ସୋସିଆଲ୍ ମିଡିଆରେ ସର୍ବାଧିକ ଲୋକପ୍ରିୟ ମୋଦିଙ୍କର ଏଇ ଫଟୋ, ରହିଛି ଓଡ଼ିଶା ଲିଙ୍କ୍

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ବେଶ୍ ତତ୍ପର ଓ ଲୋକପ୍ରିୟ ମଧ୍ୟ। ତାଙ୍କର ଲକ୍ଷ ଲକ୍ଷ ଫଟୋ ଫେସ୍‌ବୁକ୍ ଓ ଟ୍ୱିଟରରେ ଅପ୍‌ଲୋଡ୍ ହେଉଛି। କେତେକ ମୋଦିଙ୍କ ସୋସିଆଲ୍ ମିଡିଆ ସେଲ୍ କରୁଛି ତ କେତେକ ଅନ୍ୟ ଲୋକ ବି କରୁଛନ୍ତି। ତେବେ ମୋଦିଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆର ସର୍ବାଧିକ ଲୋକପ୍ରିୟ ଫଟୋ ବୋଲି କୁହାଯାଉଛି। ସୌଭାଗ୍ୟ ଓ ସଂଯୋଗ ହେଲା, ଏ ଫଟୋର ଏକ ଓଡ଼ିଶା ଲିଙ୍କ୍ ଅଛି। ଅର୍ଥାତ […]

16TH-THGRP-TEMPLE

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 02:20 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ବେଶ୍ ତତ୍ପର ଓ ଲୋକପ୍ରିୟ ମଧ୍ୟ। ତାଙ୍କର ଲକ୍ଷ ଲକ୍ଷ ଫଟୋ ଫେସ୍‌ବୁକ୍ ଓ ଟ୍ୱିଟରରେ ଅପ୍‌ଲୋଡ୍ ହେଉଛି। କେତେକ ମୋଦିଙ୍କ ସୋସିଆଲ୍ ମିଡିଆ ସେଲ୍ କରୁଛି ତ କେତେକ ଅନ୍ୟ ଲୋକ ବି କରୁଛନ୍ତି। ତେବେ ମୋଦିଙ୍କର ଏକ ଫଟୋ ଏବେ ସୋସିଆଲ୍ ମିଡିଆର ସର୍ବାଧିକ ଲୋକପ୍ରିୟ ଫଟୋ ବୋଲି କୁହାଯାଉଛି। ସୌଭାଗ୍ୟ ଓ ସଂଯୋଗ ହେଲା, ଏ ଫଟୋର ଏକ ଓଡ଼ିଶା ଲିଙ୍କ୍ ଅଛି। ଅର୍ଥାତ ମୋଦି ଫଟୋଟି ଉଠାଇଥିଲେ ଓଡ଼ିଶାରେ।

ଗତବର୍ଷ ଏପ୍ରିଲ ମାସରେ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରକୁ। ନିଜର ରାଜନୈତିକ କାମ ବାଦ୍ ମୋଦିଜୀ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ଦିଅଁ ଦର୍ଶନ କରିବାକୁ ଭୁଲି ନଥିଲେ। ଦିଅଁ ଦର୍ଶନ ସହ ମୋଦି ମନ୍ଦିର ପରିକ୍ରମା କରିଥିଲୋ ଓ ପାଖାପାଖି ୨୫ ମିନିଟ ଧରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ। ଏହି ସମୟରେ ମନ୍ଦିରରେ ତାଙ୍କର ଶହ ଶହ ଫଟୋ ଉଠାଇଥିଲେ ଫଟୋଗ୍ରାଫରମାନେ। କିନ୍ତୁ ଏଥିରୁ ଗୋଟିଏ ଏବେ ଖୁବ୍ ଚର୍ଚ୍ଚାରେ। (ଫଟୋ ଦେଖନ୍ତୁ)

ଏହି ଫଟୋଟି ଏବେ ସୋସିଆଲ୍‌ ମିଡିଆରେ 'ସର୍ବାଧିକ ଲୋକପ୍ରିୟ' ଫଟୋ ବୋଲି କୁହାଯାଉଛି। ମୋଦି ଦିଲ୍ଲୀ ଫେରିବା ପରେ ତାଙ୍କର ଏହି ଫଟୋଟିକୁ ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେତେବେଳେ ସେ ଲେଖିଥିଲେ- ‘ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରାର୍ଥନା କଲି। ମନ୍ଦିରର ସୁନ୍ଦର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ ମୋ ମନରେ ଏକ ନିଆରା ଛାପ ଛାଡ଼ିଲା।"

Related story