୭ଟି ରାଜ୍ୟରେ ୭୧୮ ଜୀବନ ନେଲାଣି ମୌସୁମୀ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟରୁ ୨ ଦିନ ଆଗୁଆ ଅର୍ଥାତ୍‌ ମେ ୨୯ରେ କେରଳ ଛୁଇଁଥିବା ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏବେ ସାରା ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୌସୁମୀ ପ୍ରଭାବରେ ଜାରି ରହିଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁ ୭ଟି ରାଜ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।  ଏଠାରେ ବର୍ଷାଜନିତ ଅଘଟଣ ଓ ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୭୧୮ ଜଣ ପ୍ରାଣ ହରାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏନ୍‌ଇଆର୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, […]

716017-kerala-monsoon-pti

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 06:34 PM IST

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟରୁ ୨ ଦିନ ଆଗୁଆ ଅର୍ଥାତ୍‌ ମେ ୨୯ରେ କେରଳ ଛୁଇଁଥିବା ଦକ୍ଷିଣ –ପଶ୍ଚିମ ମୌସୁମୀ ବାୟୁ ଏବେ ସାରା ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୌସୁମୀ ପ୍ରଭାବରେ ଜାରି ରହିଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁ ୭ଟି ରାଜ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।  ଏଠାରେ ବର୍ଷାଜନିତ ଅଘଟଣ ଓ ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୭୧୮ ଜଣ ପ୍ରାଣ ହରାଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଏନ୍‌ଇଆର୍‌ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ସର୍ବାଧିକ ୧୭୧, ପଶ୍ଚିମବଙ୍ଗରେ ୧୭୦, କେରଳରେ ୧୭୮, ମହାରାଷ୍ଟ୍ରରେ ୧୩୯, ଗୁଜରାଟ୍‌ରେ ୫୨, ଆସାମରେ ୪୪ ଓ ନାଗାଲ୍ୟାଣ୍ଡରେ ୮ ଜଣଙ୍କ ଜୀବନ ଯାଇଛି। ସେହିପରି କେରଳରେ ୨୬, ଆସାମରେ ୨୧ ଓ ପଶ୍ଚିମବଙ୍ଗରେ ୫ ଜଣ ବନ୍ୟା ଜଳରେ ଭାସି ଯାଇ ନିଖୋଜ ଅଛନ୍ତି।  ବର୍ଷାଜନିତ ଦୁର୍ଘଟଣାରେ ମଧ୍ୟ୨୪୪ ଜଣ ଆହତ ହୋଇଛନ୍ତି।

ମହାରାଷ୍ଟ୍ରର ୨୬ଟି, ପଶ୍ଚିମବଙ୍ଗର ୨୨, ଆସାମରେ ୨୩, କେରଳରେ ୧୪, ଉତ୍ତର ପ୍ରଦେଶରେ ୧୨, ନାଗାଲ୍ୟାଣ୍ଡରେ ୧୧ ଓ  ଗୁଜରାଟ୍‌ରେ ୧୦ଟି ଜିଲ୍ଲା ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ  ହୋଇଛି।

Related story