ନରେନ୍ଦ୍ର ମୋଦି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଦେଶରେ ଆଜି ଯାଏ ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ସର୍ବଶ୍ରେଷ୍ଠ। ମୋଦିଙ୍କ ଲୋକପ୍ରିୟତା ଏତେ ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ, ଜବାହାର ଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ଅଟ୍ଟଳ ବିହାରୀ ବାଜପେୟୀଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ମୁଡ୍‌ ଅଫ୍‌ ନେସନ ସର୍ଭେରୁ ଏକଥା ସାମ୍ନାକୁ ଆସିଛି। ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଦେଶର ୩୭% ଭାରତୀୟ ମୋଦିକୁ ଏଯାଏ ହୋଇଥିବା ପ୍ରଧାନମନ୍ତ୍ରୀ […]

v

Hemant Lenka
  • Published: Wednesday, 14 August 2019
  • , Updated: 14 August 2019, 08:30 PM IST

ନୂଆଦିଲ୍ଲୀ: ଦେଶରେ ଆଜି ଯାଏ ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ସର୍ବଶ୍ରେଷ୍ଠ। ମୋଦିଙ୍କ ଲୋକପ୍ରିୟତା ଏତେ ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ, ଜବାହାର ଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ଅଟ୍ଟଳ ବିହାରୀ ବାଜପେୟୀଙ୍କୁ ସେ ପଛରେ ପକାଇ ଦେଇଛନ୍ତି।

ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ମୁଡ୍‌ ଅଫ୍‌ ନେସନ ସର୍ଭେରୁ ଏକଥା ସାମ୍ନାକୁ ଆସିଛି। ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଦେଶର ୩୭% ଭାରତୀୟ ମୋଦିକୁ ଏଯାଏ ହୋଇଥିବା ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି। ମୋଦିଙ୍କ ପଛରେ ଇନ୍ଦିରା ଗାନ୍ଧି ରହିଛନ୍ତି।

ତାଙ୍କୁ ୧୪% ଭାରତୀୟ ସର୍ବକାଳୀନ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି। ତୃତୀୟ ସ୍ଥାନରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରହିଛନ୍ତି। ତାଙ୍କୁ ୧୧% ଲୋକ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରିଛନ୍ତି।

ମାତ୍ର ୯% ଲୋକ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ଆକଳନ କରିଛନ୍ତି। ରାଜୀବ ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ୬% ଲୋକ ସମର୍ଥନ କରିଛନ୍ତି। ମନମୋହନ ସିଂହଙ୍କୁ ୫% ଓ ଗୁଲଜାରୀ ଲାଲ ନନ୍ଦାଙ୍କୁ ମାତ୍ର ୩% ଲୋକ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି।

ଗ୍ରୁପ୍‌ ପକ୍ଷରୁ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ସର୍ଭେ କରାଯାଇଥିଲା। ଯଦି ଏହାପରେ ସର୍ଭେ ହୋଇଥାଆନ୍ତା, ତା’ହେଲେ ହୁଏତ ମୋଦିଙ୍କ ଲୋକପ୍ରିୟତା ଆହୁରି ବଢ଼ିଥାଆନ୍ତା ବୋଲି ରାଜନୀତିକ ପଣ୍ଡିତମାନେ ମତଦେଇଛନ୍ତି।

Related story