ନୂଆ ରୂପରେ ସଂକ୍ରମିତ କରୁଛି କରୋନା, ପୁଣି ଜାରି ହେଲା କଠୋର କଟକଣା

ଲଣ୍ଡନ: ଗୋଟିଏ ପଟେ ବ୍ରିଟେନରେ ଟିକାକରଣ ଚାଲିଥିବା ବେଳେ ଅନ୍ୟପଟେ କରୋନାର ନୂଆ ରୂପ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ସହ ପୂର୍ବାପେକ୍ଷା ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ଲଣ୍ଡନରେ ସବଠାରୁ ଶକ୍ତ କଟକଣା ପୁଣିଥରେ ଲାଗୁ କରାଯାଇଛି। ସୋମବାର ପ୍ରଶାସନ ଘୋଷଣା କରିଛି ଯେ ବ୍ରିଟିଶ ରାଧାନୀ ବୁଧବାର ଠାରୁ Tier 3 କଟକଣା ମଧ୍ୟରେ ପ୍ରବେଶ କରିବ। ଏହାର ଅର୍ଥ ଥିଏଟର ଠାରୁ […]

gh

gh

Hemant Lenka
  • Published: Monday, 14 December 2020
  • Updated: 15 December 2020, 11:57 AM IST

ଲଣ୍ଡନ: ଗୋଟିଏ ପଟେ ବ୍ରିଟେନରେ ଟିକାକରଣ ଚାଲିଥିବା ବେଳେ ଅନ୍ୟପଟେ କରୋନାର ନୂଆ ରୂପ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ସହ ପୂର୍ବାପେକ୍ଷା ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହି କାରଣରୁ ଲଣ୍ଡନରେ ସବଠାରୁ ଶକ୍ତ କଟକଣା ପୁଣିଥରେ ଲାଗୁ କରାଯାଇଛି।

ସୋମବାର ପ୍ରଶାସନ ଘୋଷଣା କରିଛି ଯେ ବ୍ରିଟିଶ ରାଧାନୀ ବୁଧବାର ଠାରୁ Tier 3 କଟକଣା ମଧ୍ୟରେ ପ୍ରବେଶ କରିବ। ଏହାର ଅର୍ଥ ଥିଏଟର ଠାରୁ ଆରମ୍ଭ କରି ପବ୍ସ, ବାର ଓ ରେଷ୍ଟୁରାଣ୍ଟ ବନ୍ଦ ରହିବ। ତେବେ ଏଗୁଡ଼ିକରେ ଟେକ୍‌ ହୋମ ସେବା ଉପଲବ୍ଧ ହେବ।

ସର୍ବସାଧାରଣ ସ୍ଥାନରେ ୬ରୁ ଅଧିକ ଲୋକ ଏକାଠି ମଧ୍ୟ ହୋଇପାରିବେ ନାହିଁ। ଲଣ୍ଡନରେ ଦୈନିକ ସଂକ୍ରମଣ କିଛିଦିନ ହେଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି।

ଏଥିସହ ବର୍ତ୍ତମାନ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି। ଏହା ପୂର୍ବାପେକ୍ଷା ଅଧିକ ମାରାତ୍ମକ ଓ ଦ୍ରୁତଗତିରେ ଜଣଙ୍କ ଠାରୁ ଆଉ ଜଣଙ୍କ ପାଖକୁ ଯାଉଛି। ଲଣ୍ଡନର କିଛି ଅଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ୭ ଦିନ ଭିତରେ ଦୁଇଗୁଣ ହୋଇଯାଉଛି।

ଅଧିକ ପଢ଼ନ୍ତୁ : ୩୨ ବର୍ଷୀୟା ମହିଳାଙ୍କ ସମେତ ୪ ଜଣଙ୍କର କରୋନାରେ ମୃତ୍ୟୁ

ବୈଜ୍ଞାନିକମାନେ ଦକ୍ଷିଣ ଇଂଲଣ୍ଡରୁ କରୋନାର ନୂଆ ଷ୍ଟ୍ରେନ ଠାବ କରିଛନ୍ତି। ଏହି ଷ୍ଟ୍ରେନ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ମଧ୍ୟ ରଖିଛି। ବର୍ତ୍ତମାନ ଲଣ୍ଡନ Tier 2 କଟକଣାରେ ଥିଲା। ଏହାର ଅର୍ଥ ଅଣଅତ୍ୟାବଶ୍ୟକ ସେବା ଓ ଦୋକାନ ଖୋଲା ରହୁଥିଲା। ହେଲେ କିଛି ଦିନ ଭିତରେ ସବୁ କିଛି ବଦଳି ଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos