ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ଏକାଧିକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ଅରୁଣାଚଳ ପ୍ରଦେଶ ପ୍ରସଙ୍ଗ। ସେଠାରେ କଂଗ୍ରେସ ସରକାରକୁ ବହୁମତ ପ୍ରମାଣ କରିବା ପାଇଁ ସୁଯୋଗ ଦିଆନଯାଇ ଭାଙ୍ଗି ଦିଆଯାଇଥିଲା ଓ ବିଜେପି ସରକାର ଗଠନ କରିଥିଲା। ତେବେ ସୁପ୍ରିମ୍‌କୋର୍ଟ କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟ୍‌କା […]

parlliament

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 11:35 AM IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ଏକାଧିକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ଅରୁଣାଚଳ ପ୍ରଦେଶ ପ୍ରସଙ୍ଗ। ସେଠାରେ କଂଗ୍ରେସ ସରକାରକୁ ବହୁମତ ପ୍ରମାଣ କରିବା ପାଇଁ ସୁଯୋଗ ଦିଆନଯାଇ ଭାଙ୍ଗି ଦିଆଯାଇଥିଲା ଓ ବିଜେପି ସରକାର ଗଠନ କରିଥିଲା। ତେବେ ସୁପ୍ରିମ୍‌କୋର୍ଟ କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଏହି ପ୍ରସଙ୍ଗକୁ କଂଗ୍ରେସ ସଂସଦର ଉଭୟ ଗୃହରେ ଉଠାଇବ ବୋଲି ଜଣାପଡ଼ିଛି। ସେହିପରି ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍ ପ୍ରଚଳନ ନେଇ ସରକାର ଲ’ କମିଶନଙ୍କୁ ପ୍ରସ୍ତାବ ମାଗିଥିବା ବେଳେ ଏହାକୁ ନେଇ ସଂସଦରେ ବିରୋଧୀମାନେ ହଙ୍ଗାମା କରିପାରନ୍ତି ବୋଲି କୁହାଯାଉଛି।

ଏନ୍‌ଏସ୍‌ଜିରେ ଭାରତ ସ୍ଥାନ ନ ପାଇବା ନେଇ ସରକାରଙ୍କ ପାରିବା ପଣିଆ ନେଇ ବିରୋଧୀ ଦଳଗୁଡ଼ିକ ସଂସଦରେ ସ୍ୱର ଉଠାଇପାରନ୍ତି।

ଅନ୍ୟପକ୍ଷରେ ଏହି ଅଧିବେଶନରେ ସରକାର ଜିଏସ୍‌ଟି ଭଳି କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ପାସ୍ କରାଇବାକୁ ଉଦ୍ୟମ କରିବେ। ଶୁକ୍ରବାର ଏ ବିଲ୍ ନେଇ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ଏମ୍. ଭେଙ୍କେୟା ନାଇଡୁ।

Related story