ମୁମ୍ବାଇ: ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ସ୍କାନରରେ। ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ଗତକାଲି ବଲିଉଡ ଫିଲ୍ମ ନିର୍ମାତା ଫିରୋଜ ନାଦିୱାଲାଙ୍କ ଘରେ ରେଡ୍ କରି ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିବା ପରେ ସୋମବାର ଏନସିବି ଅର୍ଜୁନ ରାମପାଲଙ୍କ ଘରେ ରେଡ୍ କରିଛି। ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଏନସିବି ଏହି ରେଡ୍ କରିଛି। ତେବେ ଅର୍ଜୁନଙ୍କ ଅଫିସରେ ମଧ୍ୟ ଏନସିବି ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ରହିଛି।
https://twitter.com/ANI/status/1325697240510312448
ଏନସିବି ପୂର୍ବରୁ ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଭାଇକୁ ଏହି ମାମଲାରେ ଗିରଫ କରିଛି। ଏନସିବି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ ଏଙ୍ଗେଲର ତଦନ୍ତ କରୁଛି। ରିଆ ଚକ୍ରବର୍ତ୍ତୀ-ସୁଶାନ୍ତ ମାମଲାରେ ଏନସିବି ଜଣେ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଥିଲା। ଏହି ବେପାରୀ ଅର୍ଜୁନଙ୍କ ଶଳାଙ୍କ ନାମ କହିଥିଲା।
ଅର୍ଜୁନଙ୍କ ଶଳା ଗାବ୍ରିଏଲା ଜଣେ ଆଫ୍ରିକୀୟ ନାଗରିକ। ଡ୍ରଗ୍ସ ରାକେଟରେ ସେ ସକ୍ରିୟ ଥିଲେ। ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ଏହି ସୂଚନା ଗିରଫ ବେଳେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।