ପଦ୍ମାବତୀ ବିବାଦରେ ମୁଲାୟମଙ୍କ ବୋହୂ : ଘୁମର ନୃତ୍ୟରେ ନାଚିଲେ ଅପର୍ଣ୍ଣା, ତାତିଲା କରଣୀ ସେନା-ଦେଖନ୍ତୁ ଭିଡଓ

Ordigital Desk
  • Published: Wednesday, 29 November 2017
  • , Updated: 29 November 2017, 09:29 PM IST
<p>ମୁମ୍ବାଇ: ହିନ୍ଦୀ ଫିଲ୍ମ ପଦ୍ମାବତୀର ପିଛା ଛାଡ଼ୁନି ବିବାଦ। &nbsp;ଗତକାଲି ସୁପ୍ରିମକୋର୍ଟ ମାମଲାକୁ ନେଇ ଶୁଣାଣି କରିଥିଲେ। &nbsp;ଫିଲ୍ମ ରିଲିଜ୍&zwnj;କୁ ନେଇ ନିଷ୍ପତ୍ତି ସେନସର ବୋର୍ଡ ହାତରେ ନ୍ୟସ୍ତ କରିଥିଲେ କୋର୍ଟ। &nbsp;ତେବେ ଫିଲ୍ମକୁ ନେଇ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ଏବଂ ପ୍ରଯୋଜନା ସଂସ୍ଥାକୁ ସମନ୍&zwnj; ହୋଇଛି। ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଏବଂ ଲୋକସଭା ସଦସ୍ୟ ଅନୁରାଗ ଠାକୁର ଏହି ସମନ୍&zwnj; କରିଛନ୍ତି । ଏହାସହ ସିବିଏଫସି ଅଧ୍ୟକ୍ଷ ପ୍ରସୂନ ଯୋଶୀଙ୍କୁ ବି ସମନ୍&zwnj; କରିଛି କମିଟି ।</p> <p>ଆସନ୍ତା ସପ୍ତାହ ସୁଦ୍ଧା କମିଟି ସମ୍ମୁଖରେ ଭନସାଲୀଙ୍କୁ&nbsp; ହାଜର ହେବାକୁ ସମନ୍&zwnj;ରେ ଉଲ୍ଲେଖ ରହିଛି । ସେପଟେ ଫିଲ୍ମ ରିଲିଜ୍&zwnj;କୁ ନେଇ ଲାଗି ରହିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। &nbsp;ଜାଣିଶୁଣି ସରକାର ବିରୋଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛି କଂଗ୍ରେସ। ସେପଟେ ପଦ୍ମାବତୀର ଗୀତରେ ପ୍ରଦର୍ଶିତ ନୃତ୍ୟକୁ ନେଇ ଆରମ୍ଭ ହୋଇଛି ବିବାଦ। ସିନେମାର ଘୁମର ଗୀତରେ ନୃତ୍ୟକୁ ନେଇ ବିଗିଡ଼ିଛି କରଣୀ ସେନା।ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବିବାଦରେ ଛନ୍ଦି ହୋଇଛନ୍ତି। ଲକ୍ଷ୍ନୌରେ ଆୟୋଜିତ ଏକ ପାରିବାରିକ କାଅର୍ଯ୍ୟକ୍ରମରେ ଅପର୍ଣ୍ଣା ଘୁମର ଗୀତରେ ନାଚିଥିଲେ। ଯାହାକୁ ଖୋଲାଖୋଲି ବିରୋଧ କରିଛି କରଣୀ ସେନା।ଏହି ଗୀତକୁ କଦର୍ଥ କରାଯାଇଥିବା ଅଭିଯୋଗ ଆଣିଛି ସେନା।</p>

Related story