ମଙ୍ଗଳବାରଠାରୁ ସଂସଦର ମୌସୁମୀ ଅଧିବେଶନ: ବ୍ୟାପମ୍ ଓ ମୋଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଏନଡିଏ ସରକାର  ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ବିଲକୁ ପାରିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବ୍ୟାପମ ଦୁର୍ନୀତି  ଓ ଲଳିତ ମୋଦି ବିବାଦ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇରହିଛନ୍ତି। ଲଳିତ ମୋଦି  ଓ ଜାଲ ଶିକ୍ଷାଗତ ପ୍ରମାଣପତ୍ର ପ୍ରସଙ୍ଗ ନେଇ ବିରୋଧୀମାନେ ଯଥାକ୍ରମେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମାନବସମ୍ବଳ ବିକାଶ ମନ୍ତ୍ରୀ […]

paliment

Rakesh Mallick
  • Published: Sunday, 19 July 2015
  • , Updated: 19 July 2015, 03:45 PM IST

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ଏନଡିଏ ସରକାର  ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ବିଲକୁ ପାରିତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବ୍ୟାପମ ଦୁର୍ନୀତି  ଓ ଲଳିତ ମୋଦି ବିବାଦ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇରହିଛନ୍ତି।

ଲଳିତ ମୋଦି  ଓ ଜାଲ ଶିକ୍ଷାଗତ ପ୍ରମାଣପତ୍ର ପ୍ରସଙ୍ଗ ନେଇ ବିରୋଧୀମାନେ ଯଥାକ୍ରମେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ମାନବସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଇସ୍ତଫା ଦାବି କରିବେ। ଏହା ସହିତ ବ୍ୟାପମ ଦୁର୍ନୀତି ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବାରାଜ ସିଂହ ଚୌହାନ ଓ ଚାଉଳ ଦୁର୍ନୀତି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଇସ୍ତଫା ମଧ୍ୟ ଦାବି କରିବେ କଂଗ୍ରେସ ଓ ଅନ୍ୟ ବିରୋଧୀ। ସେହିପରି ଲଳିତମୋଦି ପ୍ରସଙ୍ଗରେ ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଇସ୍ତଫା ଦାବି କରିବେ ବିରୋଧୀ। ବୈଦେଶିକ ମନ୍ତ୍ରୀ ସୁଷାମ ସ୍ୱରାଜ ଓ ସ୍ମୃତି ଇରାନୀ ଇସ୍ତଫା ନଦେଲେ ବା ପ୍ରଧାନମନ୍ତ୍ରୀ ସେମାନଙ୍କୁ ମନ୍ତ୍ରୀ ପଦରୁ ନହଟାଇଲେ ସଂସଦ ଅଧିବେଶନକୁ ଅଚଳ କରିଦିଆଯିବ ବୋଲି ପୂର୍ବରୁ କଂଗ୍ରେସ କଡା ଚେତାବନୀ ଦେଇ ସାରିଛି । ତେଣୁ ମଙ୍ଗଳବାର ବସିବାକୁ ଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଲୋକସଭାରେ ହଙ୍ଗାମା ହେବା ନିଶ୍ଚିତ।

ଅନ୍ୟପକ୍ଷରେ ବିରୋଧୀଙ୍କୁ ସାମ୍ନା କରିବାକୁ ମୋଦି ସରକାର ବି ପ୍ରସ୍ତୁତ ହୋଇଛନ୍ତି। ଏନେଇ ସରକାରଙ୍କର ବରିଷ୍ଠ ମନ୍ତ୍ରୀମାନଙ୍କର ଏକ ବୈଠକ ଗତ ଗୁରୁବାର ବସିଥିଲା। ଦୁର୍ନୀତି ମାମଲାରେ କଂଗ୍ରେସକୁ କାଉଣ୍ଟର କରିବାକୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପ୍ରସଙ୍ଗ ଉଠାଇବ ବିଜେପି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଛନ୍ତି ବୀରଭଦ୍ର।

ଏଥର ସଂସଦର ମୌସୁମୀ ଅଧିବେଶନରେ ମୋଟ ୩୫ଟି ପ୍ରସଙ୍ଗରେ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିମଧ୍ୟରେ ରହିଛି ରାଜ୍ୟସଭାରେ ଅଟକି ଥିବା ୯ଟି ବିଲ ଓ ଲୋକସଭାରେ ଅଟକିଥିବା ୪ଟି ବିଲ। ସେହିପରି ଏହି ଅଧିବେଶନରେ ସରକାର ୧୧ଟି ନୂଆବିଲ ଆଗତ କରିବେ। ଅନ୍ୟପକ୍ଷରେ ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲକୁ ପାରିତ କରିବାକୁ ଆଗତ କରାଯାଇନପାରେ। କାରଣ ଏହି ବିଲକୁ ନେଇ ଗଠିତ ଯୁଗ୍ମ ସଂସଦୀୟ କମିଟି ଆହୁରି୨ ସପ୍ତାହ ସମୟ ମାଗିଛି।

 

Related story