ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ: ‘ଅନ୍ଧାଧୁନ୍‌’କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ, ‘ଉରି’କୁ ସର୍ବାଧିକ ୪ଟି ପୁରସ୍କାର

ମୁମ୍ବାଇ: ଆଜି ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଭିକି କୌଶଲଙ୍କ ଅଭିନୀତ ‘ଉରି’ ସର୍ବାଧିକ ୪ଟି ପୁରସ୍କାର ହାତେଇଛି। ପୁରସ୍କାର ପ୍ରଦାନ ଉତ୍ସବ ତାରିଖ ଏଯାଏ ଘୋଷିତ ହୋଇନାହିଁ। ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟକୁ ‘ଶ୍ରେଷ୍ଠ ଫିଲ୍ମ […]

national-film

Subrat Kumar Nayak
  • Published: Friday, 09 August 2019
  • , Updated: 09 August 2019, 05:57 PM IST

ମୁମ୍ବାଇ: ଆଜି ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଭିକି କୌଶଲଙ୍କ ଅଭିନୀତ ‘ଉରି’ ସର୍ବାଧିକ ୪ଟି ପୁରସ୍କାର ହାତେଇଛି। ପୁରସ୍କାର ପ୍ରଦାନ ଉତ୍ସବ ତାରିଖ ଏଯାଏ ଘୋଷିତ ହୋଇନାହିଁ।

ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟକୁ ‘ଶ୍ରେଷ୍ଠ ଫିଲ୍ମ ଫ୍ରେଣ୍ଡଲି’ ରାଜ୍ୟ ସମ୍ମାନ ମିଳିଛି।

ଗୁଜରାଟୀ ଫିଲ୍ମ ‘ହଲ୍ଲାରୋ’କୁ ବେଷ୍ଟ ଫିଚର ଫିଲ୍ମ ପୁରସ୍କାର ମିଳିଥିବାବେଳେ ନନ୍ ଫିଚର ବିଭାଗରେ ବିଭା ବକ୍ସିଙ୍କ ସନ୍‌ ରାଇଜ୍‌ ଏବଂ ଅଜୟ ଓ ବିଜୟ ବେଦୀଙ୍କ ‘ଦି ସିକ୍ରେଟ୍‌ ଲାଇଫ୍‌ ଅଫ୍‌ ଫ୍ରଗ୍ସ’ ପୁରସ୍କୃତ ହେବ। ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍‌ ଆଧାରିତ ବହୁ ଚର୍ଚ୍ଚିତ ଫିଲ୍ମ ‘ଉରି’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି।

ସାମଜିକ ସମସ୍ୟା ବିଭାଗରେ ‘ପ୍ୟାଡ୍‌ମ୍ୟାନ୍‌’ ଶ୍ରେଷ୍ଠ ଫିଲ୍ମ ପାଇଁ ମନୋନୀତ ହୋଇଥିବାବେଳେ ‘ବଧାଇ ହୋ’କୁ ସବୁଠାରୁ ଲୋକପ୍ରିୟ ଫିଲ୍ମ ପୁରସ୍କାର ମିଳିଛି। ସାମାଜିକ ସମସ୍ୟା ବିଭାଗରେ ‘ପ୍ୟାଡ୍‌ମ୍ୟାନ୍‌’ ଶ୍ରେଷ୍ଠ ଫିଲ୍ମ ପାଇଁ ମନୋନୀତ ହୋଇଥିବାବେଳେ ‘ବଧାଇ ହୋ’କୁ ସବୁଠାରୁ ଲୋକପ୍ରିୟ ଫିଲ୍ମ ପୁରସ୍କାର ମିଳିଛି।

ପଢ଼ନ୍ତୁ ବିଜେତାଙ୍କ ପୂରା ତାଲିକା

ଶ୍ରେଷ୍ଠ ଅଭିନେତା - ଆୟୁଷ୍ମାନ ଖୁରାନା (ବଧାଇ ହୋ), ଭିକି କୌଶଲ (ଉରି-ଦି ସର୍ଜିକାଲ ଷ୍ଟ୍ରାଇକ୍‌)
ଶ୍ରେଷ୍ଠ ଅଭିନେତ୍ରୀ- କୀର୍ତ୍ତି ସୁରେଶ
ଶ୍ରେଷ୍ଠ କୋରିଓଗ୍ରାଫି- କୃତୀ ମହେଶ ମିଦ୍ୟା ଏବଂ ଜ୍ୟତି ଡି ତୋମାର (ଘୁମର, ପଦ୍ମାବତ୍‌)
ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ- ସଞ୍ଜୟ ଲୀଲା ଭନ୍‌ଶାଲୀ (ପଦ୍ମାବତ୍‌)
ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌- ଉରି- ଦି ସର୍ଜିକାଲ ଷ୍ଟ୍ରାଇକ୍‌
ଶ୍ରେଷ୍ଠ ମେକ୍‌ଅପ୍‌ ଆର୍ଟିଷ୍ଟ- ରଞ୍ଜିତ୍‌ (ଅ’)
ଶ୍ରେଷ୍ଠ କଷ୍ଟ୍ୟୁମ୍‌ ଡିଜାଇନର- ରାଜଶ୍ରୀ ପଟ୍ଟନାୟକ, ବରୁଣ ଶାହ ଏବଂ ଅର୍ଚ୍ଚନା ରାଓ (ମହାନତୀ)
ଶ୍ରେଷ୍ଠ ଆକ୍ସନ୍‌- କେଜିଏଫ୍‌- ଚାପ୍ଟର ୧
ଶ୍ରେଷ୍ଠ ଲିରିକ୍ସ- ନାଥଇଚାର୍ମି
ଶ୍ରେଷ୍ଠ ପ୍ରଡକ୍ସନ୍‌ ଡିଜାଇନ୍‌-କମାରା ସମ୍ଭବମ୍‌
ଶ୍ରେଷ୍ଠ ସମ୍ପାଦନା- ନାଥିଚାର୍ମି
ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍‌- ଉରି
ଶ୍ରେଷ୍ଠ ସାମଜିକ ସମସ୍ୟା ଫିଲ୍ମ- ପ୍ୟାଡ୍‌ମ୍ୟାନ୍‌
ଶ୍ରେଷ୍ଠ ସହ ଅଭିନେତ୍ରୀ - ସୁରେଖା ସିକ୍ରି (ବଧାଇ ହୋ)
ଶ୍ରେଷ୍ଠ ସହ ଅଭିନେତା- ସ୍ୱାନନ୍ଦ କିରକିରେ (ଚୁମ୍ବକ)
ଶ୍ରେଷ୍ଠ ନିର୍ଦ୍ଦେଶକ- ଆଦିତ୍ୟ ଧର (ଉରି)
ଶ୍ରେଷ୍ଠ ଫିଚର ଫିଲ୍ମ- ହେଲ୍ଲାରୋ (ଗୁଜରାଟ)
ଶ୍ରେଷ୍ଠ ପରିବେଶ ସଂରକ୍ଷଣ ଫିଲ୍ମ- ପାନି
ନର୍ଗିସ୍‌ ଦତ୍ତ ନ୍ୟାସନାଲ ଇଣ୍ଟିଗ୍ରେସନ୍‌ ପୁରସ୍କାର- ଓଣ୍ଡାଲା ଏରାଡାଲା
ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ- ବଧାଇ ହୋ
ଜୁରି ପୁରସ୍କାର- କେଦାରା (ବଙ୍ଗଳା), ହେଲ୍ଲାରୋ (ଗୁଜରାଟୀ)
ଶ୍ରେଷ୍ଠ ଡେବ୍ୟୁ ଫିଲ୍ମ- ସୁଧାକର ରେଡ୍ଡି ୟକାନ୍ତି (ନାଲ)

ବିଶେଷ ଉଲ୍ଲେଖ- (ନନ୍‌ ଫିଚର)
ମହାନ ହୁତାମ୍ମା- ସାଗର ପୁରାଣିକ
ଗ୍ଲୋ ୱାର୍ମ ଇନ୍‌ ଏ ଜଙ୍ଗଲ- ରମଣ ଦୁଁପାଲ
ଲଡୁ- ସମୀର ସାଧବାନୀ ଏବଂ କିଶୋର ସାଧବାନୀ
ଶ୍ରେଷ୍ଠ ମ୍ୟୁଜିକ ଫିଲ୍ମ- ଜ୍ୟୋତି
ଶ୍ରେଷ୍ଠ ଅଡିଓଗ୍ରାଫି- ଚିଲ୍ଡ୍ରେନ୍‌ ଅଫ୍‌ ଦି ସ୍ମାଇଲ-ବିଶ୍ୱଦୀପ ଚାଟାର୍ଜୀ
ଶ୍ରେଷ୍ଠ ସିନେମାଟୋଗ୍ରାଫି- ଦି ସିକ୍ରେଟ୍‌ ଲାଇଫ୍‌ ଅଫ୍‌ ଫ୍ରାନ୍ସ- ଅଜ ବେଦୀ ଏବଂ ବିଜୟ ବେଦୀ
ଶ୍ରେଷ୍ଠ ସାମଜିକ ନ୍ୟାୟ ଫିଲ୍ମ- ହ୍ୱାଇ ମି, ଏକାନ୍ତ
ଶ୍ରେଷ୍ଠ ଏଜୁକେଶନାଲ ଫିଲ୍ମ- ସାରଲା ବିରଲା
ଶ୍ରେଷ୍ଠ ପରିବେଶ ସମ୍ପର୍କିତ ଫିଲ୍ମ- ଦି ୱାର୍ଲ୍ଡସ୍‌ ମୋଷ୍ଟ ଫେମସ୍‌ ଟାଇଗର
ଶ୍ରେଷ୍ଠ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଫିଲ୍ମ- ଜିଡି ନାଇଡ଼ୁ: ଦି ଏଡିସନ୍‌ ଅଫ୍‌ ଇଣ୍ଡିଆ
ଶ୍ରେଷ୍ଠ କଳା ଏବଂ ସାଂସ୍କୃତିକ ଫିଲ୍ମ- ମୁନ୍‌କାର

Related story