ହତ୍ୟା ଘଟଣାର ଦୋଷୀ ୧୯ ବର୍ଷ ହେବ କରୁଛି ପୁଲିସ ଚାକିରୀ

ଡେରାଡୁନ: ଦୀର୍ଘ ୨୨ ବର୍ଷ ତଳେ ଉତ୍ତର ପ୍ରଦେଶ ବରେଲୀରେ ହୋଇଥିବା ଏକ ହତ୍ୟାକାଣ୍ଡର ଦୋଷୀ ୧୯ ବର୍ଷ ହେବ ପୁଲିସ ଚାକିରୀ କରୁଛି। ଏବେ ହତ୍ୟାକୀର ଜଣଙ୍କ ଉତ୍ତରାଖଣ୍ଡର ପୁଲିସରେ କାର୍ଯ୍ୟରତ। ବରେଲି ହତ୍ୟାକାଣ୍ଡ ମାମଲାରେ ଉତ୍ତର ପ୍ରଦେଶର ଏକ କୋର୍ଟ ବରେଲି ପୁଲିସ ଷ୍ଟେସନ ଅଧିନରେ ଥିବା ଅଭଇପୁର ନିବାସୀ ମୁକେଶ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେବା ପରେ ଏହା ଜଣାପଡ଼ିଛି। ମୁକେଶ ଏବେ ଉତ୍ତରାଖଣ୍ଡର ଅଲମୋରା ଥାନାରେ ସେ ନିଯୁକ୍ତ। ତେବେ […]

almora police

Subhransu Sekhar
  • Published: Tuesday, 04 February 2020
  • , Updated: 04 February 2020, 03:45 PM IST

ଡେରାଡୁନ: ଦୀର୍ଘ ୨୨ ବର୍ଷ ତଳେ ଉତ୍ତର ପ୍ରଦେଶ ବରେଲୀରେ ହୋଇଥିବା ଏକ ହତ୍ୟାକାଣ୍ଡର ଦୋଷୀ ୧୯ ବର୍ଷ ହେବ ପୁଲିସ ଚାକିରୀ କରୁଛି। ଏବେ ହତ୍ୟାକୀର ଜଣଙ୍କ ଉତ୍ତରାଖଣ୍ଡର ପୁଲିସରେ କାର୍ଯ୍ୟରତ। ବରେଲି ହତ୍ୟାକାଣ୍ଡ ମାମଲାରେ ଉତ୍ତର ପ୍ରଦେଶର ଏକ କୋର୍ଟ ବରେଲି ପୁଲିସ ଷ୍ଟେସନ ଅଧିନରେ ଥିବା ଅଭଇପୁର ନିବାସୀ ମୁକେଶ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେବା ପରେ ଏହା ଜଣାପଡ଼ିଛି। ମୁକେଶ ଏବେ ଉତ୍ତରାଖଣ୍ଡର ଅଲମୋରା ଥାନାରେ ସେ ନିଯୁକ୍ତ।

ତେବେ ମୁକେଶଙ୍କ ନାମରେ ଏକ ଠକେଇ ମାମଲା ମଧ୍ୟ ରୁଜୁ କରାଯାଇଛି। ପନ୍ତନଗର ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି। କାରଣ ୨୦୦୧ରେ ନିଯୁକ୍ତି ବେଳେ ମୁକେଶ ନିଜ ଘରର ଠିକଣା ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ବୋଲି ଦର୍ଶାଇଥିଲା। ସୂଚନାଯୋଗ୍ୟ, ନଭେମ୍ୱର ୯, ୨୦୦୦ରେ ଉତ୍ତରପ୍ରଦେଶରୁ ଅଲଗା ହୋଇ ଉତ୍ତରାଖଣ୍ଡ ହୋଇଛି।

ବରେଲିର ବାସିନ୍ଦା ନରେଶ କୁମାର ଆଲମୋରା ପୁଲିସକୁ ଚିଠି ଲେଖି ଜଣାଇଥିଲେ ଯେ, ୧୯୯୭ ବରେଲି ହତ୍ୟାକାଣ୍ଡ ଘଟଣାର ଦୋଷୀ ମୁକେଶ। ସେ ଏବେ ଆଲମୋରା ପୁଲିସରେ କାର୍ଯ୍ୟରତ। କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଏଭଳି ଚିଠି ପାଇବା ପରେ ମୁକେଶଙ୍କ ବିରୋଧରେ ଠକେଇ ଅଭିଯୋଗ ସାଙ୍ଗକୁ ଅନ୍ୟାନ୍ୟ ତଦନ୍ତ ହେବ ବୋଲି ଉତ୍ତରାଖଣ୍ଡ ପୁଲିସ କହିଛି। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପନ୍ତନଗର ପୁଲିସ କହିଛି।

Related story