ବଜେଟ୍‌ର ସମାଲୋଚକ ପେସାଦାର ହତାଶାବାଦୀ: ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍‌ରେ ରହିଥିବା ‘୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି’ ଟାର୍ଗେଟ୍‌ର ସମାଲୋଚକଙ୍କୁ ପେସାଦାର ହତାଶାବାଦୀ ଭାବେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦି ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି। “କିଛି ଲୋକ ପଚାରୁଛନ୍ତି ସରକାର ‘୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି’ ଟାର୍ଗେଟ୍‌ କାହିଁକି ରଖିଛନ୍ତି, ଏହା କ’ଣ ଦରକାର ଥିଲା ଏବଂ […]

Modi

Subrat Kumar Nayak
  • Published: Saturday, 06 July 2019
  • , Updated: 06 July 2019, 05:44 PM IST

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ୍‌ରେ ରହିଥିବା ‘୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି’ ଟାର୍ଗେଟ୍‌ର ସମାଲୋଚକଙ୍କୁ ପେସାଦାର ହତାଶାବାଦୀ ଭାବେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମୋଦି ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି। "କିଛି ଲୋକ ପଚାରୁଛନ୍ତି ସରକାର ‘୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି’ ଟାର୍ଗେଟ୍‌ କାହିଁକି ରଖିଛନ୍ତି, ଏହା କ’ଣ ଦରକାର ଥିଲା ଏବଂ ଏମିତି କାହିଁକି ହେଲା? ମୋ ବିଚାରରେ ସେମାନଙ୍କୁ ପେଶାଦାର ହତାଶାବାଦୀ ହିଁ କହିବା ଠିକ୍‌ ହେବ।"

ମୋଦି କହିଛନ୍ତି, ସେମାନେ ସାଧାରଣ ଲୋକଙ୍କଠାରୁ ଅଲଗା। ଯଦି ଆପଣ ସାଧାରଣ ଲୋକଙ୍କ ପାଖକୁ ସମସ୍ୟା ନେଇ ଯିବେ, ସେ ଆପଣଙ୍କୁ ସମାଧାନର ବାଟ ଦେଖାଇବାରେ ସାହାଯ୍ୟ କରିବେ। କିନ୍ତୁ ଏମାନେ ଆପଣଙ୍କୁ ହତାଶାପୂର୍ଣ୍ଣ ବାଣୀ ଶୁଣାଇବେ। ସୂଚନାଯୋଗ୍ୟ, ମୋଦି ୨୦୨୪-୨୫ ସୁଦ୍ଧା ଏହି ଟାର୍ଗେଟ୍‌ ପୂରଣର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ମୋଦି ଆଜି ବିଜେପି କର୍ମୀଙ୍କୁ କହିଥିଲେ, ‘୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି’କୁ ନେଇ ବହୁତ ଚର୍ଚ୍ଚା ହେଉଛି। ସମସ୍ତେ ଏହାର ଅର୍ଥ ବୁଝିବା ଦରକାର। ସେ କହିଥିଲେ ‘୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତି’ରେ ପହଞ୍ଚିବା ପାଇଁ ଭାରତର ଅର୍ଥନୀତିର ଆକାର ୨ଗୁଣା କରିବାକୁ ହେବ। ସେ କହିଥିଲେ, ‘ସାଇଜ୍‌ ଅଫ୍‌ ଦି କେକ୍‌ ମ୍ୟାଟର୍ସ’, ଅର୍ଥାତ କେକ ଯେତେ ବଡ଼ ହେବ, ପ୍ରତି ବ୍ୟକ୍ତିଙ୍କ ଭାଗରେ ସେତେ ବଡ଼ ଖଣ୍ଡ କେକ୍‌ ମିଳିବ। ସେ କହିଥିଲେ, ବିଶ୍ୱର ବିକଶିତ ରାଷ୍ଟ୍ରମାନେ ସଂଘର୍ଷ କରି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି, ଏବେ କିନ୍ତୁ ଭାରତର ପାଳି ପଡ଼ିଛି।

ମୋଦି କହିଛନ୍ତି, ଅର୍ଥନୀତିକ ଅଭିବୃଦ୍ଧିର ଗୋଟିଏ ମାର୍ଗ ହେଉଛି କୃଷି କ୍ଷେତ୍ରକୁ ଧନ ସୃଷ୍ଟିକାରୀ କ୍ଷେତ୍ର ଭାବେ ପ୍ରସ୍ତୁତ କରିବାକୁ ହେବ। ବର୍ତ୍ତମାନ କୃଷକମାନେ ଖାଦ୍ୟଶସ୍ୟ ରପ୍ତାନୀକାରୀ ହୋଇପାରିବେ। ଆମ କୃଷକଙ୍କ ପାଖରେ ସେହି କ୍ଷମତା ରହିଛି, ସେମାନେ ନିଶ୍ଚୟ ଏହା ପୂରଣ କରିପାରିବେ।

Related story