ଏଣିକି ସିମରନ୍‌ ଆଉ ବିଳମ୍ବରେ ଟ୍ରେନ୍‌ ଚଢ଼ିପାରିବ ନାହିଁ, ରେଲୱେ ଆଣୁଛି କଡ଼ା ନିୟମ

ନୂଆଦିଲ୍ଲୀ: ଆପଣ ସୁପରହିଟ୍‌ ଫିଲ୍ମ ଡିଡିଏଲ୍‌ଜେ ଫିଲ୍ମ ଦେଖିଥିବେ। ଏକ ଭିନ୍ନ ସ୍ୱାଦର ଲଭ୍‌ ଷ୍ଟୋରୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଟ୍ରେନ୍‌ ଯାତ୍ରାକୁ ନେଇ ଏକ ସିନ୍‌ ରହିଛି। ଯେଉଁଥିରେ ରାହୁଲ ଭୂମିକାରେ ଶାହାରୁଖ୍‌ ଖାନ୍‌ ଓ ସିମରନ୍‌ ଭୂମିକାରେ କାଜୋଲ ଅଭିନୟ କରିଛନ୍ତି। ତେବେ ସେଥିରେ ସବୁଠୁ ଚର୍ଚ୍ଚିତ ସିନ୍‌ଟି ହେଉଛି ରାହୁଲ ଟ୍ରେନ୍‌ରେ ବସିଥିବା ବେଳେ ଗାଡ଼ି ଛାଡ଼ି ଦେଉଛି। ଆଉ ସିମରନ୍‌ ନିଜ ପ୍ରେମିକ ରାହୁଲଙ୍କ ସହ ଯିବାକୁ ଜିଦ୍‌ ଧରି […]

ddlj-2

ddlj-2

Tapas Behera
  • Published: Thursday, 10 January 2019
  • Updated: 10 January 2019, 11:53 AM IST

Sports

Latest News

ନୂଆଦିଲ୍ଲୀ: ଆପଣ ସୁପରହିଟ୍‌ ଫିଲ୍ମ ଡିଡିଏଲ୍‌ଜେ ଫିଲ୍ମ ଦେଖିଥିବେ। ଏକ ଭିନ୍ନ ସ୍ୱାଦର ଲଭ୍‌ ଷ୍ଟୋରୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଟ୍ରେନ୍‌ ଯାତ୍ରାକୁ ନେଇ ଏକ ସିନ୍‌ ରହିଛି। ଯେଉଁଥିରେ ରାହୁଲ ଭୂମିକାରେ ଶାହାରୁଖ୍‌ ଖାନ୍‌ ଓ ସିମରନ୍‌ ଭୂମିକାରେ କାଜୋଲ ଅଭିନୟ କରିଛନ୍ତି। ତେବେ ସେଥିରେ ସବୁଠୁ ଚର୍ଚ୍ଚିତ ସିନ୍‌ଟି ହେଉଛି ରାହୁଲ ଟ୍ରେନ୍‌ରେ ବସିଥିବା ବେଳେ ଗାଡ଼ି ଛାଡ଼ି ଦେଉଛି। ଆଉ ସିମରନ୍‌ ନିଜ ପ୍ରେମିକ ରାହୁଲଙ୍କ ସହ ଯିବାକୁ ଜିଦ୍‌ ଧରି ଟ୍ରେନ୍‌ ଧରିବାକୁ ଦଉଡ଼ୁଛନ୍ତି। ଏହାରି ଭିତରେ ଶାହାରୁଖ୍‌ ଗେଟ୍‌ ଦୁଆର ମୁହଁରେ ବାହାରକୁ ହାତ ବଢ଼ାଇ ସିମରନ୍‌ଙ୍କୁ ବଗି ଭିତରକୁ ଉଠାଇ ନେଉଛନ୍ତି ।ଏହି ଘଟଣା କେବଳ ସିନେମାରେ ନୁହେଁ ଆମ ସାଧାରଣ ଜୀବନ ସହିତ ମଧ୍ୟ ଜଡ଼ିତ। ଅନେକ ସମୟରେ ଆମେ ଷ୍ଟେଶନ୍‌ରେ ବିଳମ୍ବରେ ପହଞ୍ଚି ଛାଡ଼ି ଦେଉଥିବା ଟ୍ରେନ୍‌କୁ ଦଉଡ଼ି ଦଉଡ଼ି ଧରି ଥାଉ। ଯଦି ଆପଣଙ୍କର ସେହି ଅଭ୍ୟାସ ଅଛି ତେବେ ସତର୍କ ହୋଇଯାଆନ୍ତୁ।

କାରଣ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଆଣୁଛି କଡ଼ା ନିୟମ। ପୂରା ବିମାନ ବନ୍ଦର ଭଳି ସୁରକ୍ଷା ବଳୟରେ ରହିବ ରେଲୱେ ଷ୍ଟେଶନ।ଏଣିକି ଆପଣଙ୍କୁ ଟ୍ରେନ୍‌ ଛାଡ଼ିବାର ନିର୍ଦ୍ଧାରିତ ସମୟ ୧୫ରୁ ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ ଷ୍ଟେଶନରେ ପହଞ୍ଚିବାକୁ ପଡ଼ିବ।

ନଚେତ୍‌ ଆପଣଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବନି। ଯାତ୍ରୀମାନେ ୨୦ ମିନିଟ୍‌ ପୂର୍ବରୁ ପହଞ୍ଚିବା ପରେ ସୁରକ୍ଷା ଯାଞ୍ଚ ପରେ ସେମାନଙ୍କୁ ଷ୍ଟେଶନରେ ପ୍ରବେଶ କରିବାକୁ ଅନୁମତି ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପାଇଲଟ୍‌ ପ୍ରୋଜେକ୍ଟଭାବେ ଗ୍ରହଣ କରାଯାଇ ଉତ୍ତରପ୍ରଦେଶର ଆହ୍ଲାବାଦ୍‌ ରେଲୱେ ଷ୍ଟେଶନରେ ଲାଗୁ କରାଯାଇଛି। ଚଳିତ ମାସରେ କୁମ୍ଭେମେଳା ଥିବାରୁ ଆହ୍ଲାବାଦରେ ବୁଡ଼ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭବାନା ରହିଛି। ଖାଲି ଆହ୍ଲାବାଦ୍‌ ନୁହେଁ କୁମ୍ଭେମଳା ପାଇଁ କର୍ଣ୍ଣାଟକର ହୋବୁଲି ରେଲୱେ ଷ୍ଟେଶନରେ ମଧ୍ୟ ଭିଡ଼ ହେବାର ସମ୍ଭାବନା ରହିଛି। ତେଣୁ ରେଲୱେ ଷ୍ଟେଶନରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ୍‌ କରାଯାଇଛି।

ପ୍ରାୟ ୨୦୨ଟି ଷ୍ଟେଶନ୍‌ରେ ଏମିତି ପଦକ୍ଷେପ ନିଆଯିବ ବୋଲି ଆରପିଏଫ ନିର୍ଦ୍ଦେଶକ୍ ଜେନେରାଲ ଅରୁଣ କୁମାର କହିଛନ୍ତି। ଷ୍ଟେଶନର ପ୍ରତିଟି ପ୍ରବେଶ ପଥରେ କଡ଼ା ଯାଞ୍ଚ ହେବ। ଏଥିପାଇଁ ଯାତ୍ରୀମାନଙ୍କୁ ଗାଡ଼ି ଛାଡ଼ିବା ସମୟର ୨୦ ମିନିଟ୍‌ ପୂର୍ବରୁ ଷ୍ଟେଶନରେ ପହଞ୍ଚିବାକୁ ପଡ଼ିବ। ତେବେ ସୁରକ୍ଷା ପାଇଁ ଅଧିକ ମାନବ ସମ୍ବଳ ଓ ଉନ୍ନତ ବୈଶୟିକ ଜ୍ଞାନ କୌଶଳର ସହାୟତା ନିଆଯିବ ବୋଲି ସମ୍ପୃକ୍ତଚ ଅଧିକାରୀ କହିଛନ୍ତି।

ସେହିପରି ଷ୍ଟେଶନ୍‌ରେ ଓପନିଙ୍ଗ ପଏଣ୍ଟ ଉପରେ ଯାଞ୍ଚ କରାଯାଇ ବନ୍ଦ କରାଯିବା ବାବଦରେ ନିଷ୍ପତ୍ତି ନିଆଯିବ। ମୁଖ୍ୟତଃ ଆଭ୍ୟନ୍ତରିଣ ସୁରକ୍ଷା ବୃଦ୍ଧି ସମ୍ପର୍କରେ ୨୦୧୬ରେ ଏକ ପ୍ରସ୍ତାବ ଆସିଥିଲା। ସେହି ଅନୁଯାୟୀ, ଅଦ୍ୟାବଧି ୨୦୨ଟିରେଲୱେ ଷ୍ଟେଶନରେ ସିସି କ୍ୟାମେରା ଲାଗି ସାରିଛି। ଖୁବ୍‌ ଶୀଘ୍ର ବାକି ଷ୍ଟେଶନ ଗୁଡ଼ିକରେ ସିସି କ୍ୟାମେରା ଲାଗିବ ବୋଲି ଜଣାପଡ଼ିଛି। ତେବେ ଏହି ସୁରକ୍ଷା ପାଇଁ ୩୮୫.୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story