‘ମୋଦିଙ୍କ କାନକୁ ଶୁଭୁ ନାହିଁ କି ଆଖିକୁ ଦିଶୁ ନାହିଁ’

ଭୋପାଲ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ମୋଦିଙ୍କୁ ଲୋକଙ୍କ ଦୁଃଖ ନା ଦେଖା ଯାଉଛି ନା ସେମାନଙ୍କ ଗୁହାରୀ ତାଙ୍କ କାନକୁ ଶୁଭୁଛି। ସେ ନିଜ ଭାଷଣରେ କେବଳ ନିଜ କଥା କହିବା ଜାଣିଛନ୍ତି।” “ମୋଦିଙ୍କର ଆଖିକୁ ଦେଖା ଯାଉ ନାହିଁ କି କାନକୁ ଶୁଭୁ ନାହିଁ। ଖାଲି ତାଙ୍କ ମୁହଁ ଚାଲୁଛି। ମୁହଁ ଚଲାଇବା ଓ ଦେଶ ଚଲାଇବା ମଧ୍ୟରେ ବଡ଼ […]

modi

Jitendra Garnayak
  • Published: Saturday, 13 October 2018
  • , Updated: 13 October 2018, 10:17 AM IST

ଭୋପାଲ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କମଳନାଥ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି,“ମୋଦିଙ୍କୁ ଲୋକଙ୍କ ଦୁଃଖ ନା ଦେଖା ଯାଉଛି ନା ସେମାନଙ୍କ ଗୁହାରୀ ତାଙ୍କ କାନକୁ ଶୁଭୁଛି। ସେ ନିଜ ଭାଷଣରେ କେବଳ ନିଜ କଥା କହିବା ଜାଣିଛନ୍ତି।”

“ମୋଦିଙ୍କର ଆଖିକୁ ଦେଖା ଯାଉ ନାହିଁ କି କାନକୁ ଶୁଭୁ ନାହିଁ। ଖାଲି ତାଙ୍କ ମୁହଁ ଚାଲୁଛି। ମୁହଁ ଚଲାଇବା ଓ ଦେଶ ଚଲାଇବା ମଧ୍ୟରେ ବଡ଼ ତଫାତ୍ ରହିଛି।”

[caption id="attachment_287881" align="aligncenter" width="750"] image credit- the indian express[/caption]

କମଳନାଥ କହିଛନ୍ତି,“ମୋଦି ନିର୍ବାଚନ ପ୍ରଚାର କରିବାକୁ ମଧ୍ୟ ପ୍ରଦେଶ ଆସିବେ। କିନ୍ତୁ ଲୋକେ ତାଙ୍କୁ ଚିହ୍ନି ସାରିଲେଣି। ସେ କ’ଣ କରୁଛନ୍ତି ଦେଖିବା ପାଇଁ ଲୋକେ ସାଢ଼େ ଚାରି ବର୍ଷ ଅପେକ୍ଷା କଲେ। ଏବେ ମୋଦିଙ୍କୁ ବେକାରୀ ଓ ବିମୁଦ୍ରାକରଣକୁ ନେଇ ଉତ୍ତର ଦେବାକୁ ପଡ଼ିବ। ମଧ୍ୟ ପ୍ରଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ର ଦର ସବୁଠୁ ଅଧିକ ଅଛି। ଭାଷଣ ଦେଲେ ବା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କଲେ ଏସବୁର ଉତ୍ତର ମିଳିବନି।”

ସେ ଆହୁରି କହିଛନ୍ତି,“ ମଧ୍ୟପ୍ରଦେଶର ଲୋକେ ମାନେ ବହୁତ ନୀରିହ, କିନ୍ତୁ ସେମାନଙ୍କର ବୁଝିବା ଶକ୍ତି ରହିଛି।”

କମଲନାଥ କହିଛନ୍ତି,“ ଆମେ ହିସାବ ମାଗିଲେ ମୋଦି ରାଷ୍ଟ୍ରବାଦର ପାଠ ପଢ଼ାଉଛନ୍ତି। କିନ୍ତୁ ତାଙ୍କ ସଂଗଠନ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ନ ଥିଲା। ଆମେ ଆଗରୁ ବିଟ୍ରିଶ ସରକାର ସହ ଲଢ଼ିଥିଲୁ,ଏବେ ଚାରିଜଣଙ୍କ ସହ ଲଢ଼ିବୁ।”

Related story