ଆଉ ସଂସଦରେ ସାଂସଦଙ୍କୁ ମିଳିବନି ସବସିଡି ଖାଦ୍ୟ

ନୂଆଦିଲ୍ଲୀ: ଆଉ ସଂସଦର କ୍ୟାଣ୍ଟିନ୍‌ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ଆଜି ସମସ୍ତ ସାଂସଦ ମିଳିତ ଭାବେ ଏହି ସବସିଡି ଖାଦ୍ୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ସାଂସଦମାନେ ଏଣିକି କ୍ୟାଣ୍ଟିନ୍‌ରେ ଖାଦ୍ୟ ଖାଇଲେ ସବସିଡି ଗ୍ରହଣ କରିବେ ନାହିଁ । ମାର୍କେଟ ଦର ଅନୁସାରେ ସାଂସଦମାନେ କ୍ୟାଣ୍ଟିନରେ ଖାଇଲେ ଟଙ୍କା ଦେବେ ବୋଲି ଜଣାପଡ଼ିଛି। ବାଚସ୍ପତି ଓମ ବିର୍ଲା ହିଁ ପ୍ରଥମେ ଖାଦ୍ୟରେ ସାଂସଦଙ୍କୁ ମିଳୁଥିବା ସବସିଡି ଯୁକ୍ତ ଖାଦ୍ୟ […]

cz

Hemant Lenka
  • Published: Thursday, 05 December 2019
  • , Updated: 05 December 2019, 03:29 PM IST

ନୂଆଦିଲ୍ଲୀ: ଆଉ ସଂସଦର କ୍ୟାଣ୍ଟିନ୍‌ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ଆଜି ସମସ୍ତ ସାଂସଦ ମିଳିତ ଭାବେ ଏହି ସବସିଡି ଖାଦ୍ୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ସାଂସଦମାନେ ଏଣିକି କ୍ୟାଣ୍ଟିନ୍‌ରେ ଖାଦ୍ୟ ଖାଇଲେ ସବସିଡି ଗ୍ରହଣ କରିବେ ନାହିଁ । ମାର୍କେଟ ଦର ଅନୁସାରେ ସାଂସଦମାନେ କ୍ୟାଣ୍ଟିନରେ ଖାଇଲେ ଟଙ୍କା ଦେବେ ବୋଲି ଜଣାପଡ଼ିଛି।

ବାଚସ୍ପତି ଓମ ବିର୍ଲା ହିଁ ପ୍ରଥମେ ଖାଦ୍ୟରେ ସାଂସଦଙ୍କୁ ମିଳୁଥିବା ସବସିଡି ଯୁକ୍ତ ଖାଦ୍ୟ ଛାଡ଼ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଲୋକସଭାର ବ୍ୟବସାୟ ପରାମର୍ଶଦାତା କମିଟି ଓ ସବୁ ଦଳର ପ୍ରତିନିଧିମାନଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏହି ବୈଠକରେ ସାଂସଦମାନେ ଆଉ ସବସିଡି ଯୁକ୍ତ ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

ସାଂସଦମାନେ ସବସିଡି ଯୁକ୍ତ ଖାଦ୍ୟ ନ ଖାଇଲେ ସରକାରଙ୍କୁ ପ୍ରାୟ ୧୭ କୋଟି ଟଙ୍କା ବାର୍ଷିକ ଲାଭ ମିଳିବ ବୋଲି ଜଣାପଡ଼ିଛି। ଆଜିଠାରୁ ହିଁ ଏହି ନିୟମ ଲାଗୁ କରାଯାଇଛି।

ପୂର୍ବରୁ ଆମ ସାଂସଦମାନେ ରୁଟି ଓ ଲହୁଣୀ ପାଇଁ ୬ ଟଙ୍କା, ଚପାତି ପାଇଁ ୨ ଟଙ୍କା, ଚିକେନ ତରକାରୀ ୫୦ ଟଙ୍କା, ଚିକେନ କଟଲେଟ ୪୧ ଟଙ୍କା, ତନ୍ଦୁରି ଚିକେନ ୬୦, କଫି ୫, ବରା ପ୍ଲେଟ ୧୨, ଭେଜ ଥାଳି ୩୫,  ଦୋଷା ୧୨, ମାଛ ତରକାରୀ ୪୦, ହାଇଦ୍ରାବାଦୀ ଚିକେନ ବିରିୟାନୀ ୬୫, ମଟନ ତରକାରୀ ୪୫, ଭାତ ୭ ଓ ସୁପ ୧୪ ଟଙ୍କା ଦେଉଥିଲେ।

୨୦୧୫ରେ ସାଂସଦଙ୍କୁ ସଂସଦ କ୍ୟାଣ୍ଟିନ୍‌ରେ ୮୦% ସବସିଡି ମିଳିବ ବୋଲି କୁହାଯିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତତ୍କାଳୀନ ବିଜେଡି ସାଂସଦ ତଥା ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଚିଠି ଲେଖି ସାଂସଦମାନଙ୍କୁ ନିଜ ଆଡ଼ୁ ସଂସଦ କ୍ୟାଣ୍ଟିନ୍‌ରେ ମିଳୁଥିବା ସବସିଡି ଖାଦ୍ୟ ଛାଡ଼ିବାକୁ ଆହ୍ୱାନ ଦେଇଥିଲେ।

୨୦୧୫ ଡିସେମ୍ବର ୩୧ରେ ଲୋକସଭା ପକ୍ଷରୁ ସଂସଦ କ୍ୟାଣ୍ଟିନ ସମ୍ପର୍କରେ ଏକ ବିବୃତି ଜାରି କରିଥିଲେ। ବ୍ୟବସାୟିକ କମିଟିର ରିପୋର୍ଟ ଗ୍ରହଣ କରିବା ପରେ ବାଚସ୍ପତି ଏକାଧିକ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁସାରେ କ୍ୟାଣ୍ଟିନ ଏବେ ବିନା ଲାଭ ଓ ବିନା କ୍ଷତିରେ ଚାଲିବ। ଏହି ନିଷ୍ପତ୍ତି ପରେ ଏକାଧିକ ଖାଦ୍ୟର ଦର ବୃଦ୍ଧି ହୋଇଥିଲା ଏବଂ ପ୍ରକୃତରେ ଏଥିପାଇଁ ଖର୍ଚ୍ଚ ହେଉଥିବା ଟଙ୍କାରେ ହିଁ ଏଗୁଡ଼ିକ ବିକ୍ରି ହେଉଥିଲା।

 

Related story