ରାଷ୍ଟ୍ରପତି ହେବାକୁ ମୁରଲୀ ମନୋହରଙ୍କ ମନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ହେବାକୁ ମନ ବଳାଇଛନ୍ତି ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ମୁରଲୀ ମନୋହର ଯୋଶୀ। ଆସନ୍ତାବର୍ଷ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ସେ ଏବେଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏନେଇ ସେ ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହିତ ଆରଏସ୍‌ଏସ୍‌ର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ।

ଗତ ମେ’ ୨୨ ତାରିଖରେ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ରାଷ୍ଟ୍ରପତି ପ୍ରାର୍ଥୀ ଦେବାରେ ସଂଘ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଯୋଶୀ ଏ କଥା ଭଲ ଭାବେ ଜାଣିଛନ୍ତି। ତେଣୁ ସେ ଜୁନ୍ ପ୍ରଥମ ସପ୍ତାହରେ ନାଗପୁରରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟି ଥିଲେ ଓ ଦୁହିଁଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଜୁନ୍ ୬-୭ରେ ସେ ମୁମ୍ବାଇରେ ସଂଘର ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟି ଥିଲେ।

ଆହୁରି ପଢ଼ନ୍ତୁ

ବିଜୁଳି ନେଲା ପୁଣି ୨୬ ଜୀବନ

ପୁଣି ରେକର୍ଡ କଲା ରେଳବାଇ, ଟ୍ରାକରେ ଦୌଡ଼ିଲା ୨.୮ କିମି ଲମ୍ବର ଟ୍ରେନ୍‌

‘ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ କେବଳ ସରକାରୀ ଚାକିରୀ‘

ପୁଲୱାମା ହମଲା: ଆଉ ଜଣଙ୍କୁ ବାନ୍ଧିଲା ଏନଆଇଏ

ଇଟାଲୀ ନୌସେନା ବିରୋଧୀ କେସ୍‌ ଜିତିଲା ଭାରତ

ଚାଇନାକୁ ଚେକ: ଲଦାଖ ସୀମାକୁ ଗଲେ ସର୍ଜିକାଲ ଷ୍ଟ୍ରାଇକରେ ନିୟୋଜିତ ଘାତକ କମାଣ୍ଡୋ

୬ ତାରିଖରୁ ତାଜ ମହଲ ଠାରୁ ରେଡ ଫୋର୍ଟ ଯାଏ ସବୁ କୀର୍ତ୍ତିରାଜି ଖୋଲିବ

ବିହାର ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ: ପୋଷ୍ଟାଲ ବାଲଟ୍‌ରେ ଦେଇ ହେବ ଭୋଟ

ସୀମାରେ ଅତିରିକ୍ତ ସେନା ମୁତୟନ ଖବରକୁ ମାନିଲାନି ପାକିସ୍ତାନ

ଲଦାଖ ବିବାଦ: ୨୧ଟି ମିଗ୍‌ ୨୯ ଓ ୧୨ଟି ସୁଖୋଇ-୩୦ ବିମାନ କିଣିବ ଭାରତ

ଆରୋଗ୍ୟ ହାରରେ ୧୧ନଂରେ ଓଡ଼ିଶା, ୧ ନଂରେ କିଏ ଜାଣନ୍ତୁ

ରେଳବାଇର ଘରୋଇ କରଣ ପାଇଁ ପ୍ରଥମ ଗୋଟି ଚଳାଇଲେ ମୋଦି ସରକାର