୧୩ ଜିଲ୍ଲାର ସହରରେ ନାଇଟ୍ କର୍ଫ୍ୟୁ, ରାତି ୮ ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ
ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣକୁ ରୋକିବାକୁ ଯାଇ ଗେହଲୋଟ୍ ସରକାର ୧୩ଟି ଜିଲ୍ଲାରେ ସହର ଗୁଡ଼ିକରେ କର୍ଫ୍ୟୁ ଜାରି କରିଛନ୍ତି। ହସ୍ପିଟାଲ, ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ସଂଧ୍ୟା ସାତଟା ପରେ ବନ୍ଦ ରହିବ। ରାତି ୮ ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଜାନୁଆରୀ ଯାଏ ଏହା ବଳବତ୍ତର ରହିବ।
Night curfew from 8 pm to 6 am will be in force within the urban limits of the district head quarter towns of 13 districts — Kota, Jaipur, Jodhpur, Bikaner, Udaipur, Ajmer, Alwar, Bhilwara, Nagore, Pali, Tonk, Sikar & Ganganagar: Rajasthan Government
— ANI (@ANI) January 2, 2021
ରାଜସ୍ଥାନର କୋଟା, ଜୟପୁର, ଯୋଧପୁର, ବିକାନେର, ଉଦୟପୁର, ଆଜମେର, ଅଲୱାର, ଭିଲୱାରା, ନାଗୌର, ପାଲି, ଟଙ୍କ, ସିକର ଏବଂ ଗଙ୍ଗାନଗରରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଗେହଲୋଟ ସରକାର ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।