ଶିକ୍ଷାର୍ଥୀଙ୍କୁ ଆଉ ଏକ ସୁଯୋଗ: କରୋନା ଯୋଗୁ ପୁଣି ହେବ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ନିଟ୍ ପରୀକ୍ଷା ହେବ। କରୋନା ଯୋଗୁ ଯେଉଁମାନେ ନିଟ୍ ପରୀକ୍ଷା ଦେଇପାରି ନଥିଲେ ସେମାନଙ୍କ ପାଇଁ ନୂଆ ପରୀକ୍ଷା ତାରଖ ଘୋଷଣା ହୋଇଛି। ଅକ୍ଟୋବର ୧୪ରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୬ରେ ପରୀକ୍ଷା ଫଳ ପ୍ରକାଶ ପାଇବ। କରୋନା ସଂକ୍ରମଣ ପାଇଁ ସବୁ ଆଡ଼େ କଟକଣା ଲାଗିଥିଲା। ଏହି କାରଣରୁ କିଛି ପିଲା ନିଟ୍ ପରୀକ୍ଷା ଦେଇପାରି ନଥିଲେ। ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ଦେବା […]

dfs

Hemant Lenka
  • Published: Monday, 12 October 2020
  • , Updated: 12 October 2020, 04:15 PM IST

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ନିଟ୍ ପରୀକ୍ଷା ହେବ। କରୋନା ଯୋଗୁ ଯେଉଁମାନେ ନିଟ୍ ପରୀକ୍ଷା ଦେଇପାରି ନଥିଲେ ସେମାନଙ୍କ ପାଇଁ ନୂଆ ପରୀକ୍ଷା ତାରଖ ଘୋଷଣା ହୋଇଛି। ଅକ୍ଟୋବର ୧୪ରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୬ରେ ପରୀକ୍ଷା ଫଳ ପ୍ରକାଶ ପାଇବ।

କରୋନା ସଂକ୍ରମଣ ପାଇଁ ସବୁ ଆଡ଼େ କଟକଣା ଲାଗିଥିଲା। ଏହି କାରଣରୁ କିଛି ପିଲା ନିଟ୍ ପରୀକ୍ଷା ଦେଇପାରି ନଥିଲେ। ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ଦେବା ପାଇଁ ସୁପ୍ରିମକୋର୍ଟ ଆଜି ଆଉ ଥରେ ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି।

ଚଳିତ ବର୍ଷ ୧୬ ଲକ୍ଷରୁ ଅଧିକ ପିଲା ନିଟ୍ ପାଇଁ ପଞ୍ଜିକୃତ କରିଥିଲେ। ତେବେ ପ୍ରଥମଥର ହୋଇଥିବା ପରୀକ୍ଷାରେ ୧୪.୩୭ ଲକ୍ଷ ଶିକ୍ଷାର୍ଥୀ ଭାଗ ନେଇଥିଲେ।

Related story