ମୋଦିଙ୍କ ପାଇଁ ରାକ୍ଷୀ ପଠାଇଲେ ମୁସଲିମ ମହିଳା

ବାରଣାସୀ: ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଭାଇ-ଭଉଣୀର ଏହି ପବିତ୍ର ସମ୍ପର୍କର ଉତ୍ସବକୁ ପାଳନ କରିବା ପାଇଁ ସାରା ଦେଶ ପ୍ରସ୍ତୁତ ହେଉଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର ପ୍ରଦେଶର ବାରଣାସୀର ମୁସଲିମ ମହିଳାମାନେ ଭାଇ ବୋଲି ସମ୍ବୋଧନ କରି ତାଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି। ମୋଦି ସରକାର ନିକଟରେ ଟ୍ରିପଲ ତଲାକୁ ବ୍ୟାନ୍‌ କରିଥିବାରୁ ମୁସଲିମ ମହିଳାମାନେ ଏଥିରେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ […]

nt

Hemant Lenka
  • Published: Sunday, 11 August 2019
  • , Updated: 11 August 2019, 01:43 PM IST

ବାରଣାସୀ: ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଥିବା ଭାଇ-ଭଉଣୀର ଏହି ପବିତ୍ର ସମ୍ପର୍କର ଉତ୍ସବକୁ ପାଳନ କରିବା ପାଇଁ ସାରା ଦେଶ ପ୍ରସ୍ତୁତ ହେଉଛି।

ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର ପ୍ରଦେଶର ବାରଣାସୀର ମୁସଲିମ ମହିଳାମାନେ ଭାଇ ବୋଲି ସମ୍ବୋଧନ କରି ତାଙ୍କ ନିକଟକୁ ରାକ୍ଷୀ ପଠାଇଛନ୍ତି। ମୋଦି ସରକାର ନିକଟରେ ଟ୍ରିପଲ ତଲାକୁ ବ୍ୟାନ୍‌ କରିଥିବାରୁ ମୁସଲିମ ମହିଳାମାନେ ଏଥିରେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି। ଏଥିପାଇଁ ସେମାନେ ନିଜ ହାତରେ ରାକ୍ଷୀ ତିଆରି କରି ମୋଦିଙ୍କ ପାଖକୁ ପଠାଇଛନ୍ତି।

ମୋଦି ବଡ଼ ଭାଇ ଭଳି ଟ୍ରିପଲ ତଲାକ ଭଳି ଏକ ଘୃଣ୍ୟ ପ୍ରଥାକୁ ଉଚ୍ଛେଦ କରି ଆମମାନଙ୍କୁ ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିଛନ୍ତି। ତେଣୁ ବଡ଼ ଭାଇଙ୍କ ପାଖକୁ ଆମେ ଆଜି ନିଜ ହାତରେ ରାକ୍ଷୀ ତିଆରି କରି ପଠାଇଛୁ ବୋଲି ରାମପୁରର ହୁମା ବାନୋ କହିଛନ୍ତି।

ସେ କହିଛନ୍ତି, “କେବଳ ମୋଦିଙ୍କ ପାଇଁ ଟ୍ରିପଲ ତଲାକ ଅପରାଧୀ ଶ୍ରେଣୀ ଭୁକ୍ତ ହୋଇପାରିଛି। ଦେଶର ସମସ୍ତ ମୁସଲିମ ମହିଳାଙ୍କ ପାଇଁ ମୋଦି ହେଉଛନ୍ତି ବଡ଼ ଭାଇ। ଏଥିପାଇଁ ଆମେ ଆମ ଭାଇଙ୍କ ପାଇଁ ରାକ୍ଷୀ ତିଆରି କରିଛୁ।”

ଅନ୍ୟପକ୍ଷରେ ଇଣ୍ଡିଆନ୍‌ ୟୁନିଅନ ମୁସଲିମ ଲିଗ୍‌ ଏହାକୁ ଏକ ପ୍ରଚାର କାର୍ଯ୍ୟକ୍ରମ ବୋଲି କହି ସମାଲୋଚନା କରିଛି।

Related story