ଇସଲାମବାଦ: ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ବିରୁଦ୍ଧରେ ଏକ କୋର୍ଟ ଶୁକ୍ରବାର ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଲାଲ ମସଜିଦ୍ ଧର୍ମଗୁରୁ ଅବଦୁଲ ରଶିଦ ଗାଜିଙ୍କ ହତ୍ୟାକାଣ୍ଡ ଘଟଣାରେ କୋର୍ଟ ତାଙ୍କ ବିରୁଦ୍ଧରେ ଏହି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ୨୦୦୭ରେ ସେନାର ଏକ ଅପରେସନରେ ଅବଦୁଲ ରଶିଦ ଗାଜିଙ୍କ ମୃତ୍ୟୁ ହୋଇଥିଲା।
କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ଜୁଲାଇ ୨୪ ତାରିଖରେ।
ଗତକାଲି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ।
୭୧ ବର୍ଷୀୟ ମୁସାରଫ ଏବେ କରାଚିରେ ତାଙ୍କ ଝିଅ ଘରେ ରହୁଛନ୍ତି। ଶରୀର ଅସୁସ୍ଥତା ଦର୍ଶାଇ ସେ କୋର୍ଟକୁ ଯାଉ ନାହାନ୍ତି।
୨୦୧୩ରେ ଲାଲ ମସଜିଦ୍ ଧର୍ମଗୁରୁ ଅବଦୁଲ ରଶିଦ ଗାଜିଙ୍କ ପରିବାର ଲୋକେ ମୁସାରଫଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ଅବଦୁଲ ରଶିଦଙ୍କୁ ହତ୍ୟା କରିବା ପଛରେ ମୁସାରଫଙ୍କ ହାତ ରହିଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆତଙ୍କବାଦୀ ଠାରୁ ଅର୍ଥନୀତିକ ଅପରାଧୀ: କେବେ ଭାରତ ଫେରିବେ ଏହି ୫ ପଳାତକ?
ରାଣା ବ୍ୟତୀତ ଭାରତରେ ଅପରାଧ ଘଟାଇ ବିଦେଶ ଫେରାର ହୋଇଯାଇଥିବା ଆଉ କିଛି ପଳାତକଙ୍କୁ ମଧ୍ୟ ନୂଆଦିଲ୍ଲୀ ଏଠାକାର ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛି।
Crime
କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ?
ଯୁବତୀ ଜଣଙ୍କ କାହିଁକି ଏମିତି କଲେ?
Health
ଘାଇଲା କରୁଥିବା ବିରଳ ସ୍ନାୟୁ ରୋଗ GBS କ’ଣ? କାରଣ ଜଣାପଡ଼ୁନି
ଜିବିଏସ୍ ଗୋଟିଏ ବିରଳ ରୋଗ ହୋଇଥିବା ବେଳେ ଏଯାଏ ଏହା କ’ଣ ପାଇଁ ହେଉଛି, ସେକଥା ଡାକ୍ତରମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି।
National
ଚା’ ବିକାଳିର ‘ନିଆଁ ଗୁଜବ’ ଯୋଗୁ କେମିତି ଚାଲି ଗଲା ୧୩ ଜଣଙ୍କ ଜୀବନ?
କିନ୍ତୁ ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିବା ଗୁଜବ କିଏ ପ୍ରଚାର କରିଥିଲା? କାହିଁକି ଟ୍ରେନର ଚେନ୍ ପୁଲ୍ ହେବା ପରେ କିଛି ଲୋକ ନିକଟସ୍ଥ ଟ୍ରାକକୁ ଡିଆଁ ମାରିଲେ?
Crime
ପତ୍ନୀଙ୍କୁ ମାରି ପ୍ରେସର କୁକରରେ ସିଝାଇବା ଘଟଣା ଓଡ଼ିଶାର ସୋମନାଥଙ୍କ କଥା ମନେ ପକାଇ ଦେଲା
ଆଜିକୁ ଠିକ ୧୨ ବର୍ଷ ତଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜରେ ସମାନ ଘଟଣା ଘଟିଥିଲା।