ବଜାରକୁ ଆସିଲା ଲାଭା Z50 ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍‌ ଓରିୟୋ (ଗୋ ଏଡ଼ିଶନ) ଲାଭା Z50 ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ କରି ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ ମୂଲ୍ୟ ମାତ୍ର ୨୪୦୦ ଟଙ୍କା। ଏହା ବ୍ଲାକ ଓ ଗୋଲ୍ଡ କଲରରେ ଉପଲବ୍ଧ ହେଉଛି। ଫୋନ୍‌ର ମାର୍କେଟ ଦର (ମାର୍କେଟ୍‌ ଅପରେଟିଂ ପ୍ରାଇସ୍‌) ୪,୪୦୦ ଟଙ୍କା ରଖାଯାଇଛି। ଏହି ସ୍ମାର୍ଟ ଫୋନ୍‌ କିଣିଲେ ଏୟାରଟେଲ୍‌ ତରଫରୁ ୨,୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ। ଏଥିପାଇଁ ଗ୍ରାହକମାନଙ୍କୁ ପ୍ରତି ୧୮ ମାସରେ ନିଜ ପେଟିଏମ୍‌ ଆକାଉଣ୍ଟରେ ଅତି କମ୍‌ରେ ୩୫୦୦ […]

lava-smartphone copy

Rakesh Mallick
  • Published: Saturday, 24 March 2018
  • , Updated: 24 March 2018, 05:59 PM IST

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍‌ ଓରିୟୋ (ଗୋ ଏଡ଼ିଶନ) ଲାଭା Z50 ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ କରି ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌ ମୂଲ୍ୟ ମାତ୍ର ୨୪୦୦ ଟଙ୍କା। ଏହା ବ୍ଲାକ ଓ ଗୋଲ୍ଡ କଲରରେ ଉପଲବ୍ଧ ହେଉଛି। ଫୋନ୍‌ର ମାର୍କେଟ ଦର (ମାର୍କେଟ୍‌ ଅପରେଟିଂ ପ୍ରାଇସ୍‌) ୪,୪୦୦ ଟଙ୍କା ରଖାଯାଇଛି।

ଏହି ସ୍ମାର୍ଟ ଫୋନ୍‌ କିଣିଲେ ଏୟାରଟେଲ୍‌ ତରଫରୁ ୨,୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିବ। ଏଥିପାଇଁ ଗ୍ରାହକମାନଙ୍କୁ ପ୍ରତି ୧୮ ମାସରେ ନିଜ ପେଟିଏମ୍‌ ଆକାଉଣ୍ଟରେ ଅତି କମ୍‌ରେ ୩୫୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଅନ୍ୟପଟେ ୧୯ରୁ ୩୬ ମାସରେ ପୁଣି ଗ୍ରାହକଙ୍କୁ ୩,୫୦୦ଟଙ୍କାର ରିଚାର୍ଜ କରିବାକୁ ପଡ଼ିବ। ଲାଭା Z50 ରେ ଦୁଇ ବର୍ଷର ୱାରେଣ୍ଟି ମିଳୁଛି। ଏହାସହ ଏକ ବର୍ଷର ଭ୍ୟାଲିଡ଼ିଟି ପାଇଁ ଥରେ ଫ୍ରୀ ସ୍କ୍ରିନ୍‌ ରିପ୍ଲେସ୍‌ମେଣ୍ଟର ଅଫର ବି ଦିଆଯାଉଛି।

କ’ଣ ରହିଛି ଫିଚର: ଡୁଅଲ ସିମ୍‌ ସପୋର୍ଟ ଲାଭା Z50 ଆଣ୍ଡ୍ରଏଡ୍‌ ୮.୧ ଓରିଓ(ଗୋ ଏଡଡ଼ିସନ୍‌)ରେ ଚାଲିବ। ଏଥିରେ 2.5D କର୍ଡ। ଗରିଲ୍ଲା ଗ୍ଲାସ୍‌ ସହ ୪.୫ ଇଞ୍ଚ  FWVGA (480x854 ପିକ୍ସଲ) ଡିସ୍‌ପ୍ଲେ। ଏହି ଫୋନ୍‌ରେ 1GB ରାମ୍‌ ସହ କ୍ୱର୍ଡ-କୋର 1.1GHz ମିଡ଼ିଆ ଟେକ୍‌ ଓ MT6737m ପ୍ରୋସେସର ଅଛି।

ରିଅର ଓ ବ୍ୟାକ୍‌ରେ ୫ ମେଗାପିକ୍ସଲ କ୍ୟାମେରା ରହିଛି। ଦୁଇ ସାଇଡ୍‌ରେ LED ଫ୍ଲାସ୍‌ ସପୋର୍ଟ ଦିଆଯାଇଛି। ଏହାର ଇଣ୍ଟରନାଲ ମେମୋରୀ 8GB ରହିଛି। ଏଥିରେ fm radio, Wi-Fi, Bluetooth, GPS/A-GPS ଓ Micro-USB ସପୋର୍ଟ ଅଛି। ଏଥିରେ 2000mAh ବେଟେରୀ ଦିଆଯାଇଛି।

Related story