୬୫ ବର୍ଷ ବୟସରେ ବାହାହେବେ ହରିଶ ସାଲଭେ

ନୂଆଦିଲ୍ଲୀ: ଦେଶର ପୂର୍ବତନ ସଲିସିଟର ଜେନେରାଲ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ୬୫ ବର୍ଷୀୟ ସାଲଭେ କେବଳ ଭାରତ ନୁହେଁ ବ୍ରିଟେନର କ୍ୱିନ୍ସ କାଉନସିଲ ରହିଛନ୍ତି। ସାଲଭେ ଜୁନ ମାସରେ ହିଁ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ସାଲଭେଙ୍କ ପ୍ରଥମ ପତ୍ନୀଙ୍କ ନାଁ ମୀନାକ୍ଷୀ ସାଲଭେ। ୩୮ ବର୍ଷ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଥମ ବିବାହ ଶେଷ କରିବା ପରେ ଏବେ ସେ […]

tg

Hemant Lenka
  • Published: Monday, 26 October 2020
  • , Updated: 26 October 2020, 07:23 PM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ସଲିସିଟର ଜେନେରାଲ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ୬୫ ବର୍ଷୀୟ ସାଲଭେ କେବଳ ଭାରତ ନୁହେଁ ବ୍ରିଟେନର କ୍ୱିନ୍ସ କାଉନସିଲ ରହିଛନ୍ତି। ସାଲଭେ ଜୁନ ମାସରେ ହିଁ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ସାଲଭେଙ୍କ ପ୍ରଥମ ପତ୍ନୀଙ୍କ ନାଁ ମୀନାକ୍ଷୀ ସାଲଭେ।

୩୮ ବର୍ଷ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଥମ ବିବାହ ଶେଷ କରିବା ପରେ ଏବେ ସେ ୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ହରିଶ ସାଲଭେଙ୍କର ଦୁଇଟି ଝିଅ ରହିଛନ୍ତି। ଜଣଙ୍କ ବୟସ ୩୭ ଓ ଆଉ ଜଣଙ୍କ ବୟସ ୩୩। ସେମାନେ ଦିଲ୍ଲୀ-ଏନସିଆରରେ ରୁହନ୍ତି।

ତେବେ ସମସ୍ତଙ୍କୁ ପର କରି ସେ ଅକ୍ଟୋବର ୨୮ରେ ଲଣ୍ଡନର ଏକ ଚର୍ଚ୍ଚରେ ତାଙ୍କ ବନ୍ଧୁ କାରୋଲିନ ବ୍ରୋସାର୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି। କାରୋଲିନଙ୍କ ବୟସ ୫୬। ତାଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। କାରୋଲିନଙ୍କୁ ବିବାହ କରିବା ପାଇଁ ସାଲଭେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ଓ ୨ ବର୍ଷ ହେଲା ସେ ଚର୍ଚ୍ଚ ମଧ୍ୟ ଯାଉଛନ୍ତି।

କାରୋଲିନ ଜଣେ ଆଟିଷ୍ଟ। ଏକ କାର୍ଯ୍ୟକ୍ରମରେ ସାଲଭେଙ୍କ ସହ ତାଙ୍କ ଦେଖା ହୋଇଥିଲା। ଏହି ଦେଖା ସାକ୍ଷାତ ପ୍ରେମରେ ପରିଣତ ହୋଇଛି। କାରୋଲିନଙ୍କ ଗୋଟିଏ ଝିଅ ମଧ୍ୟ ରହିଛନ୍ତି।

ହେଲେ ଉଭୟ ଅକ୍ଟୋବର ୨୮ରେ ବିବାହ କରିବାକୁ ଯାଉଛନ୍ତି। କରୋନା ଯୋଗୁ ଲଣ୍ଡନରେ ଅନୁଷ୍ଠିତ ହେଉଥିବା ବାହାଘରରେ ୧୫ ଜଣଙ୍କ ଉପସ୍ଥିତିକୁ ଅନୁମତି ମିଳିଛି। ତେଣୁ ସାଲଭେ ଓ କାରୋଲିନ ମଧ୍ୟ ୧୫ ଜଣ ଗେଷ୍ଟଙ୍କୁ ନିମନ୍ତ୍ରଣ କରିଛନ୍ତି। କାରୋଲିନଙ୍କ ପରିବାର ଲୋକଙ୍କ ବ୍ୟତୀତ ବାହାଘରରେ ସାଲଭେ ବ୍ରିଟେନରେ ଥିବା ଭାରତୀୟ ରେଷ୍ଟୁରାଣ୍ଟ ମାଲିକ କାମେଲିଆ ଓ ନମିତା ପଞ୍ଜାବୀଙ୍କୁ ଡାକିଛନ୍ତି।

Related story