ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦରେ ଛନ୍ଦି ହୋଇଛି ନେପାଳ। ନିକଟରେ ଭଗବାନ ରାମ ଏବଂ ଅଯୋଧ୍ୟାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲ୍ଲୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବେ ଗୌତମ ବୁଦ୍ଧଙ୍କୁ ନେଇ ତାଙ୍କ ସରକାର ମତ ରଖିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭଗବାନ ଗୌତମ ବୁଦ୍ଧଙ୍କୁ ଜଣେ ଭାରତୀୟ ବୋଲି କରିଥିଲେ। ଏହାପରେ ନେପାଳ ଜୟଶଙ୍କରଙ୍କ ମନ୍ତବ୍ୟକୁ ବିରୋଧ କରିଛି। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତ୍ତି ଜାରି […]

kp oli

Subhransu Sekhar
  • Published: Sunday, 09 August 2020
  • , Updated: 09 August 2020, 07:59 PM IST

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦରେ ଛନ୍ଦି ହୋଇଛି ନେପାଳ। ନିକଟରେ ଭଗବାନ ରାମ ଏବଂ ଅଯୋଧ୍ୟାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲ୍ଲୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବେ ଗୌତମ ବୁଦ୍ଧଙ୍କୁ ନେଇ ତାଙ୍କ ସରକାର ମତ ରଖିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭଗବାନ ଗୌତମ ବୁଦ୍ଧଙ୍କୁ ଜଣେ ଭାରତୀୟ ବୋଲି କରିଥିଲେ। ଏହାପରେ ନେପାଳ ଜୟଶଙ୍କରଙ୍କ ମନ୍ତବ୍ୟକୁ ବିରୋଧ କରିଛି।

ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଛି, ପ୍ରଭୁ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। ଏହାର କିଛି ଦିନ ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଥିଲେ ନେପାଳର ବିରଗଞ୍ଜକୁ ପ୍ରଭୁ ରାମଙ୍କ ଅଯୋଧ୍ୟା ବୋଲି ଦାବି କରିଥିଲେ।

ଜୟଶଙ୍କର ଭାରତ @୭୫ ସମ୍ମିଳନୀ ଅଫ୍ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ମହାତ୍ମା ଗାନ୍ଧୀ ଏବଂ ପ୍ରଭୁ ବୁଦ୍ଧ ହେଉଛନ୍ତି ଦୁଇଜଣ ଭାରତୀୟ ମହାନ ବ୍ୟକ୍ତି। ଯାହାକୁ ବିଶ୍ୱ ସର୍ବଦା ମନେ ରଖିଛି। ଏହାପରେ ଜୟଶଙ୍କର ପ୍ରଶ୍ନ କରି କହିଥିଲେ ଯେ ଆପଣ ଏପର୍ଯ୍ୟନ୍ତ ମନେ ରଖିଥିବା ସର୍ବଶ୍ରେଷ୍ଠ ଭାରତୀୟ କିଏ? ନିଜ ଏହାର ଜବାବ ଦେଇ ଜୟଶଙ୍କର କହିଥିଲେ ମୁଁ କହିବି ଜଣେ ହେଉଛନ୍ତି ଗୌତମ ବୁଦ୍ଧ ଏବଂ ଅନ୍ୟ ଜଣେ ହେଉଛନ୍ତି ମହାତ୍ମା ଗାନ୍ଧୀ। ଏହାକୁ ବିରୋଧ କରିଛି ନେପାଳ ସରକାର।

ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ‘ଐତିହାସିକ ଏବଂ ପୁରାଣ ତଥ୍ୟ ପ୍ରମାଣିତ କରିଛି ଯେ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ। ଲୁମ୍ବିନି ବୁଦ୍ଧ ଏବଂ ବୌଦ୍ଧ ଧର୍ମର ଜନ୍ମସ୍ଥାନ ଏବଂ ଏହାକୁ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ମଧ୍ୟ ଘୋଷଣା କରିଛି। ୨୦୧୪ରେ ନେପାଳ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ସଂସଦକୁ ସମ୍ବୋଧିତ କରି କହିଥିଲେ ଯେ ନେପାଳ ହେଉଛି ସେହି ଦେଶ ଯେଉଁଠାରେ ବିଶ୍ୱରେ ଶାନ୍ତି ଜନ୍ମ ହୋଇଥିଲେ ଏବଂ ବୁଦ୍ଧ ଜନ୍ମ ହୋଇଥିଲେ’।

ନେପାଳର ଆପତ୍ତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହାର ଜବାବ ଦେଇ କହିଛି ଯେ ଗତକାଲି ସିଆଇଆଇ କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଆମର ଅଂଶୀଦାର ବୌଦ୍ଧ ଐତିହ୍ୟକୁ ଦର୍ଶାଉଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ।

ଜୟଶଙ୍କରଙ୍କ ବିବୃତ୍ତିକୁ ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟିର ବୈଦେଶିକ ବିଭାଗର ମୁଖ୍ୟ ତଥା ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ ବିରୋଧ କରିଛନ୍ତି। ବୁଦ୍ଧକୁ ନେଇ ଉପୁଜିଥିବା ବିବାଦ ଉପରେ ନେପାଳ ସରକାରଙ୍କୁ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ସେ କହିଛନ୍ତି।

Related story