ଏନ୍‌ଇଇଟି ରେଜଲ୍ଟ ପ୍ରକାଶ: ନଳୀନ ଖଣ୍ଡେଲୱାଲ ହେଲେ ଟପ୍ପର୍‌

ନୂଆଦିଲ୍ଲୀ: ଆଜି ନ୍ୟାଶନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)ର ଫଳାଫଳ ପ୍ରକାଶ ପାଇଛି। ଏହାକୁ ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ବୋଲି କୁହାଯାଏ। ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୭୨୦ରୁ ୭୦୧ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀର ଭୈବିକ ବଂଶଲ ଥିବା ବେଳେ ତୃତୀୟରେ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ଅଛନ୍ତି। ଭୈବିକ ୭୦୦ ମାର୍କ ରଖିଥିବା ବେଳେ କୌଶିକ ୬୯୬ ମାର୍କ ରଖିଛନ୍ତି। ଟପ୍‌ ଟେନ୍‌ରେ ଏକମାତ୍ର ଝିଅ […]

w

w

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 06:58 PM IST

Sports

Latest News

ନୂଆଦିଲ୍ଲୀ: ଆଜି ନ୍ୟାଶନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)ର ଫଳାଫଳ ପ୍ରକାଶ ପାଇଛି। ଏହାକୁ ସର୍ବଭାରତୀୟ ପ୍ରି-ମେଡିକାଲ ଟେଷ୍ଟ ବୋଲି କୁହାଯାଏ। ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୭୨୦ରୁ ୭୦୧ ମାର୍କ ରଖିଛନ୍ତି। ଦ୍ୱିତୀୟ ସ୍ଥାନରେ ଦିଲ୍ଲୀର ଭୈବିକ ବଂଶଲ ଥିବା ବେଳେ ତୃତୀୟରେ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ଅଛନ୍ତି। ଭୈବିକ ୭୦୦ ମାର୍କ ରଖିଥିବା ବେଳେ କୌଶିକ ୬୯୬ ମାର୍କ ରଖିଛନ୍ତି।

ଟପ୍‌ ଟେନ୍‌ରେ ଏକମାତ୍ର ଝିଅ ଭାବେ ମାଧୁରୀ ରେଡ୍ଡୀ ସ୍ଥାନ ପାଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୭ନଂ ରାଙ୍କରେ ରହିଛନ୍ତି। ତେଲେଙ୍ଗାନର ଏହି ଛାତ୍ରୀ ଜଣଙ୍କ ମୋଟ୍‌ ୬୯୫ ମାର୍କ ରଖିଛନ୍ତି। ୪ ନଂରେ ହରିଆଣାର ସ୍ୱସ୍ତିକ ଭାଟିଆ ଥିବା ବେଳେ ୫ ନଂରେ ଉତ୍ତର ପ୍ରଦେଶର ଅନନ୍ତ ଜୈନ, ୬ ନଂରେ ମହାରାଷ୍ଟ୍ରର ଭଟ୍ଟ ସାର୍ଥକ ରାଘବେନ୍ଦର, ୮ନଂରେ ଉତ୍ତର ପ୍ରଦେଶର ଧ୍ରୁବ ଖୁଶୱହା, ୯ନଂରେ ନୂଆଦିଲ୍ଲୀର ମିହିର ରାୟ ଓ ୧୦ ନଂରେ ମଧ୍ୟପ୍ରଦେଶର ରାଘବ ଧୁବେ ରହିଛନ୍ତି।

ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ଏନଇଇଟି ପରୀକ୍ଷା ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ତେବେ ଓଡ଼ିଶା ଭଳି କିଛି ରାଜ୍ୟରେ ବାତ୍ୟା ଫୋନି ତାଣ୍ଡବ ଯୋଗୁ ମେ’ ୨୦ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏନଇଇଟି ପାଇଁ ୧୫,୧୯,୩୭୫ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ। ହେଲେ ଏମାନଙ୍କ ମଧ୍ୟରେ ୧୪,୧୦୭୫୫ ଜଣ ପରୀକ୍ଷା ଦେଉଥିଲେ। ବିଭିନ୍ନ କାରଣରୁ ୧୦୮୬୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିଲେ। ଚଳିତ ବର୍ଷ ପାସ ହାର ୫୬.୪୯% ରହିଛି। ଅର୍ଥାତ ୭,୯୭,୦୪୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ଗତବର୍ଷ (୫୬.୨୭ ପ୍ରତିଶତ) ତୁଳନାରେ ଚଳିତ ବର୍ଷର ପାସ ହାର ଉନ୍ନତ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀର ପାସ ହାର ସର୍ବାଧିକ ୭୪.୯୨ ପ୍ରତିଶତ ରହିଛି। ଦିଲ୍ଲୀରୁ ମୋଟ ୩୦୨୧୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲା ବେଳେ ୨୨୬୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ନାଗାଲାଣ୍ଡରେ ସର୍ବନିମ୍ନ ପାସହାର ୩୪.୫୨ ରହିଛି। ଚଳିତ ଥର ଦେଶର ୧୫୪ଟି ସହରରେ ୧୧ଟି ଭାଷାରେ ଏନ୍‌ଇଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୨,୫୪୬ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଥିଲା। ଚଳିତ ବର୍ଷ ୧୨୦୯ ଜଣ ଏନ୍‌ଆରଆଇ ଏବଂ ୩୧୫ ଜଣ ବିଦେଶୀ ନାଗରିକ ଏନ୍‌ଇଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଜସ୍ଥାନରେ ସର୍ବାଧିକ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଠାରେ ୪,୯୫୩ ଜଣ ପରୀକ୍ଷା ଦେଇଥିବା ବେଳେ ୨୧୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶ୍ରେଷ୍ଠ ୧୦୦ ରାଙ୍କ ମଧ୍ୟରେ ମାତ୍ର ୨୯ ଜଣ ଝିଅ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story