ୟେସ୍‌ ବ୍ୟାଙ୍କର ନୂଆ ଏମ୍‌ଡି ଓ ସିଇଓ ହେଲେ ନବନୀତ ସିଂହ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ନୂଆ ଏମ୍‌ଡି ଓ ସିଇଓ ଭାବେ ନବନୀତ ସିଂହ ଗିଲ୍‌ ନିଯୁକ୍ତି ପାଇଛନ୍ତି। ଆର୍‌ବିଆଇ ପକ୍ଷରୁ ଏଭଳି ନିଯୁକ୍ତିକୁ ସ୍ୱୀକୃତି ଦିଆଯାଇବା ସହ ଶ୍ରୀ ଗିଲ ମାର୍ଚ୍ଚ ୧ରେ ୟେସ୍‌ ବ୍ୟାଙ୍କ ଦାୟିତ୍ୱ ନେବେ। ଏବେ ୟେସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଭାବେ ରାନା କପୁର କାର୍ଯ୍ୟ କରୁଛନ୍ତି। ୟେସ୍‌ ବ୍ୟାଙ୍କର ନେଟ୍‌ ଲାଭାଂଶ ଦିନକୁ ଦିନ ହ୍ରାସ ପାଉଛି। ଏପରି କି ତୃତୀୟ କ୍ୱାର୍ଟରରେ ବ୍ୟାଙ୍କରେ ନେଟ୍‌ ଲାଭାଂଶ ୭% […]

n

Hemant Lenka
  • Published: Thursday, 24 January 2019
  • , Updated: 24 January 2019, 04:41 PM IST

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ନୂଆ ଏମ୍‌ଡି ଓ ସିଇଓ ଭାବେ ନବନୀତ ସିଂହ ଗିଲ୍‌ ନିଯୁକ୍ତି ପାଇଛନ୍ତି। ଆର୍‌ବିଆଇ ପକ୍ଷରୁ ଏଭଳି ନିଯୁକ୍ତିକୁ ସ୍ୱୀକୃତି ଦିଆଯାଇବା ସହ ଶ୍ରୀ ଗିଲ ମାର୍ଚ୍ଚ ୧ରେ ୟେସ୍‌ ବ୍ୟାଙ୍କ ଦାୟିତ୍ୱ ନେବେ। ଏବେ ୟେସ୍‌ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଭାବେ ରାନା କପୁର କାର୍ଯ୍ୟ କରୁଛନ୍ତି।

ୟେସ୍‌ ବ୍ୟାଙ୍କର ନେଟ୍‌ ଲାଭାଂଶ ଦିନକୁ ଦିନ ହ୍ରାସ ପାଉଛି। ଏପରି କି ତୃତୀୟ କ୍ୱାର୍ଟରରେ ବ୍ୟାଙ୍କରେ ନେଟ୍‌ ଲାଭାଂଶ ୭% ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଘରୋଇ ବ୍ୟାଙ୍କ ନିଜର ଏମ୍‌ଡି ଓ ସିଇଓ ପଦବୀ ପାଇଁ ନବନୀତ ସିଂହ ଗିଲ୍‌ଙ୍କୁ ନିଯୁକ୍ତି ଦେଇଥିବା କୁହାଯାଉଛି।

ଡିସେମ୍ବର ୩୧ରେ ବ୍ୟାଙ୍କର ନେଟ୍‌ ଲଭାଂଶ ୧୦୦୭ କୋଟି ଟଙ୍କା ଥିଲା। କିନ୍ତୁ ଏବେ ଏହା ୧୦୦୨ କୋଟି ଟଙ୍କାକୁ ଖସି ଆସିଛି।

Related story