ବାଜପେୟୀଙ୍କ ପାଇଁ ପ୍ରାର୍ଥନା କରୁଛି ଦେଶ, ଆଶୁ ଆରୋଗ୍ୟ ପାଇଁ ଚାରିଆଡ଼େ ଚାଲିଛି ପୂଜାପାଠ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏମସରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଛି। ବାଜପେୟୀ ଗୁରୁତର ଥିବା ଏମସ ପକ୍ଷରୁ ବୁଲେଟିନ୍‌ ଜାରି କରାଯିବା ପରେ ସାରା ଦେଶରେ ଦୁଃଖର ଲହରୀ ଖେଳି ଯାଇଛି। ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାପାଠ କରାଯାଉଛି। ନିଜ ପ୍ରିୟ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପାଇବା ପରେ କିଛି ଲୋକ କାନ୍ଦୁଥିବା ଦେଖିବାକୁ ମିଳିଛି। […]

vajpayee

Ordigital Desk
  • Published: Thursday, 16 August 2018
  • , Updated: 16 August 2018, 02:43 PM IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏମସରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଛି। ବାଜପେୟୀ ଗୁରୁତର ଥିବା ଏମସ ପକ୍ଷରୁ ବୁଲେଟିନ୍‌ ଜାରି କରାଯିବା ପରେ ସାରା ଦେଶରେ ଦୁଃଖର ଲହରୀ ଖେଳି ଯାଇଛି।

ତାଙ୍କ ଆଶୁ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାପାଠ କରାଯାଉଛି। ନିଜ ପ୍ରିୟ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପାଇବା ପରେ କିଛି ଲୋକ କାନ୍ଦୁଥିବା ଦେଖିବାକୁ ମିଳିଛି।

ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ନିଜ ନିଜ ଆରାଧ୍ୟଙ୍କ ପାଖରେ ବାଜପେୟୀ ଭଲ ହେବା ନେଇ ଆକୁଳ ବିନତି କରୁଛନ୍ତି।

ମଧ୍ୟପ୍ରଦେଶ ଗ୍ୱାଲିୟରରେ ଥିବା ରାଜକୀୟ ଆୟୁବେର୍ଦ ମହାବିଦ୍ୟାଳୟରେ ଛାତ୍ରୀମାନେ ବାଜପେୟୀ ଶୀଘ୍ର ସୁସ୍ଥ ହେବା ପାଇଁ ଯଜ୍ଞ କରିଛନ୍ତି।

ସୋଶାଲ୍‌ ମିଡିଆରେ ମଧ୍ୟ ବାଜପେୟୀଙ୍କ ଆରୋଗ୍ୟ କାମନା କରି ଏକାଧିକ ପୋଷ୍ଟ କରାଯାଉଛି।

ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନେ ବାଜପେୟୀଙ୍କ ଫଟୋ ରଖି ଶୀଘ୍ର ସୁସ୍ଥ ହେବା ପାଇଁ ପାର୍ଥନା କରୁଛନ୍ତି। କିଛି କିଛି ସ୍ଥାନରେ ଲୋକେ ଏକାଠି ହୋଇ ସେ ଭଲ ହୋଇଯାଆନ୍ତୁ ବୋଲି ଈଶ୍ବରଙ୍କ ଠାରେ ବିନତି ଜଣାଉଛନ୍ତି।

Related story