ବ୍ୟାଗରେ ଥିଲା ୬.୪୮ ଲକ୍ଷ ଟଙ୍କା, ଷ୍ଟେସନ୍‌ରେ ଡରି ଡରି ବୁଲୁଥିଲା ୭ ବର୍ଷର ପିଲା, ଆଉ ତା’ପରେ

ମୁମ୍ବାଇ: ଜଣେ ୭ ବର୍ଷର ପିଲା ବ୍ୟାଗରୁ ୬.୪୮ ଲକ୍ଷ ଟଙ୍କା ମିଳିଛି। ମୁମ୍ବାଇର ଭୈତରଣ ରେଲୱେ ଷ୍ଟେସନ୍‌ରେ ପିଲାଟି ବ୍ୟାଗ୍‌ରେ ଏହି ଟଙ୍କା ଥିବା ନଜରକୁ ଆସିବା ପରେ ପୁଲିସ ପହଞ୍ଚି ସେହି ଟଙ୍କାକୁ ଜବତ କରିଛି। ତେବେ ପିଲାଟି ଏହି ଟଙ୍କା କେଉଁଠାରୁ ଚୋରି କରି ନାହିଁ ବରଂ ତା’ବାପା ଏହି ଟଙ୍କା ରଖିଦେଇଥିବା ଜଣାପଡ଼ିଛି। ତେବେ ଉଭୟ ବାପ-ପୁଅ ଟ୍ରେନ୍‌ ଯାତ୍ରା ବେଳେ କୌଣସି କାରଣରୁ ଅଲଗା ହୋଇଯାଥିଲେ। ସୂଚନା ଅନୁଯାୟୀ ପିଲାଟିର […]

hh-7

hh-7

Tapas Behera
  • Published: Saturday, 26 January 2019
  • Updated: 26 January 2019, 10:49 AM IST

Sports

Latest News

ମୁମ୍ବାଇ: ଜଣେ ୭ ବର୍ଷର ପିଲା ବ୍ୟାଗରୁ ୬.୪୮ ଲକ୍ଷ ଟଙ୍କା ମିଳିଛି। ମୁମ୍ବାଇର ଭୈତରଣ ରେଲୱେ ଷ୍ଟେସନ୍‌ରେ ପିଲାଟି ବ୍ୟାଗ୍‌ରେ ଏହି ଟଙ୍କା ଥିବା ନଜରକୁ ଆସିବା ପରେ ପୁଲିସ ପହଞ୍ଚି ସେହି ଟଙ୍କାକୁ ଜବତ କରିଛି। ତେବେ ପିଲାଟି ଏହି ଟଙ୍କା କେଉଁଠାରୁ ଚୋରି କରି ନାହିଁ ବରଂ ତା’ବାପା ଏହି ଟଙ୍କା ରଖିଦେଇଥିବା ଜଣାପଡ଼ିଛି। ତେବେ ଉଭୟ ବାପ-ପୁଅ ଟ୍ରେନ୍‌ ଯାତ୍ରା ବେଳେ କୌଣସି କାରଣରୁ ଅଲଗା ହୋଇଯାଥିଲେ।

ସୂଚନା ଅନୁଯାୟୀ ପିଲାଟିର ବାପା ସବିର୍‌ ଖାନ୍‌ କ୍ୟାଟରିଂ ବ୍ୟବସାୟ କରନ୍ତି । ସବିର୍‌ କ୍ୟାଟରିଂ ଅର୍ଡ଼ର ସୂରୁପ ବାନ୍ଦ୍ରାରୁ ଜଣେ କ୍ଲାଏଣ୍ଟଠାରୁ ୬.୪୮ ଲକ୍ଷ ଆଣିଥିଲେ। ସାଙ୍ଗରେ ୭ ବର୍ଷର ପୁଅ ମଧ୍ୟ ଥିଲା। ଉଭୟେ ଟ୍ରେନ୍‌ରେ ବାନ୍ଦ୍ରାରୁ ଫେରୁଥିଲେ। ତେବେ ସବିର୍‌ଙ୍କ ପାଖରେ ଏତେ ପରିମାଣରେ ଟଙ୍କା ରଖିବା ପାଇଁ କୌଣସି ବ୍ୟାଗ୍ ନଥିବାରୁ ପୁଅର ସ୍କୁଲ ବ୍ୟାଗରେ ଏହି ଟଙ୍କା ରଖିଦେଥିଲେ ବାପା। ତେବେ ଯାତ୍ରା ସମୟରେ ଟ୍ରେନ୍‌ରେ ଅତ୍ୟଧିକ ଭିଡ଼ ଯୋଗୁ ଉଭୟ ବାପ-ପୁଅ ଭୈତରଣ ନିକଟରେ ଅଲଗା ହୋଇଯାଥିଲେ। ହେଲେ ୭ ବର୍ଷର ପିଲାଟି ଡରରେ ବୁଲୁଥିବା ଦେଖି  ତୁଷାର ପାଟିଲ ନାମକ ଜଣେ ଯୁବକ ତାକୁ କେଉଁଠିକୁ ଯିବୁ ବୋଲି ପଚାରିଥିଲେ।

ହେଲେ ପିଲାଟି ବପାଙ୍କ ସହ ଆସୁଥିବା କହିଥିବା ବେଳେ ବାଟରେ ବାପା କେଉଁଠି ହଜିଯାଇଥିବା କହିଥିଲେ। ତେବେ ତୁଷାର ପିଲାଟିର ପରିଚୟ ଜାଣିବାକୁ ଚାହିଁଥିଲା। ହେଲେ ପିଲାଟି ତା’ର ଠିକଣା କହି ନପାରିବାରୁ ପିଲାଟିର ବ୍ୟାଗ୍‌ କାଢ଼ି ଦେଖିଲା ବେଳକୁ ତା ବ୍ୟାଗରେରେ ୬.୪୮ ଲକ୍ଷ ଟଙ୍କା ଜଣାପଡ଼ିଥିଲା। ତୁଷାର ପିଲାଟିକୁ ଟଙ୍କା ବିଷୟରେ ପଚାରିବାରୁ ତା’ବାପା ଏହି ଟଙ୍କା ବ୍ୟାଗରେ ରଖିଥିବା କହିଥିଲା। ଏହା ପରେ ତୁଷାର ସ୍ଥାନୀୟ ଜିଆରପିକୁ ଖବର ଦେଇଥିଲେ। ପୁଲିସ ଆସି ସେହି ଟଙ୍କା ଜବତ କରି ପିଲାଟିର ନିଜ ଘର ଲୋକଙ୍କ ସନ୍ଧାନ କରି ଖବର ଦେଇଥିଲା। ସେପଟେ ପିଲାକୁ ନପାଇ ରେଲୱେ ଜିଆରପି ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ ପିଲାଟିର ବାପା। ପରେ ପୁଲିସ ପୁଅକୁ ପରିବାର ଜିମା ଦେଇଥିଲେ। ଆଉ ପୁଅକୁ ପାଇ ବାପା ସବିର୍‌ ଖାନ୍‌ ଖୁସି ହେବା ସହ ତୁଷାରଙ୍କ ବଦାନ୍ୟତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୌଜନ୍ୟ: ଟାଇମ୍‌ସ ଅଫ୍ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos