ମୋଦିଙ୍କ ବିରୋଧରେ ମନ୍ତବ୍ୟ ଦେଇ କ୍ରେଜିୱାଲଙ୍କ ଜିଭ ଲମ୍ବି ଯାଇଥିଲା: ପାରିକର
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗଳା ସର୍ଜରୀ ନେଇ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,“କ୍ରେଜିୱାଲ ଦିଲ୍ଲୀରେ ମୋଦିଙ୍କ ବିରୋଧରେ ଓ ଗୋଆରେ ମୋ ବିରୋଧରେ ମନ୍ତବ୍ୟ ଦେଇ ତାଙ୍କ ଜିଭ ଲମ୍ବା ହୋଇଯାଇଥିଲା। ସେଥିପାଇଁ ତାଙ୍କ ଜିଭକୁ ଛୋଟ କରିବାକୁ ପଡ଼ିଲା।”
ଏହାସହ କ୍ରେଜିୱାଲଙ୍କ ଅସୁସ୍ଥ ଥିବା ନେଇ ପାରିକର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଛୁଟିରେ ଅଛନ୍ତି।”
ବେଙ୍ଗାଲୁରୁ ନାରାୟଣ ହେଲଥ୍ ସିଟି ହସ୍ପିଟାଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗଳା ଅପରେସନ୍ କରାଯାଇଥିଲା। ଦୀର୍ଘ ୪୦ ବର୍ଷ ହେବ କେଜ୍ରିୱାଲ୍ କଫ ଜଡ଼ିତ ରୋଗରେ ଆକ୍ରାନ୍ତ ଥିଲେ।
କେଜ୍ରିୱାଲ୍ଙ୍କ ଗଳାରେ ସମସ୍ୟା ଥିବାରୁ ଆଲର୍ଜି ସଂସ୍ପର୍ଶରେ ଆସିଲେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏଥିପାଇଁ ତାଙ୍କର ଅପରେସନ୍ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।