ଭାରତର ଏରିଆକୁ ନିଜର କହି ସଂସଦରେ ନକ୍ସା ଦାଖଲ କଲା ନେପାଳ

କାଠମାଣ୍ଡୁ:  ଭାରତ ସହ ଲାଗିରହିଥିବା ଭୌଗୋଳିକ ବିବାଦକୁ ନେପାଳ ଶାସକ ଦଳ ଆଜି ସେଠାକାର ସଂସଦରେ ଆଗତ କରିଛନ୍ତି। ଏହି ବିବାଦ ପ୍ରସଙ୍ଗରେ ଭାରତ ଦେଇଥିବା ପ୍ରସ୍ତାବକୁ ନେପାଳ ପ୍ରତ୍ୟାଖ୍ୟାନ କରି ସଂସଦରେ ନିଜ ନକ୍ସା ଦାଖଲ କରି ସଂଶୋଧନ ପାଇଁ ପ୍ରସ୍ତାବ ରଖିଛି। ବିବାଦୀୟ ମାନଚିତ୍ର ସହିତ ସମ୍ବିଧାନ ସଂଶୋଧନ ବିଲ୍ ନେପାଳର ସଂସଦରେ ଅଣାଯାଇଛି। ସୂଚନାଯୋଗ୍ୟ, ଭାରତ ଦଖଲରେ ଥିବା ୩୯୫ କିଲୋମିଟର ଏରିଆକୁ ନିଜର ମାନଚିତ୍ରରେ ସାମିଲ୍ କରି ନୂଆ ନକ୍ସାକୁ ନେପାଳର […]

nepal-politics

nepal-politics

Subhransu Sekhar
  • Published: Sunday, 31 May 2020
  • Updated: 07 June 2020, 04:52 PM IST

Sports

Latest News

କାଠମାଣ୍ଡୁ:  ଭାରତ ସହ ଲାଗିରହିଥିବା ଭୌଗୋଳିକ ବିବାଦକୁ ନେପାଳ ଶାସକ ଦଳ ଆଜି ସେଠାକାର ସଂସଦରେ ଆଗତ କରିଛନ୍ତି। ଏହି ବିବାଦ ପ୍ରସଙ୍ଗରେ ଭାରତ ଦେଇଥିବା ପ୍ରସ୍ତାବକୁ ନେପାଳ ପ୍ରତ୍ୟାଖ୍ୟାନ କରି ସଂସଦରେ ନିଜ ନକ୍ସା ଦାଖଲ କରି ସଂଶୋଧନ ପାଇଁ ପ୍ରସ୍ତାବ ରଖିଛି। ବିବାଦୀୟ ମାନଚିତ୍ର ସହିତ ସମ୍ବିଧାନ ସଂଶୋଧନ ବିଲ୍ ନେପାଳର ସଂସଦରେ ଅଣାଯାଇଛି। ସୂଚନାଯୋଗ୍ୟ, ଭାରତ ଦଖଲରେ ଥିବା ୩୯୫ କିଲୋମିଟର ଏରିଆକୁ ନିଜର ମାନଚିତ୍ରରେ ସାମିଲ୍ କରି ନୂଆ ନକ୍ସାକୁ ନେପାଳର କେପି ଓଲି ସରକାରଙ୍କ ପକ୍ଷରୁ ସଂସଦରେ ଆଗତ କରାଯାଇଛି।

ଗତଥର ଏହି ବିଲକୁ ବିରୋଧ କରିଥିବା ନେପାଳ କଂଗ୍ରେସର ସାଂସଦମାନଙ୍କୁ ଚଳିତଥର ବିଲକୁ ସମର୍ଥନ କରି ଭୋଟ୍ ଦେବାକୁ ନେପାଳ କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟ କମିଟି ନିର୍ଦ୍ଦେଶ ଦେଇଛି। ଶନିବାର ନେପାଳ କଂଗ୍ରେସର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବିରୋଧୀ ଦଳ ନେପାଳୀ କଂଗ୍ରେସକୁ ଏହି ପ୍ରସଙ୍ଗରେ ସମର୍ଥନ କରିବ ବୋଲି ଘୋଷଣା କରିବା ପରେ ହିଁ ସମ୍ବିଧାନରେ ସଂଶୋଧନ ବିଲ୍ ଆଗତ ହୋଇଛି। ନେପାଳର ଆଇନ ମନ୍ତ୍ରୀ ଏହି ବିବାଦୀୟ ମାନଚିତ୍ରକୁ ଲୋକସଭାରେ ଆଗତ କରିଛନ୍ତି।

ନେପାଳ ପ୍ରସ୍ତୁତ କରିଥିବା ନକ୍ସାରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କାଲାପାନି ଅଞ୍ଚଳକୁ  ନିଜର ବୋଲି କହିଛି। ଯାହାର ଭୂ-ଭାଗ ଭାରତ ଅଧିନରେ ରହିଛି। ଯାହାର ଅନୁମୋଦନ ପାଇଁ କେପି ଓଲି ସରକାର ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସଂସଦରୁ ସମର୍ଥନ ପାଇବାକୁ ଚାହୁଁଛନ୍ତି, ସେଥିପାଇଁ ଆଜି ଏହି ବିଲ୍ ସଂସଦରେ ଆଗତ କରାଯାଇଛି।

ଏହି ବିବାଦୀୟ ମାନଚିତ୍ର ବା ନକ୍ସାକୁ ନେପାଳର ସଂସଦ ପାରିତ କରିବ କି? ଏହି ବିଲ୍ କିପରି ପାସ୍ ହେବ? ଏହିପରି ସମସ୍ତ ପ୍ରଶ୍ନ ଲୋକଙ୍କ ମନରେ। ଆସନ୍ତୁ ଜାଣିବା ନେପାଳ ସଂସଦରେ କ'ଣ ରହିଛି ସମ୍ବିଧାନରେ ସଂଶୋଧନ ପ୍ରକ୍ରିୟା।

ନେପାଳର ସଂସଦରେ ସମ୍ବିଧାନ ସଂଶୋଧନ କରିବାର ପ୍ରକ୍ରିୟା ବହୁତ ଲମ୍ବା। ଏହି ପ୍ରକ୍ରିୟା ୭ ଦିନ ଯାଏ ଚାଲିବ। ଏହି ସମୟ ମଧ୍ୟରେ, ଯଦି ଜଣେ ସଦସ୍ୟଙ୍କ ପ୍ରସ୍ତାବ ଅନୁଯାୟୀ ବିଲରେ କୌଣସି ସଂଶୋଧନ କରିବାକୁ ହେବ ତା'ହେଲେ ସଂଶୋଧନ କରିହେବ। ଭାରତୀୟ ସଂସଦର ସଦସ୍ୟମାନେ ମଧ୍ୟ ସମାନ ସୁଯୋଗ ପାଆନ୍ତି। ନେପାଳ ସଂସଦରେ ଏହାପରେ ୩୦ ଦିନର ଅବଧି ରହିଥାଏ। ଏହି ସମୟରେ ସାଧାରଣ ଜନତାଙ୍କଠାରୁ ପରାମର୍ଶ ନିଆଯାଏ। ଏହା ପରେ ମତଦାନ ହୋଇଥାଏ। ନେପାଳର ଶାସକ ଦଳର ଜଣେ ନେତା କହିଛନ୍ତି, ସମଗ୍ର ପ୍ରକ୍ରିୟା ସାତ ଦିନ ମଧ୍ୟରେ ହେବ। ଏହା ଦ୍ୱାରା ଶୀଘ୍ର ଭୋଟିଂ ହୋଇ ବିଲକୁ ପାରିତ କରିବାକୁ ସରକାର ଚେଷ୍ଟା କରୁଛନ୍ତି।

ଗତ ସପ୍ତାହରେ ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ, ନେପାଳ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଭଲଭାବେ ଜାଣିଛି ଏବଂ ଆମେ ନେପାଳ ସରକାରଙ୍କୁ ଏଭଳି ନକ୍ସା ଦାଖଲ ନକରିବାକୁ ଆହ୍ୱାନ କରିଛୁ। ନେପାଳ ଯେଉଁ ଅଞ୍ଚଳକୁ ନିଜର ବୋଲି କହୁଛି ତାହା ଭାରତର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos