ଜେଟ୍‌ ଏୟାରୱେଜ୍‌ର ସ୍ଥିତି ସୁଧାରିବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ନୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଜେଟ୍‌ ଏୟାରୱେଜ୍‌କୁ ବୁଡ଼ିଯିବାରୁ ରକ୍ଷା କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କୁ କେନ୍ଦ୍ରରୁ ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଷ୍ଟେଟ୍‌ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ମାଧ୍ୟମରେ ଏହି କମ୍ପାନୀ ଉପରେ ନଜର ରଖାଯାଇଛି। ଏପରିକି ଗତ କିଛି ମାସ ହେଲା ପ୍ରତି ସପ୍ତାହରେ ସ୍ଥିତିର ଅପ୍‌ଡେଟ୍‌ ନିଆଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାଙ୍କମାନଙ୍କୁ କୁହାଯାଇଛି ସେମାନେ ଋଣକୁ ଇକ୍ୱିଟିରେ ରୂପାନ୍ତରିତ କରି ଜେଟ୍‌ ଏୟାରୱେଜ୍‌ର ଶେଆର ନିଜ […]

jet_....

jet_....

Subrat Kumar Nayak
  • Published: Tuesday, 19 March 2019
  • , Updated: 19 March 2019, 06:22 PM IST

ନୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଜେଟ୍‌ ଏୟାରୱେଜ୍‌କୁ ବୁଡ଼ିଯିବାରୁ ରକ୍ଷା କରିବାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କୁ କେନ୍ଦ୍ରରୁ ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଜଣାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଷ୍ଟେଟ୍‌ ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ମାଧ୍ୟମରେ ଏହି କମ୍ପାନୀ ଉପରେ ନଜର ରଖାଯାଇଛି। ଏପରିକି ଗତ କିଛି ମାସ ହେଲା ପ୍ରତି ସପ୍ତାହରେ ସ୍ଥିତିର ଅପ୍‌ଡେଟ୍‌ ନିଆଯାଉଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାଙ୍କମାନଙ୍କୁ କୁହାଯାଇଛି ସେମାନେ ଋଣକୁ ଇକ୍ୱିଟିରେ ରୂପାନ୍ତରିତ କରି ଜେଟ୍‌ ଏୟାରୱେଜ୍‌ର ଶେଆର ନିଜ ହାତକୁ ନିଅନ୍ତୁ। ଏହାଫଳରେ ଏହି କମ୍ପାନୀକୁ ଦେବାଳିଆ ହେବାରୁ ରୋକାଯାଇପାରିବ। ମିଳିଥିବା ସୂଚନା ଅନୁସାରେ ଏହି ଶେଆରକୁ ଜେଟ୍‌ର ସ୍ଥିତି ସୁଧୁରିବା ପରେ ବିକ୍ରି କରାଯାଇପାରିବ।

ଏହା ବ୍ୟତୀତ ସରକାରଙ୍କ ୪୯% ଶେୟାର ଥିବା ନ୍ୟାସନାଲ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକଚର ଫଣ୍ଡ (ଏନ୍‌ଆଇଆଇଏଫ୍‌)କୁ ମଧ୍ୟ ଏହି କମ୍ପାନୀରେ ନିବେଶ କରିବା ପାଇଁ କୁହାଯାଇଛି। ଏହି ନିବେଶକାରୀ କମ୍ପାନୀ ସାଧାରଣତଃ ବିପଦରେ ଥିବା ଏବଂ ନୂଆ କମ୍ପାନୀରେ ନିବେଶ କରିଥାଏ।

Related story