/odisha-reporter/media/post_attachments/uploads/2021/01/TRUMP-NANCY-PALCY.jpg)
TRUMP-NANCY-PALCY
ନ୍ୟୁୟର୍କ: ବୁଧବାର ଆମେରିକା ସଂସଦ ବାହାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ବହୁ ସଂଖ୍ୟାରେ ଏକାଠି ହୋଇ ଆମେରିକା ନିର୍ବାଚନର ଫଳାଫଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଦାବି କରିଛନ୍ତି। ବିକ୍ଷୋଭକାରୀ ଆମେରିକାର ସଂସଦ ଭବନ କ୍ୟାପିଟାଲ ବିଲଡିଂକୁ ଘେରି ଯାଇ ବିକ୍ଷୋଭ କରିଥିଲେ। ଏହି ସମୟରେ ସଂସଦ ପରିସରରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କ ସହ ବିକ୍ଷୋଭକାରୀଙ୍କର ସଂଘର୍ଷ ହୋଇଥିଲା ପରେ ଏହା ହିଂସାରେ ପରିଣତ ହୋଇଥିଲା। ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ମଧ୍ୟ ଗୁଳି ଚଳାଇଥିଲେ।
ତେବେ ପୁଲିସର ପାଲଟା ଗୁଳିରେ ୪ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଛି। ଆମେରିକା ଇତିହାସରେ ଏବେ ଜାନୁଆରୀ ୬କୁ କଳାଦିନ ଭାବରେ ସ୍ମରଣୀୟ ହୋଇ ରହିବ। କ୍ୟାପିଟୋଲ ବିଲ୍ଡିଂ ପରିସରରେ ଯେଉଁଭଳି ହିଂସା ଦେଖିବାକୁ ମିଳିଛି ତାହାକୁ ସମଗ୍ର ବିଶ୍ୱ ନିନ୍ଦା କରିଛି।
ଏବେ ଆମେରିକାର ଅନେକ ନେତା ଡୋନାଲ୍ଡ ଟ୍ରମ୍ପଙ୍କୁ କାର୍ଯ୍ୟକାଳ ସରିବା ପୂର୍ବରୁ ହଟାଇବାକୁ ଦାବି କରିଛନ୍ତି। ଜାନୁଆରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଦାୟିତ୍ୱ ଗ୍ରହଣ କରିବେ। ଏହା ପୂର୍ବରୁ ଟ୍ରମ୍ପଙ୍କୁ ହଟାଇବାକୁ ଦାବି ହୋଇଛି। ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟି ସମେତ ଡୋନାଲ୍ଡ ଟ୍ରମ୍ପଙ୍କ ପାର୍ଟି ରିପବ୍ଲିକାନ୍ସର ଅନେକ ନେତା ମଧ୍ୟ ତାଙ୍କୁ ହଟାଇବାକୁ ଦାବି କରିଛନ୍ତି।
ରିପବ୍ଲିକାନ୍ ଗଭର୍ଣ୍ଣର ଫିଲ୍ ସ୍କଟ୍ ମଧ୍ୟ ଟ୍ୱିଟ୍ କରି ଡୋନାଲ୍ଡ ଟ୍ରମ୍ପଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି ଟ୍ରମ୍ପ ଇସ୍ତଫା ନଦେବେ ତାହେଲେ ଆମେରିକାର କଂଗ୍ରେସ (ସଂସଦ) କିମ୍ବା କ୍ୟାବିନେଟ୍ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇ ପାରିବ।
ଜୋ ବିଡେନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ଏବେ ୧୪ ଦିନ ବାକି ଅଛି। ସଂସଦର ବାଚସ୍ପତି ନାନସୀ ପେଲୋସୀ କହିଛନ୍ତି ଯେ ଉପରାଷ୍ଟ୍ରପତି ମାଇକ ପେନ୍ସ ସମ୍ୱିଧାନର ୨୫ ତମ ସଂଶୋଧନ ଅନୁଯାୟୀ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ଦରକାର।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଆମେରିକାର କ୍ୟାପିଟାଲ ବିଲଡିଂରେ ଟ୍ରମ୍ପଙ୍କ ସମର୍ଥକ ଯେଉଁ କାଣ୍ଡ ଘଟାଇଛନ୍ତି ତାକୁ ଦେଶଦ୍ରୋହ ବୋଲି କହିଛନ୍ତି।
ଆମେରିକାର ସମ୍ବିଧାନର ୨୫ ତମ ସଂଶୋଧନ ଅନୁଯାୟୀ କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟାଳୟରୁ ହଟାଯାଇପାରିବ। ୧୯୬୭ ମସିହାରେ ସମ୍ବିଧାନର ୨୫ତମ ସଂଶୋଧନ କରାଯାଇଥିଲା। ଆମେରିକାର ୩୫ ତମ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା ପରେ ଏହି ୨୫ତମ ସଂଶୋଧନ ହୋଇଥିଲା। ୧୯୬୩ରେ ତାଙ୍କର ହତ୍ୟା ହୋଇଥିଲା।
ଆମେରିକାର ସମ୍ବିଧାନର ୨୫ ତମ ସଂଶୋଧନରେ ୪ଟି ବିଭାଗ ରହିଛି
- ଯଦି ଜଣେ ରାଷ୍ଟ୍ରପତିକୁ ତାଙ୍କ ପଦରୁ ହଟାଇବାକୁ ପଡିବ, କିମ୍ୱା ମୃତ୍ୟୁବରଣ କରନ୍ତି ତେବେ ଏହି ପରିସ୍ଥିତିରେ କେବଳ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଭାବରେ ଦାୟିତ୍ତ୍ୱ ଗ୍ରହଣ କରିବେ।
- ଯଦି ଉପରାଷ୍ଟ୍ରପତି ପଦ ଖାଲି ଥିବ ତେବେ ସେ କ୍ଷେତ୍ରରେ ରାଷ୍ଟ୍ରପତି ଉପରାଷ୍ଟ୍ରପତିଙ୍କୁ ମନୋନୀତ କରିବେ। ଏହି ପ୍ରକ୍ରିୟାରେ ସେ କଂଗ୍ରେସର ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ଆଧାରରେ କାର୍ଯ୍ୟ କରିବେ।
- ସେହିପରି ଯଦି ରାଷ୍ଟ୍ରପତି ତାଙ୍କର ଅକ୍ଷମତା କିମ୍ବା ଅଯୋଗ୍ୟତା ଘୋଷଣା କରିବାକୁ ସକ୍ଷମ ବା ରାଜି ନହୁଅନ୍ତି, ତେବେ ଉପରାଷ୍ଟ୍ରପତି କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।
- ଯଦି ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିବାକୁ କିମ୍ବା ତାଙ୍କ ଦାୟିତ୍ୱ ତୁଲାଇବାରେ ସକ୍ଷମ ନୁହଁନ୍ତି କିମ୍ବା ଅନୁପଯୁକ୍ତ ତେବେ ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ। ଏଥିପାଇଁ ଉପରାଷ୍ଟ୍ରପତି ଏବଂ ଆମେରିକାର କ୍ୟାବିନେଟରେ ମହାଭଯୋଗ ପ୍ରସ୍ତାବ ଆସିବ। ଯଦି କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଅଧିକ ସଂଖ୍ୟାରେ ସାଂସଦ ରହିବେ ତାହେଲେ ସେ ବହିଷ୍କୃତ ହୋଇପାରିବେ। ସଂସଦର ଉଭୟ ଗୃହରେ ଏଥିପାଇଁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକତା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
