ଅଯୋଧ୍ୟା ମାମଲା ପାଇଁ ନୂଆ ଖଣ୍ଡପୀଠ, ସାମିଲ ହେଲେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଏହି ଖଣ୍ଡପୀଠରେ ପୂର୍ବରୁ ଥିବା ବିଚାରପତିଙ୍କ ବଦଳରେ ଆଉ ଦୁଇ ଜଣ ନୂଆ ବିଚାରପତିଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ଜଷ୍ଟିସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ ଅଶୋକ ଭୂଷଣ। ନୂଆ କରି ଗଠନ ହୋଇଥିବା ଖଣ୍ଡପୀଠରେ ଏବେ ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ […]

f

Hemant Lenka
  • Published: Friday, 25 January 2019
  • , Updated: 25 January 2019, 07:34 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଏହି ଖଣ୍ଡପୀଠରେ ପୂର୍ବରୁ ଥିବା ବିଚାରପତିଙ୍କ ବଦଳରେ ଆଉ ଦୁଇ ଜଣ ନୂଆ ବିଚାରପତିଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ଜଷ୍ଟିସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ ଅଶୋକ ଭୂଷଣ।

ନୂଆ କରି ଗଠନ ହୋଇଥିବା ଖଣ୍ଡପୀଠରେ ଏବେ ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ ଅଶୋକ ଭୂଷଣ ରହିବେ।

ପୂର୍ବରୁ ଏହି ଖଣ୍ଡପୀଠରେ ଜଷ୍ଟିସ୍‌ ୟୁୟୁ ଲଳିତ ଓ ଜଷ୍ଟିସ୍‌ ଏନ୍‌ଭି ରମଣ ରହିଥିଲେ। ତେବେ ଜାନୁଆରୀ ୧୦ ଶୁଣାଣି ବେଳେ ଜଷ୍ଟିସ୍‌ ୟୁୟୁ ଲଳିତ ନିଜ ଆଡ଼ୁ ମାମଲାର ଶୁଣାଣିରୁ ଓହରି ଯାଇଥିଲେ।

ଫଳରେ ନୂଆ ଖଣ୍ଡପୀଠ ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ନୂଆ ଖଣ୍ଡପୀଠରୁ ଜଷ୍ଟିସ୍‌ ଏନ୍‌ଭି ରମଣଙ୍କୁ ବାଦ ଦିଆଯାଇଛି। ଏବେ ଏହି ନୂଆ ଖଣ୍ଡପୀଠ ଆସନ୍ତା ୨୯ରେ ଅଯୋଧ୍ୟା ଜମି ବିବାଦର ଶୁଣାଣି କରିବେ।

ଏହି ସମୟରେ ଖଣ୍ଡପୀଠ ହିଁ ମାମଲାର ନିୟମିତ ଶୁଣାଣି ହେବ କି ଆଉ କେଉଁ ପ୍ରକ୍ରିୟାରେ ହେବ, ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Related story