ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍‌ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି। ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚତ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଉଭୟ ଦିନ ଓ ଘନ ଅନ୍ଧକାରରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର […]

w

Hemant Lenka
  • Published: Monday, 08 July 2019
  • , Updated: 08 July 2019, 06:04 PM IST

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହା ସଫଳ ଭାବେ ନିଜର ଟାର୍ଗେଟକୁ ହିଟ୍‌ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି।

ଏହା ନାଗ-ଆଣ୍ଟି-ଟ୍ୟାଙ୍କ ମିସାଇଲ ଭାବେ ପରିଚତ। ଏହି ଆଣ୍ଟି ଟ୍ୟାଙ୍କ ମିସାଇଲଟି ଉଭୟ ଦିନ ଓ ଘନ ଅନ୍ଧକାରରେ ମଧ୍ୟ ଶତ୍ରୁ ପକ୍ଷର ଟ୍ୟାଙ୍କକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି।

ଡିଆରଡିଓର ଅଧିକାରୀ କହିଛନ୍ତି, “ରବିବାର ଉଭୟ ଦିନ ଓ ରାତିରେ ନାଗ ମିସାଇଲର ପରୀକ୍ଷଣ କରାଯାଇଥିଲା। ୩ଟି ଯାକ ପରୀକ୍ଷଣ ସଫଳ ରହିଛି। ଏହାକୁ ଭାରତୀୟ ସ୍ଥଳ ସେନାର ବିଶେଷ ଯାନରେ ଲଗାଯିବ।

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଗତବର୍ଷ ୫୨୪ କୋଟି ଟଙ୍କାରେ ଡିଆରଡିଓ ଦ୍ୱାରା ଡିଜାଇନ୍‌ ଓ ବିକଶିତ ହୋଇଥିବା ନାଗ ମିସାଇଲ ସିଷ୍ଟମ କିଣିବାକୁ ମଞ୍ଜୁରୀ ଦେଇଥିଲା।

ଆଜି ମଧ୍ୟ ଡିଆରଡିଓ ଏହି ମସାଇଲ୍‌ର ଅଧିକ କ୍ଷମତା ମାପିବା ପାଇଁ କିଛି ପରୀକ୍ଷା କରିଥିବା ଜଣାପଡ଼ିଛି।

Related story