ଦେବାଳିଆ ଘୋଷିତ ହେବେ ଅନୀଲ ଅମ୍ବାନୀ

ମୁମ୍ବାଇ: ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅନୀଲ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ଘୋଷଣା ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ (ଏନସିଏଲଟି) ଅନୁମତି ଦେଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ରୁ ଅନୀଲ ଅମ୍ବାନୀ ୧୨ ଶହ କୋଟି ଟଙ୍କାର ଋଣ ନେଇଥିଲେ। ହେଲେ ସେ ଏହାକୁ ନ ଫେରାଇବାରୁ ତାଙ୍କ ବିରୋଧରେ ଏଭଳି ନିର୍ଦ୍ଦେଶ ଦେଇଛି ଏନସିଏଲଟି। ଏସବିଆଇ ୨୦୧୬ ମସିହାରେ ଅନୀଲଙ୍କ ନେତୃତ୍ୱରେ ଥିବା ରିଲିଆନ୍ସ କମ୍ୟୁନିକେଶନ ଓ ରିଲିଆନ୍ସ […]

ch

Hemant Lenka
  • Published: Friday, 21 August 2020
  • , Updated: 21 August 2020, 09:04 PM IST

ମୁମ୍ବାଇ: ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଅନୀଲ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ଘୋଷଣା ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ (ଏନସିଏଲଟି) ଅନୁମତି ଦେଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ରୁ ଅନୀଲ ଅମ୍ବାନୀ ୧୨ ଶହ କୋଟି ଟଙ୍କାର ଋଣ ନେଇଥିଲେ। ହେଲେ ସେ ଏହାକୁ ନ ଫେରାଇବାରୁ ତାଙ୍କ ବିରୋଧରେ ଏଭଳି ନିର୍ଦ୍ଦେଶ ଦେଇଛି ଏନସିଏଲଟି।

ଏସବିଆଇ ୨୦୧୬ ମସିହାରେ ଅନୀଲଙ୍କ ନେତୃତ୍ୱରେ ଥିବା ରିଲିଆନ୍ସ କମ୍ୟୁନିକେଶନ ଓ ରିଲିଆନ୍ସ ଇନ୍ଫ୍ରାଟେଲକୁ ଋଣ ଦେଇଥିଲା। ଅନୀଲ ଏଥିପାଇଁ ୧୨ ଶହ କୋଟି ଟଙ୍କାର ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏହି ଦୁଇ କମ୍ପାନୀ ବନ୍ଦ ହୋଇଯାଇଛି।

ଏହି କାରଣରୁ ଷ୍ଟେଟ ବ୍ୟାଙ୍କର ମୁମ୍ୱାଇ ଶାଖା ଏନସିଏଲଟି ନିକଟରେ ଫେରାଦ ହୋଇଥିଲା। ଅନୀଲ ଏହି ଋଣ ଲାଗି ନିଜର ବ୍ୟକ୍ତିଗତ ସମ୍ପତ୍ତି ବନ୍ଧା ରଖିଥିଲେ। ତେଣୁ ବ୍ୟାଙ୍କ ଦେବାଳିଆ ଆଇନ ଅନୁସାରେ ତାଙ୍କ ଠାରୁ ଋଣ ଅସୁଲ କରିବାକୁ ଏନସିଏଲଟି ଆବେଦନ କରିଥିଲା।

ଏନସିଏଲଟି ଏହାର ବିଚାର କରି କହିଛନ୍ତି ଯେ ରିଲିଆନ୍ସ କମ୍ୟୁନିକେଶନ ଓ ରିଲିଆନ୍ସ ଇନ୍ଫ୍ରାଟେଲ ଜାନୁଆରୀ ୨୦୧୭ରୁ ଋଣ ପରିଶୋଧ କରିନାହାନ୍ତି। ୨୬ ଅଗଷ୍ଟ ୨୦୧୬ରୁ ଏହି ଦୁଇ କମ୍ପାନୀର ଆକାଉଣ୍ଟକୁ ନନ୍ ପରଫରମିଙ୍ଗ ଆସେଟ ଭାବେ ଘୋଷିତ କରି ଦିଆଯାଇଥିଲା।

୨୦୧୯ ଆରମ୍ଭରେ ରିଲାଏନ୍ସ କମ୍ୟୁନିକେଶନ ନିଜ ତରଫରୁ ଦେବାଳିଆ ହେବାକୁ ଆବେଦନ କରିଥିଲା। ଏହି ସମୟରେ କମ୍ପାନୀ କହିଥିଲା ଯେ ରିଲାଏନ୍ସ କମ୍ୟୁନିକେଶନ ଉପରେ ୩୩ ହଜାର କୋଟି ଟଙ୍କାର ଋଣ ରହିଛି। ତେବେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ କମ୍ୟୁନିକେଶନ ଉପରେ ୨୦୧୯ ଅଗଷ୍ଟ ମାସ ସୁଦ୍ଧା ୪୯ ହଜାର କୋଟି ଟଙ୍କାର ବକେୟା ରହିଛି।

Related story