ଚୀନକୁ କାଉଣ୍ଟର ପାଇଁ ଏଲଏସିରେ ସେନା ଠୁଳ କରୁଛି ଭାରତ

ନୂଆଦିଲ୍ଲୀ: ଚୀନ ସହିତ ବିବାଦ ବଢ଼ୁଥିବା ଦେଖି ଏଲଏସିରେ ସେନା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଚୀନ ବାରମ୍ୱାର ସୀମାରେ ସେନା ବୃଦ୍ଧି କରୁଥିବା ଦେଖି ଭାରତ ମଧ୍ୟ ସମାନ ନୀତି ଆପଣାଇଛି। ଖାଲି ଚୀନ୍ କି ଭାରତ ନୁହେଁ ଇଣ୍ଡୋ-ତିବ୍ବତ ବୋର୍ଡର ପୁଲିସ ମଧ୍ୟ ଆବଶ୍ୟକ ପୁଲିସ ସୀମାରେ ମୁତୟନ କରୁଥିବା ସୂଚନା ରହିଛି। ସୀମାରେ ପରିବର୍ତ୍ତିତ ସ୍ଥିତିକୁ ଦେଖି ଟ୍ରୁପ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। […]

army Convoy Ladakh

army Convoy Ladakh

Subhransu Sekhar
  • Published: Thursday, 25 June 2020
  • Updated: 25 June 2020, 08:50 PM IST

Sports

Latest News

ନୂଆଦିଲ୍ଲୀ: ଚୀନ ସହିତ ବିବାଦ ବଢ଼ୁଥିବା ଦେଖି ଏଲଏସିରେ ସେନା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଚୀନ ବାରମ୍ୱାର ସୀମାରେ ସେନା ବୃଦ୍ଧି କରୁଥିବା ଦେଖି ଭାରତ ମଧ୍ୟ ସମାନ ନୀତି ଆପଣାଇଛି। ଖାଲି ଚୀନ୍ କି ଭାରତ ନୁହେଁ ଇଣ୍ଡୋ-ତିବ୍ବତ ବୋର୍ଡର ପୁଲିସ ମଧ୍ୟ ଆବଶ୍ୟକ ପୁଲିସ ସୀମାରେ ମୁତୟନ କରୁଥିବା ସୂଚନା ରହିଛି।

ସୀମାରେ ପରିବର୍ତ୍ତିତ ସ୍ଥିତିକୁ ଦେଖି ଟ୍ରୁପ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଥମେ ପ୍ଲାଟୁନ ଆର୍ମି ମୁତୟନ କରିବାକୁ ଯୋଜନା ହୋଇଥିଲା ଏବେ କିନ୍ତୁ କମ୍ପାନୀ ଆର୍ମି ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ଏମାନେ ସମସ୍ତେ ସୀମାରେ ପାଟ୍ରୋଲିଂରେ ନିୟୋଜିତ ରହିବେ ବୋଲି ସରକାରୀ ଅଧିକାରୀ ଜଣଙ୍କ କହିଛନ୍ତି। କହି ରଖୁଛୁ ଗୋଟିଏ ପ୍ଲାଟୁନରେ ୩୦ ଜଣ ଯବାନ ରହିଥାନ୍ତି, ଗୋଟିଏ କମ୍ପାନୀରେ ୧୦୦ ଜଣ ଯବାନ ନିୟୋଜିତ ରହିଥାନ୍ତି।

ସୀମାରେ ସେନା ମୁତୟନ ହେବା ପରେ ସ୍ପଷ୍ଟ ହୋଇଛି ଯେ, ଗଲଓ୍ୱାନ ଉପତ୍ୟକା, ହଟ ସ୍ପ୍ରିଙ୍ଗ ଏବଂ ପାଙ୍ଗୋଙ୍ଗ ହ୍ରଦରେ ସ୍ଥିତି ଉତ୍ତେଜନାମୂଳକ ରହିଛି।

ସୂଚନାଯୋଗ୍ୟ, ସୀମା ସମସ୍ୟାକୁ ହ୍ରାସ କରିବା ପାଇଁ ୨୪ ଜୁନରେ ଭିଡିଓ କନଫରେନ୍ସିଂ ଜରିଆରେ WMCC (ୱାର୍କିଂ ମେକାନିଜିମ୍ ଫର୍ କନ୍ସଲଟେସନ୍ ଆଣ୍ଡ କୋର୍ଡିନେସନ୍ ଅଫ୍ ଇଣ୍ଡିଆ-ଚାଇନା ସୀମା ବ୍ୟାପାର) ର ୧୫ ତମ ବୈଠକ ହୋଇଥିଲା। ଏହି ବୈଠକରେ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ ଯୁଗ୍ମ ସଚିବ (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ। ସେହିପରି ଚୀନ୍ ପକ୍ଷରୁ ସୀମା ଓ ମହାସାଗର ବିଭାଗର ମହାନିର୍ଦେଶକ ହଙ୍ଗ ଲିଆଙ୍ଗ ଯୋଗ ଦେଇଥିଲେ।

ଜୁନ୍ ୬ ରେ ବରିଷ୍ଠ କମାଣ୍ଡୋଙ୍କ ଦ୍ୱାରା ଡି-ଏସ୍କେଲେସନ୍ ଉପରେ ହୋଇଥିବା ଚୁକ୍ତି ଓ ୨୨ ଜୁନ୍ ରେ ଅନୁଷ୍ଠିତ ବରିଷ୍ଠ କମାଣ୍ଡୋଙ୍କ ଦ୍ୱିତୀୟ ବୈଠକର ଆଲୋଚନା ଉପରେ ଦୁଇ ଦେଶ ସହମତି ପ୍ରକାଶ କରିଥିବା ସୂଚନା ରହିଛି। ଜୁନ୍ ୬ ଏବଂ ୨୨ ରେ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଭାରତ-ଚୀନ୍ ରାଜି ହୋଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story