କରୋନା ପାଇଁ ଦିଲ୍ଲୀ ସ୍କୁଲରେ ପ୍ରାର୍ଥନା ବନ୍ଦ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦିଲ୍ଲୀ ସରକାର ସ୍କୁଲ ଗୁଡ଼ିକରେ ସକାଳ ପ୍ରାର୍ଥନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସ୍କୁଲରେ ପିଲାମାନଙ୍କୁ କରୋନା ଉପରେ ସଚେତନ କରିବାକୁ କାର୍ଯ୍ୟକ୍ରମ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ କୁହାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହା ଘୋଷଣା କରି କହିଛନ୍ତି ଯେ ଗତକାଲି ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆସନ୍ତାକାଲି ଠାରୁ କରୋନା ପାଇଁ ଦିଲ୍ଲୀର ସମସ୍ତ ସ୍କୁଲରେ […]

t

Hemant Lenka
  • Published: Friday, 06 March 2020
  • , Updated: 06 March 2020, 05:26 PM IST

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦିଲ୍ଲୀ ସରକାର ସ୍କୁଲ ଗୁଡ଼ିକରେ ସକାଳ ପ୍ରାର୍ଥନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସ୍କୁଲରେ ପିଲାମାନଙ୍କୁ କରୋନା ଉପରେ ସଚେତନ କରିବାକୁ କାର୍ଯ୍ୟକ୍ରମ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ କୁହାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହା ଘୋଷଣା କରି କହିଛନ୍ତି ଯେ ଗତକାଲି ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆସନ୍ତାକାଲି ଠାରୁ କରୋନା ପାଇଁ ଦିଲ୍ଲୀର ସମସ୍ତ ସ୍କୁଲରେ ପ୍ରାର୍ଥନା କିମ୍ବା ପିଲାମାନଙ୍କୁ ଏକାଠି ହେବାକୁ ବାରଣ କରିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

ସେହିପରି ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରହିବ। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସରକାରୀ ହସ୍ପିଟାଲ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କରୋନା ଭାଇରସକୁ ଦୃଷ୍ଟିରେ ୱାଘା-ଅଟ୍ଟାରୀ ସୀମାରେ ହେଉଥିବା ଧ୍ୱଜା ଅବତରଣ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି। ଧ୍ୱଜା ଅବତରଣ କାର୍ଯ୍ୟକ୍ରମ ଦେଖିବାକୁ ପ୍ରତିଦିନ ୨୦ରୁ ୨୫ ହଜାର ଲୋକ ଏକାଠି ହୋଇଥାଆନ୍ତି। ଏହାଦ୍ୱାରା କରୋନା ବ୍ୟାପିବାର ଆଶଙ୍କା ଥିବାରୁ ସାଧାରଣ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି।

Related story