ନୂଆଦିଲ୍ଲୀ: ରାଜଧାନୀରୁ ଗିରଫ ହୋଇଛି ଖାଲିସ୍ତାନ ଆତଙ୍କବାଦୀ ଗୁରଜିତ ସିଂହ ନିଜ୍ଜର। ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ଏନଆଇଏ ଆଜି ଗିରଫ କରିଛି। ପୁଣେ ଖଲିସ୍ତାନୀ ମାମଲାରେ ଗିରଫ କରିଛି ଏନଆଇଏ। ଏହାପୂର୍ବରୁ ସେ ସାଇପ୍ରସରେ ଲୁଚିଥିଲା। ପଞ୍ଜାବରେ ଖଲିସ୍ତାନୀ ଆତଙ୍କବାଦକୁ ଆଗକୁ ନେବା ପାଇଁ ଗୁରଜିତ ଚେଷ୍ଟା କରୁଥିଲା। ଏ ନେଇ ଏନଆଇଏ ମେ ୨୦୧୮ରେ ଏକ ଏଫଆଇଆର ରୁଜୁ କରିଥିଲା। ସେବେଠାରୁ ଏନଆଇଏ ସ୍କାନରରେ ଥିଲା ଗୁରଜିତ।
https://twitter.com/ANI/status/1341718226502238214?s=20
ଦେଶରେ ଚାଷୀ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାନାଡା, ୟୁକେ, ଜର୍ମାନୀ ଭଳି ଦେଶରେ ମଧ୍ୟ ମୋଦି ସରକାର ବିରୋଧରେ ଚାଷୀ ଆନ୍ଦୋଳନ ମୁଣ୍ଟ ଟେକିଛି। ବିଦେଶରେ ହୋଇଥିବା ଆନ୍ଦୋଳନ ପଛରେ ଖଲିସ୍ତାନୀ ଆତଙ୍କୀ ପଇସା ଦେଇ ଉସକାଉଥିବାର ଅଭିଯୋଗ ରହିଛି। ତେଣୁ ଏବେ ଗୁରଜିତ ମାଧ୍ୟମରେ ଏନଆଇଏ ସତ ଓଗାଳିବ ବୋଲି ଆଶା ରଖିଛି। ସେହିପରି ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ପଛରେ ଖଲିସ୍ତାନୀ ଆତଙ୍କୀ ବୋଲି ଅଭିଯୋଗ ରହିଛି। ଏକ ଏନଜିଓ ଜରିଆରେ ଖଲିସ୍ତାନୀ ଟଙ୍କା ଲଗାଇ ସରକାର ବିରୋଧରେ ବାତାବାରଣ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।