ଭାରତ ବିରୋଧରେ ନେପାଳର ନୂଆ ଚକ୍ରାନ୍ତ

କାଠମାଣ୍ତୁ: ଭାରତର କିଛି ଅଂଶକୁ ଜୋରଜବରଦସ୍ତି ନିଜର ବୋଲି ଦାବି କରୁଥିବା ନେପାଳ ଏବେ ନୂଆ ଗୋଟି ଚାଳନା କରିଛି। ନିକଟରେ ନେପାଳ ତା’ର ସଂଶୋଧିତ ମ୍ୟାପ୍‌କୁ ସଂସଦରେ ପାସ୍‌ କରାଇଥିଲା। ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି। ତେବେ ଭାରତ କେବେ ହେଲେ ନେପାଳର ଏହି ନୂଆ ମ୍ୟାପକୁ ମାନିବ ନାହିଁ ବୋଲି କହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ନେପାଳ ସରକାର ଜାତିସଂଘ ଓ ଗୁଗଲକୁ ଦେଶର […]

KP SHARMA OLI

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 08:36 PM IST

କାଠମାଣ୍ତୁ: ଭାରତର କିଛି ଅଂଶକୁ ଜୋରଜବରଦସ୍ତି ନିଜର ବୋଲି ଦାବି କରୁଥିବା ନେପାଳ ଏବେ ନୂଆ ଗୋଟି ଚାଳନା କରିଛି। ନିକଟରେ ନେପାଳ ତା’ର ସଂଶୋଧିତ ମ୍ୟାପ୍‌କୁ ସଂସଦରେ ପାସ୍‌ କରାଇଥିଲା। ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି।

ତେବେ ଭାରତ କେବେ ହେଲେ ନେପାଳର ଏହି ନୂଆ ମ୍ୟାପକୁ ମାନିବ ନାହିଁ ବୋଲି କହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ନେପାଳ ସରକାର ଜାତିସଂଘ ଓ ଗୁଗଲକୁ ଦେଶର ନୂଆ ମାନଚିତ୍ର ପଠାଇବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ନେପାଳର କିଛି ଗଣାମାଧ୍ୟମ ଖବର ପ୍ରସାରଣ କରିଛନ୍ତି। ଜୁନ୍‌ ୧୩ରେ ନେପାଳ ସରକାର ଏହି ନୂଆ ମ୍ୟାପକୁ ଉଭୟ ସଦନରେ ଉପସ୍ଥାନ କରି ସର୍ବସମ୍ମତିକ୍ରମେ ପାରିତ କରିଥିଲେ।

ନେପାଳି ଗଣମାଧ୍ୟମର ସୂଚନା ଅନୁଯାୟୀ, କେପି ଓଲି ନେତୃତ୍ୱାଧୀନ ସରକାର ଇଂରାଜୀ ଭାଷାରେ ସଂଶୋଧିତ ମ୍ୟାପକୁ ପ୍ରସ୍ତୁତ କରିବେ। ଏହାପରେ ଏହି ଇଂରାଜୀ ମ୍ୟାପଟିକୁ ବିଭିନ୍ନ ରାଷ୍ଟ୍ର, ଜାତିସଂଘ ଓ ଗୁଗଲକୁ ପଠାଯିବ। ନେପାଳର ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ମନ୍ତ୍ରୀ ପଦ୍ମା ଆରୟାଲ କହିଛନ୍ତି, ଆମେ ଖୁବଶୀଘ୍ର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ଆମର ବୋଲି ଦର୍ଶାଇ ପ୍ରସ୍ତୁତ କରିଥିବା ମ୍ୟାପକୁ ସମସ୍ତ ଅନ୍ତର୍ଜାତୀୟ ରାଷ୍ଟ୍ର ସମୁହଙ୍କ ନିକଟକୁ ପଠାଇବୁ।

ନେପାଳ ସରକାର ଏ ସଂକ୍ରାନ୍ତରେ ମଧ୍ୟ ଗୋଟିଏ ବହି ପବ୍ଲିଶ କରିବେ। ଏହାର ମଧ୍ୟ ଇଂରାଜୀ ଭର୍ସନ ଛପା ଯିବ ଓ ବିଭିନ୍ନ ରାଷ୍ଟ୍ରକୁ ପଠାଯିବ ବୋଲି ସେ କହିଛନ୍ତି।

ନେପାଳ ସରକାର ପ୍ରସ୍ତୁତ କରିଥିବା ମ୍ୟାପରେ ଉତ୍ତରାଖଣ୍ଡର ଲିପୁଲେଖ ପାସକୁ କାଠମାଣ୍ଡୁ ନିଜର ବୋଲି ଦର୍ଶାଇଛି। ୧୮୧୬ ବ୍ରିଟିଶ ଚୁକ୍ତି ଅନୁଯାୟୀ, ଉତ୍ତରାଖଣ୍ଡରେ ଥିବା ଲିପୁଲେଖ ପାସ ନେପାଳର ବୋଲି ସେଠାକାର ସରକାର ଦାବି କରିଛନ୍ତି। ଏହି ଅଞ୍ଚଳରେ ଭାରତ ଓ ନେପାଳ ପ୍ରାୟ ୧୮ଶହ କିମି ସୀମା ଶେୟାର କରିଛନ୍ତି। ସେହିପରି ୧୯୬୨ ଚାଇନା ଯୁଦ୍ଧ ପରଠାରୁ ଭାରତ ସରକାର ଲିମପିୟାଧୁରା ଓ କଲାପାନୀ ସୀମାନ୍ତକୁ ଜଗି ରହିଛନ୍ତି।

ମେ’ ୮ରେ କୈଳାସ ମାନସୋରଭରକୁ ସଂଯୋଗ କରୁଥିବା ଲିପୁଲେଖ ପାସରେ ଭାରତ ସରକାର ରାସ୍ତା କାମ ଆରମ୍ଭ କରିଥିଲେ। ହେଲେ ଏହାକୁ ନେପାଳ ବିରୋଧ କରିଥିଲା। ଏହାଦ୍ୱାରା ନେପାଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ବୋଲି କାଠମାଣ୍ଡୁ ପକ୍ଷରୁ କୁହାଯାଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।

Related story