କରୋନା ପାଇଁ ଜେଇଇ ଓ ନିଟ ପରୀକ୍ଷା ଘୁଞ୍ଚିଲା, ଜାଣନ୍ତୁ ନୂଆ ତାରିଖ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ଦ୍ୱୟ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ। ନିଟ୍‌ ପରୀକ୍ଷା […]

sd

Hemant Lenka
  • Published: Friday, 03 July 2020
  • , Updated: 03 July 2020, 08:38 PM IST

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ଦ୍ୱୟ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ଯାଏ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ରେ ଅନୁଷ୍ଠିତ ହେବ। ନିଟ୍‌ ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ ବୋଲି ଘୋଷଣା କରାଯାଇଛି।

ନିଟ୍‌ ଓ ଜେଇଇ ପରୀକ୍ଷା କେବ ହେବ ସେଥିପାଇଁ ମାନବ ସମ୍ବଳ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଥିଲା। କମିଟି କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବା ସପକ୍ଷରେ ମତ ରଖିଥିଲା। ତଦନୁଯାୟୀ କେନ୍ଦ୍ର ସରକାର ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବସୂଚୀ ଅନୁଯାୟୀ, ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍‌ ଜୁଲାଇ ୨୬ରେ ହେବାର ଥିଲା। ସେହିପରି ଜେଇଇ ମେନ୍‌ ପରୀକ୍ଷା ଜୁଲାଇ ୧୮ରୁ ୨୩ ଓ ଜେଇଇ ଆଡଭାନ୍ସ ଅଗଷ୍ଟ ୨୮ରେ କରିବାକୁ ସ୍ଥିର କରାଯାଇଥିଲା।

Related story