ,“ମେଣ୍ଟ ସରକାରରେ ବିଜେପି ଶିବସେନାକୁ ଉଚିତ୍ ଶ୍ରେୟ ଦେଉ ନାହିଁ। ତଥାପି ସେମାନେ କାହିଁକି ସରକାରରେ ଅଛନ୍ତି?”

Related story