ଦିଲ୍ଲୀ ହିଂସା ଉପରେ ମୁହଁ ଖୋଲିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତା’କୁ ଯେତେ ନିନ୍ଦା କଲେ ବି କମ। ଆନ୍ଦୋଳନକାରୀ ଉସକାଇଥିବା ସବୁ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାକୁ ବି ଛଡ଼ା ଯିବ ନାହିଁ। ଉଭୟ ଦଙ୍ଗାକାରୀ ଓ ସେମାନଙ୍କ ପଛରେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଲାଲକିଲ୍ଲାରେ ଯେଉଁ […]

cf

Hemant Lenka
  • Published: Wednesday, 27 January 2021
  • , Updated: 27 January 2021, 10:18 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତା’କୁ ଯେତେ ନିନ୍ଦା କଲେ ବି କମ। ଆନ୍ଦୋଳନକାରୀ ଉସକାଇଥିବା ସବୁ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହାକୁ ବି ଛଡ଼ା ଯିବ ନାହିଁ। ଉଭୟ ଦଙ୍ଗାକାରୀ ଓ ସେମାନଙ୍କ ପଛରେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ଲାଲକିଲ୍ଲାରେ ଯେଉଁ ଭଳି ଜାତୀୟ ପତାକାକୁ ଅପମାନିତ କରାଗଲା, ତା’କୁ ଭାରତ କେବେ ବି ସହ୍ୟ କରିବ ନାହିଁ। ହିଂସାକୁ ଦେଖି ଆପଣଙ୍କ ମନରେ ଯାହା ଚାଲିଛି, ମୋ ମନ ମଧ୍ୟରେ ସମାନ କଥା ଚାଲିଛି। ରାହୁଲ ଗାନ୍ଧି ଚାଷୀ ଆନ୍ଦୋଳନକୁ ସିଧାସଳଖ ସମର୍ଥନ କରୁନାହାନ୍ତି। ହେଲେ ସେ ଆନ୍ଦୋଳନକାରୀଙ୍କୁ ଉସକାଉଛନ୍ତି। ସିଏଏ ବେଳେ ମଧ୍ୟ ସମାନ ଘଟଣା ଘଟିଥିଲା। ସମାନ ଘଟଣା ଗତକାଲି ଘଟିଛି। ଗତକାଲିର ଟ୍ୱିଟ ସମସ୍ତଙ୍କ ଆଗରେ ରହିଛି।

ଜଣେ ଚାଷୀ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ହେଁ କଂଗ୍ରେସ ଗୋଟିଏ ଟ୍ୱିଟ କରିଥିଲା ଯେ ଚାଷୀଙ୍କ ମୃତ୍ୟୁ ପୁଲିସ୍‌ ଅତ୍ୟାଚାରରୁ ହୋଇଛି। ଯେତେବେଳେ ସମଗ୍ର ଭାରତରେ ହିଂସାକାଣ୍ଡକୁ ନେଇ ପ୍ରଶ୍ନ ଉଠିବାରୁ ରାହୁଲଜୀ ଟ୍ୱିଟ କରି ମତ ବଦଳାଇଥିଲେ। ହିଂସାକାଣ୍ତ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ଟ୍ୱିଟ କରିଥିଲେ। ଏଥିରୁ ସବୁ କିଛି ଜଣାପଡ଼ୁଛି ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି।

ଗତକାଲି ଚାଷୀଙ୍କ ଆନ୍ଦୋଳନ ହିଂସାତ୍ମକ ରୂପ ନେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ଦିଆଯାଇ ନଥିଲା। ଆଜି ପ୍ରଥମଥର ପାଇଁ ଜାଭେଡକର ଏପରି ମନ୍ତବ୍ୟ ଦେଇଛନ୍ତି। ସେହିପରି ଚାଷୀଙ୍କ ସହ ଆଲୋଚନାର ବାଟ ବନ୍ଦ ହୋଇଗଲା କି ପ୍ରଶ୍ନର ଉତ୍ତର ମଧ୍ୟ ସେ ଦେଇଛନ୍ତି।

ସେ କହିଛନ୍ତି, ଆମେ କେବେ ହେଲେ ଚାଷୀଙ୍କ ସହ ଆଲୋଚନା କରିବାର ବାଟ ବନ୍ଦ ହୋଇଗଲା ବୋଲି କହିନାହୁଁ। ଆପଣମାନେ କେବେ ଶୁଣିଛନ୍ତି କି? ଯେତେବେଳେ ବି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହେବ, ଆମେ ଆପଣଙ୍କୁ ଜଣାଇ ଦେବୁ। ଆମେ ଆପଣମାନଙ୍କୁ ଆଗରୁ କହି ସାରିଛୁ ଯେ ସରକାର କୌଣସି ବି ପରିବର୍ତ୍ତନ କଲେ, ସମସ୍ତଙ୍କୁ ଜଣାଇବେ।

କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ସରକାର ୧୧ଥର ବୈଠକ କରି ସାରିଛନ୍ତି। ୧୦ମ ଥର ବୈଠକ ବେଳେ ସରକାର କୃଷି ଆଇନକୁ ୧୮ ମାସ ଯାଏ କାର୍ଯ୍ୟକାରୀ କରିବେ ନାହିଁ ବୋଲି ରାଜି ଥିବା ପ୍ରସ୍ତାବ ଦେଇଥିଲେ। ତେବେ ୧୧ତମ ବୈଠକରେ ଚାଷୀମାନେ ଏଥିରେ ରାଜି ହୋଇ ନଥିଲେ। ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିବାରୁ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରି ନଥିଲା।

ଫଳରେ ୨୬ ତାରିଖରେ ଚାଷୀମାନେ ଟ୍ରାକ୍ଟର ରାଲି କରିଥିଲା। ହେଲେ ଏହି ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଛି। କିଛି ଆନ୍ଦୋଳନକାରୀ ପୁଲିସ୍‌ର ସବୁ ବ୍ୟାରିକେଡକୁ ଭାଙ୍ଗି ପ୍ରସିଦ୍ଧ ଲାଲକିଲ୍ଲା ଭିତରେ ଟ୍ରାକ୍ଟର ଧରି ପ୍ରବେଶ କରିଥିଲେ। ଖାଲି ସେତିକି ନୁହେଁ, ସେମାନେ ଲାଲକିଲ୍ଲା ଉପରେ ଚଢ଼ି ଶିଖ୍‌ ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Related story