ମୁମ୍ବାଇ:ଏମିତି ବି ଆସେ ମୃତ୍ୟୁ। ଏମିତି ବି ଚାଲିଯାଏ ଜୀବନ। ଚର୍ଚ୍ଚିତ ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କ ଗୀତରେ ଜଣେ ୧୨ ବର୍ଷର ଝିଅ ନୃତ୍ୟ କରୁଥିବା ବେଳେ ହଠାତ୍ ଟଳିପଡ଼ି ତାର ମୃତ୍ୟୁ ଘଟିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୁମ୍ବାଇର କାନ୍ତିୱଲିରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏମିତି ଏକ ଦୁଃଖଦ ଘଟଣା ଘଟିଛି।
ଗତ ୨୩ ତାରିଖରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଅନିଶା ଶର୍ମା। ତେବେ ହୃଦଘାତ ଯୋଗୁ ଅନିଶାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ସୂଚନା ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସପ୍ନାଙ୍କ ଗୀତରେ ଅନିଶା ନାଚିବା ଆରମ୍ଭ କରିଥିଲେ। ତେବେ ନୃତ୍ୟ କରୁ କରୁ ସେ ହଠାତ୍ ପଡ଼ିଯାଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନିଶା ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ। ସଙ୍ଗୀତ ପ୍ରତି ରୁଚି ଥିବା ଅନିଶା ନୃତ୍ୟ ଶିକ୍ଷା ମଧ୍ୟ କରୁଥିଲେ। ତେବେ ଅନିଶା ଷ୍ଟେଜ୍ରୁ ପଡ଼ିଯିବା ଦୃଶ୍ୟ ଭିଡିଓ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏହା ସପ୍ନା ଚୌଧୁରୀଙ୍କ କାର୍ଯ୍ୟକ୍ରମ ନ ଥିଲା। କିନ୍ତୁ ତାଙ୍କ ଭଳି ଅନିଶା ନୃତ୍ୟ କରୁଥିଲେ।
https://youtu.be/uSE6SKTvnA8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।