ନାରାୟଣ ସାଇଙ୍କୁ ଆଜୀବନ ଜେଲ

ସୁରତ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଆଜି ଆଜୀବନ ଜେଲଦଣ୍ଡ ମିଳିଛି। ସୁରତ କୋର୍ଟ ଏଭଳି ଦଣ୍ଡାଦେଶ କରିଛନ୍ତି। ପୂର୍ବରୁ ଯୋଧପୁର କୋର୍ଟ ଆଶାରାମ ବାପାଙ୍କୁ ମଧ୍ୟ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୩ରେ ନାରାୟଣ ସାଇଙ୍କ ବିରୋଧରେ ତାଙ୍କ ଆଶ୍ରମର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କୋର୍ଟ ଏହାର ବିଚାର କରି ତାଙ୍କୁ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଥିଲେ। ନାରାୟଣ […]

ns

Hemant Lenka
  • Published: Tuesday, 30 April 2019
  • , Updated: 30 April 2019, 06:06 PM IST

ସୁରତ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଆଜି ଆଜୀବନ ଜେଲଦଣ୍ଡ ମିଳିଛି। ସୁରତ କୋର୍ଟ ଏଭଳି ଦଣ୍ଡାଦେଶ କରିଛନ୍ତି। ପୂର୍ବରୁ ଯୋଧପୁର କୋର୍ଟ ଆଶାରାମ ବାପାଙ୍କୁ ମଧ୍ୟ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

୨୦୧୩ରେ ନାରାୟଣ ସାଇଙ୍କ ବିରୋଧରେ ତାଙ୍କ ଆଶ୍ରମର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କୋର୍ଟ ଏହାର ବିଚାର କରି ତାଙ୍କୁ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଥିଲେ। ନାରାୟଣ ସାଇଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ କୋର୍ଟ ଆଜି ଦଣ୍ଡିବଧାନ କରିଛନ୍ତି। ନାରାୟଣ ସାଇଙ୍କୁ ଆଜୀବନ ଜେଲଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଦାଖଲ କରିବାକୁ କୁହାଯାଇଛି। ସେହିପରି ଅନ୍ୟ ୪ ଜଣ ୧୦ ବର୍ଷ ଜେଲଦଣ୍ଡ ସହ ୫ ହଜାର ଲେଖାଏ ଜୋରିମାନା ଦାଖଲ କରିବେ।

୨୦୧୩ରେ ସୁରତର ଦୁଇ ଭଉଣୀ ପୁଲିସ୍‌ ନିକଟରେ ହାଜର ହୋଇ ଆଶାରାମ ଓ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ସାନ ଭଉଣୀଙ୍କୁ ନାରାୟଣ ସାଇ ୨୦୦୨ରୁ ୨୦୦୫ ଯାଏ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଝିଅ ଜଣକ ତାଙ୍କ ଆଶ୍ରମରେ ରହୁଥିଲେ। ଅନ୍ୟପକ୍ଷରେ ଅନ୍ୟ ଜଣେ ଭଉଣୀଙ୍କୁ ଆଶାରାମ ଆଶ୍ରମ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସୁରତ କୋର୍ଟ ଶୁକ୍ରବାର ନାରାୟଣ ସାଇଙ୍କ ମାମଲାରେ ରାୟ ପ୍ରକାଶ କରିଥିଲେ। ଏହାପୂର୍ବରୁ କୋର୍ଟ ୫୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ପୁଲିସ୍‌ ନାରାୟଣ ସାଇଙ୍କୁ ୨୦୧୩ରେ ଦିଲ୍ଲୀ-ହରିଆଣା ସୀମାନ୍ତରୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି।

Related story